ତରଭୁଜ ଚାଷକରି ଶିକ୍ଷକ ଲକ୍ଷପତି

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପେସାରେ ଶିକ୍ଷକ, ନିଶା ତାଙ୍କର ଚାଷ। ଶିକ୍ଷକ ଚାକିରି ପରେ ବି କୁଳ ବେଉସାକୁ ଭୁଲି ପାରିନାହାନ୍ତି। ଚାକିରି ସହ ତରଭୁଜ ଚାଷକରି ଅନେକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ମୁଣ୍ତାସାହିର ଶିକ୍ଷକ ସତ୍ୟଜିତ ଲାଗୁରୀ। ପ୍ରାୟ ୧୧ ଏକର ଜମିରେ ତରଭୁଜ ଚାଷ କରି ଲକ୍ଷପତି ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ପ୍ରକାଶ ଯେ, ସତ୍ୟଜିତ୍‌ ସଦର ବ୍ଲକ୍‌ ଅନ୍ତର୍ଗତ ମହାଦେଇଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତାଙ୍କ ସ୍ତ୍ରୀ କେନ୍ଦ୍ରାପଡ଼ା ଜିଲାରେ ଶିକ୍ଷକତା କରୁଛନ୍ତି। ଚାଷୀ ପରିବାରର ହୋଇଥିବାରୁ ପୂର୍ବରୁ କେବଳ ଧାନ ଚାଷ କରୁଥିଲେ। ଏବେ ୩ ବର୍ଷ ଧରି ତରଭୁଜ ଚାଷ କରି ଭଲ ରୋଜଗାର କରୁଛନ୍ତି। ସେ ଗୋଲ, ଲମ୍ବା କିରଣ ଆଦି ୨ ପ୍ରକାରର ତରଭୁଜ ଚାଷ ପାଇଁ ଡିସେମ୍ବରରେ ମଞ୍ଜି ଆଣିଥିଲେ। ଏଥିପାଇଁ ନୂଆ ମୋଲଚିଂ ପଦ୍ଧତିରେ ଚାଷ କରିବାକୁ ପ୍ରଥମେ ଟ୍ରେ ଯୋଗେ ଭଲ ତରଭୁଜ ବିହନ ଚାରା ପକାଇଥିଲେ। ଏହା ଦ୍ବାରା ରୋଗପୋକ କମ ହୋଇଥାଏ ବୋଲି ସେ କୁହନ୍ତି। ପରେ ଶ୍ରମିକଙ୍କୁ ଲଗାଇ କ୍ଷେତରେ ଚାରାରୋପଣ କରିଥିଲେ। ଏ ନେଇ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସରକାରଙ୍କ ଯୋଜନାରେ ଗଭୀର ନଳକୂପ ଖୋଳିଥିବା ବୋରୱେଲରୁ କ୍ଷେତରେ ଜଳସେଚନ କରୁଛନ୍ତି। ଏବେ କ୍ଷେତରେ କଳାରଙ୍ଗର ଗୋଲ ତରଭୁଜ ଫଳିଛି। ଭଲ କିସମର ତରଭୁଜ ଚାଷ ହୋଇଥିବାରୁ ଜିଲା ସମେତ ରାଜ୍ୟ ବାହାର ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦିର ବ୍ୟବସାୟୀ ଗାଡ଼ି ଯୋଗେ କ୍ଷେତରୁ ତରଭୁଜ କିଣି ନେଉଛନ୍ତି। ଗତ ଏକ ମାସ ମଧ୍ୟରେ ସେ ପ୍ରାୟ ୭ ଲକ୍ଷ ଟଙ୍କାର ତରଭୁଜ ବିକ୍ରି କରିଥିବା କହିଛନ୍ତି। କ୍ଷେତରେ ଥିବା ବଳକା ତରଭୁଜ ଆଉ ୪ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ସ୍କୁଲରୁ ଫେରିବା ପରେ ବଳକା ସମୟରେ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଧାନ ଅମଳ ପରେ ତରଭୁଜ ଚାଷ କରିବା ଲାଭଦାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏହା ପରେ ମିଠାମକା ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜିଲା କୃଷି ବିଭାଗ ପକ୍ଷରୁ ଅଧିକ ଜ୍ଞାନକୈାଶଳ ଏବଂ ସହାୟତା ଯୋଗାଇ ଦିଆଗଲେ, ଆଗକୁ ବିଭିନ୍ନ ଚାଷ କରିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri