ଖରାଦିନ ପାଇଁ ତରଭୁଜର ଚାହିଦା ବଢ଼ିଛି

କେନ୍ଦ୍ରାପଡ଼ା, ୩।୩ (ଜଗନ୍ନାଥ ଧଳ): ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ, ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏହି ଚାଷ ହୋଇଛି। ଚାଷ ପାଇଁ ସରକାରୀ ବିହନରେ ସବ୍‌ସିଡି ଯୋଗାଇ ଦିଆଯାଉଛି। ତେବେ ଜଳସେଚନ ଓ ତାଲିମ ବ୍ୟବସ୍ଥା ନ ଥିବାରୁ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ତରଭୁଜ କେବଳ ଚଟ୍‌ପଟି ଖାଦ୍ୟ ନୁହେଁ, ବରଂ ଏଥିରେ ଭରପୂର ପ୍ରୋଟିନ ମିଳୁଛି ବୋଲି ଚାଷୀ, ବ୍ୟବସାୟୀ ଓ ଗବେଷକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗଁାର ପୂର୍ବତନ ସରପଞ୍ଚ ତଥା ଚାଷୀ ନିର୍ମଳ ମଲ୍ଲିକ କହିଛନ୍ତି, ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ଚଳିତବର୍ଷ ଆଳି, ରାଜକନିକା, ରାଜନଗର, ଗରଦପୁର, ଡେରାବିଶ, ମହାକାଳପଡ଼ା ଆଦି ବ୍ଲକ ଅଞ୍ଚଳର ନଦୀପଠାରେ ଚାଷ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ଫସଲ ଉତ୍ପାଦନ ଆରମ୍ଭ ହୋଇଛି। ପୂର୍ବରୁ କୁଇଣ୍ଟାଲ ପିଛା ଅଢ଼େଇ ହଜାର ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ବୃଦ୍ଧି ହୋଇ ୩ହଜାର ଟଙ୍କାରେ ପହଞ୍ଚତ୍ଛି। ଚଳିତବର୍ଷ ଫସଲରୁ ଇତିମଧ୍ୟରେ ୮ କୁଇଣ୍ଟାଲ ତରଭୁଜ ବିକ୍ରି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ନ ହେଲେ ପ୍ରାୟ ୩୦ କୁଇଣ୍ଟାଲ ତରଭୁଜ ବିକ୍ରିର ସେ ଆଶା ରଖିଛନ୍ତି। ତେବେ ଏହି ଅର୍ଥକରୀ ଫସଲ ପାଇଁ ନଦୀର ଅତି ନିକଟ ପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଆତ୍ମା ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ପାଇଁ ସେ ଦାବି କରିଛନ୍ତି। ରାଜନଗରର ମା’ ଶକ୍ତିମୟୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପ୍ରଣତି ଦାସ କହିଛନ୍ତି, ଚଳିତବର୍ଷ ଏସ୍‌ଏଚ୍‌ଜି ପକ୍ଷରୁ ଆରମ୍ଭ ହୋଇଥିବା ତରଭୁଜ ଚାଷ ଆଗକୁ ବଢ଼ିବାର ସାହସ ଯୋଗାଇଛି। ମିଳିମିଶି ସଦସ୍ୟାମାନେ ରକ୍ଷଣାବେକ୍ଷଣ କରିବା ପରେ ଏହାର ଲାଭ ଆମକୁ ମିଳୁଛି। ଏହି ଚାଷ ପାଇଁ ସ୍ବାବଲମ୍ବୀ ହୋଇ ପାରିଥିବା ସମ୍ପାଦିକା ଦାସ କହିଛନ୍ତି। ସହରର ଗୋପସ୍ଥିତ ବ୍ୟବସାୟୀ ମହମ୍ମଦ ଇଲିଆସ କହିଛନ୍ତି, ଖରା ବଢ଼ିବାରୁ କାକୁଡ଼ି, ତରଭୁଜ ବେପାର ବୃଦ୍ଧି ପାଇଛି। ପୂର୍ବରୁ ତରଭୁଜ ବାହାର ଜିଲାରୁ ଆମଦାନୀ କରାଯାଉଥିବା ବେଳେ ଚଳିତବର୍ଷ ଜିଲା ମଧ୍ୟରେ ହୋଇଥିବା ଫସଲକୁ ସଂଗ୍ରହ କରୁଛୁ। ଏହାଦ୍ୱାରା ପରିବହନ ଖର୍ଚ୍ଚ କମ୍‌ ପଡୁଛି। ତରଭୁଜ ସମ୍ପର୍କରେ ଗବେଷଣା କରୁଥିବା ପ୍ରାଧ୍ୟାପକ ଦେବୀ ପ୍ରସାଦ ସାହୁ କହିଛନ୍ତି, ତରଭୁଜରେ ଭରପୂର ପ୍ରୋଟିନ ରହିଛି। ଏହା ଆମ ପାଇଁ ରୋଗ ପ୍ରତିଷେଧକ ରୂପେ କାର୍ଯ୍ୟ କରୁଛି। ଗୋଟିଏ କପ ତରଭୁଜ ରସରେ ୧୫୪ ମିଲିଗ୍ରାମର ପୋଷକ ତତ୍ତ୍ୱ ରହିଛି। ଗୋଟିଏ ତରଭୁଜରେ ପ୍ରାୟ ୯୨% ପାଣି ରହୁଥିବାରୁ ଗରମରୁ ତ୍ରାହି ମିଳୁଛି। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ଏ, ସି, ପୋଟାସିୟମ, ମାଗ୍ନେସିୟମ, ଜିଙ୍କ୍‌, କ୍ଲୋରୋଫିଲ, ଲାଇକୋପିନ, ଏମିନୋ ଏସିଡ, ଫେନୋଲିକ ଆଦି ତତ୍ତ୍ୱ ରହିଛି। ପ୍ରାୟ କ୍ଷେତ୍ରରେ ତରଭୁଜର ଚୋପା ଫୋପାଡ଼ି ଦିଆଯାଉଥିବା ଦେଖାଯାଉଛି। ତେବେ ଏହି ଚୋପାରେ ବ୍ଲଡପ୍ରେସର କମାଇବା ଶକ୍ତି ଥିବା ବେଳେ ଶରୀର ଓଜନ କମାଇବାରେ ସହାୟକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଦେବଦାସ ଦତ୍ତଙ୍କୁ ପଚାରିବାରେ ଚଳିତବର୍ଷ ତରଭୁଜ ଚାଷ ପାଇଁ ସବ୍‌ସିଡି ଦିଆଯାଇଛି। ପୂର୍ବରୁ ଏହି ଜିଲାରେ ମାତ୍ର ୨ ହଜାର ହେକ୍ଟର ଅଞ୍ଚଳରେ ତରଭୁଜ ଚାଷ ହେଉଥିବା ବେଳେ ଚଳିତ ବର୍ଷ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri