ପମ୍ପ ଅଚଳ ଯୋଗୁଁ ଭଞ୍ଜନଗର ସହରକୁ ପାଣି ଯୋଗାଣ ବନ୍ଦ: ନାହିଁ ବିକଳ୍ପ ବ୍ୟବସ୍ଥା

ଭଞ୍ଜନଗର,୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏକ ପ୍ରମୁଖ ରାଜସ୍ୱ ଉପଖଣ୍ଡ ସହର ଭଞ୍ଜନଗରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧା ମିଳିବା କଥା ଥିଲେ ମଧ୍ୟ ଏହା ବହୁ ବର୍ଷ ହେବ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ, ଶନିବାର ରାତିରୁ ପମ୍ପ ଅଚଳ ହେବା ଯୋଗୁଁ ସହରକୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା।

ଶନିବାର ରାତିରେ ଭଞ୍ଜନଗର ଜଳଭଣ୍ଡାର ଭିତରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ଇଣ୍ଟେକ୍ ୱେଲ୍‌ରେ ଲାଗିଥିବା ପମ୍ପଟି ଅଚଳ ହୋଇପଡ଼ିଥିଲା। ଫଳରେ ରବିବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସହରକୁ ପାଣି ଆସିପାରିନଥିଲା।

ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଆଦିତ୍ୟ ନାରାୟଣ ରାଓ କହିଛନ୍ତି ଯେ ପମ୍ପ ଅଚଳ ହେତୁ ସମସ୍ୟା ଦେଖାଦେଇଛି। ସହରକୁ ଯେତିକି ପାଣି ଆବଶ୍ୟକ ତା’ଠାରୁ ଅଧିକ ପାଣି ଛଡ଼ାଯାଉଥିବାରୁ ପମ୍ପ ଉପରେ ବାରମ୍ବାର ଚାପ ପଡୁଛି। ସେ ଆଶା କରିଛନ୍ତି ଯେ ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ସ୍ୱାଭାବିକ ଭାବେ ଜଳ ଯୋଗାଣ ଆରମ୍ଭ ହେବ। ଖବର ଲେଖା ହେବା ବେଳକୁ କିଛି ଅଞ୍ଚଳକୁ ଜଳ ଯୋଗାଣ ଆରମ୍ଭ ହୋଇଛି।

ସହରବାସୀ ଅଭିଯୋଗ କରିଛନ୍ତି ଯେ ଗୋଟିଏ ପମ୍ପ ଅଚଳ ହେଲେ ଅନ୍ୟ ଗୋଟିଏ ବିକଳ୍ପ ପମ୍ପ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଭବିଷ୍ୟତରେ ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

ଜଳ ଯୋଗାଣ ବ୍ୟତୀତ, କଣ୍ଟେଇପଲ୍ଲୀ ଗ୍ରିଡ୍ ସବ୍ ଷ୍ଟେସନ୍‌ରୁ ଭଞ୍ଜନଗରକୁ ଆସିଥିବା ଏକମାତ୍ର ବିଦ୍ୟୁତ୍ ଲାଇନ୍‌ରେ ତ୍ରୁଟି ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି। କଣ୍ଟେଇପଲ୍ଲୀରୁ ଭଞ୍ଜନଗର ପାଇଁ ଦ୍ୱିତୀୟ ବିଦ୍ୟୁତ୍ ଲାଇନ୍ ନଥିବା ହେତୁ ଏହି ସମସ୍ୟା ମଧ୍ୟ ବାରମ୍ବାର ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri