Posted inଫୁରସତ

ଦୃଷ୍ଟି ଆଢୁଆଳରେ ଜଳପ୍ରପାତ

କେନ୍ଦୁଝର ଜିଲାରେ ରହିଛି ବହୁ ପ୍ରାକୃତିକ ଜଳପ୍ରପାତ। ତନ୍ମଧ୍ୟରୁ କେତେକ ପର୍ଯ୍ୟଟନର ମାନ୍ୟତା ପାଇଥିବା ବେଳେ ଏବେବି ଅନେକ ଅପେକ୍ଷାରେ ରହିଛି। ସେହିପରି ଦୃଷ୍ଟି ଆଢୁଆଳରେ ରହିଥିବା ଏକ ଜଳପ୍ରପାତ ବାଂଶପାଳ ବ୍ଲକ ଉପର ବାଲି ଗ୍ରାମ ନିକଟରେ ରହିଛି।
ବଣପାହାଡ଼ ଘେରା ଏହି ଗ୍ରାମ ନିକଟରେ ବୋହି ଯାଉଥିବା ଏକ ଝରଣା ଉକ୍ତ ସ୍ଥାନରେ ପ୍ରାୟ ୩୦ ଫୁଟରୁ ଅଧିକ ଉଚ୍ଚରୁ ଖସି ଏକ ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ଏହା ସମ୍ପୂର୍ଣ୍ଣ ଭାବରେ ନଜର ଆଢୁଆଳରେ ରହିଯାଇଥିଲାବେଳେ ସ୍ଥାନୀୟ ଜୁଆଙ୍ଗ ପିଲାମାନେ ଏଠାରେ ଜଳକ୍ରୀଡ଼ାର ମଜା ଉଠାଉଛନ୍ତି। ଏହାକୁ ସେମାନେ ଖଣ୍ଡାଧାର ବୋଲି କହୁଛନ୍ତି। କାରଣ ଖଣ୍ଡାଧାର ଜଳପ୍ରପାତ ଭଳି ଏହା ଦୃଶ୍ୟମାନ ହେଉଛି। ବିଶେଷକରି ପୁରାତନ ଜନଜାତି ଜୁଆଙ୍ଗ ପିଢ଼ ଅଞ୍ଚଳରେ ଏହି ସ୍ଥାନଟି ରହିଥିବାରୁ ଏହା ଅନେକ ଆନନ୍ଦ ଦେବା ସହ ଗବେଷଣାର ସୁଯୋଗ ସୃଷ୍ଟି କରିବ। ସେହିପରି ଏଠାରୁ ୧୫/୨୦ କିମି ଦୂରରେ ଗୋନାସିକା (ବୈତରଣୀ ନଦୀର ଉପତ୍ତ୍ତି ସ୍ଥଳ) ତଥା ଗୁପ୍ତଗଙ୍ଗା (ଜୁଆଙ୍ଗ ଜନଜାତିଙ୍କ ଉପତ୍ତ୍ତି ସ୍ଥଳ) ରହିଥିବାରୁ ଏହା ଏକ ବଡ଼ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିବ। ଏହାର ବିକାଶ ହେଲେ ଜୁଆଙ୍ଗ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ସହ ପ୍ରକୃତିପ୍ରେମୀ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏଠାରୁ ପ୍ରାୟ ୩/୪ କିମି ଦୂରରେ ରହିଛି କାଇଁଝରୀ (ଘାଗରା) ଜଳପ୍ରପାତ। କାଇଁଝରୀ ନଦୀରେ ଏହି ଜଳପ୍ରପାତ ରହିଛି। ଏହା ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ନ ଥିଲେ ହେଁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହାର ଉନ୍ନୟନ କାର୍ଯ୍ୟ କରାଯାଉଛି। ଏଠାକୁ ବହୁ ପର୍ଯ୍ୟଟକ ବୁଲିବା ଓ ଭୋଜି କରିବାକୁ ଆସିଥାନ୍ତି।
ଏହି ଦୁଇ କେନ୍ଦ୍ରର ଉନ୍ନତି ହେଲେ ପର୍ଯ୍ୟଟକଙ୍କୁ ଏକ ସଙ୍ଗରେ ବହୁ ସ୍ଥାନ ବୁଲିବାର ସୁଯୋଗ ମିଳିବ। ଏହି ରାସ୍ତାରେ ବାରାଗଡ଼ ଗ୍ରାମକୁ ଗଲେ ରାସ୍ତାର ଉଭୟ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ପାହାଡ଼, ବର୍ଷା/ଶୀତ ଋତୁରେ ଭାସମାନ ମେଘମାଳାର ସୌନ୍ଦର୍ଯ୍ୟ, ଦେଶର ବିଭିନ୍ନ ହିଲ୍‌ ଷ୍ଟେଶନରେ ଦେଖିବାକୁ ମିଳୁଥିବା ଦୃଶ୍ୟ ସହିତ ସମାନ ହେବ। ଏହି ସ୍ଥାନ ଅତ୍ୟନ୍ତ ମନୋରମ ହୋଇଥିବାରୁ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି।

– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri