ବଢୁଛି ଜଳକଷ୍ଟ, ଅସ୍ତିତ୍ୱ ହରାଉଛି ଜଳାଶୟ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ୧୯ୱାର୍ଡକୁ ନେଇ ଗଠିତ। ଏକଦା ପ୍ରତି ୱାର୍ଡରେ ଏକାଧିକ ଜଳାଶୟ(ବନ୍ଧ,କଟା) ରହିଥିଲା। ପୂର୍ବପୁରୁଷମାନେ ଶ୍ରମଦାନ କରି ଏଠାରେ ଅନେକ ଜଳାଶୟ ଖୋଳିଥିଲେ ଏବଂ ସେଗୁଡ଼ିକର ପୃଥକ୍‌ ନାମକରଣ କରିଥିଲେ। ବରଗଡ଼ ସହରରେ ପୂର୍ଣ୍ଣିବନ୍ଧ, ମଝଲି ବନ୍ଧ, ବାହାବଲ ବନ୍ଧ, ସୁନାରୀ ବନ୍ଧ, ରାଣୀବନ୍ଧ, ଭୁର୍ଷୁନ ବନ୍ଧ, ଦୋରାବନ୍ଧ, ନିଲିବନ୍ଧ, ମନାବନ୍ଧ, ଦାନୀକଟା, ଖଜୁରକଟା, ନାମବନ୍ଧ, ରୁହୁନିଆ ବନ୍ଧ, ବିଶି ବନ୍ଧ, ଫକୀରା ବନ୍ଧ ନାମକ ପାଖାପାଖି ୨୫ବନ୍ଧ, କଟା ରହିଥିଲା। ସେହି ଜଳାଶୟ ପାଣିକୁ ସ୍ଥାନୀୟ ଲୋକେ ପିଇବାଠାରୁ ଆରମ୍ଭ କରି ରୋଷେଇ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିଲେ। କିନ୍ତୁ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଜଳାଶୟଗୁଡ଼ିକ ଅସ୍ତିତ୍ୱ ହରାଇବାରେ ଲାଗିଛି। ଏପରି କି ଅନେକ ଲୋପ ପାଇ ଗଲାଣି। ପାଣି ବଦଳରେ କେଉଁଠି ଅନାବନା ଘାସ, ଲଟା ପରିପୂର୍ଣ୍ଣ ଅଛି ତ ଆଉ କେଉଁଠାରେ ଜଳାଶୟ ଶୁଖିଲା ପଡ଼ିଛି। ସେହିପରି ମଇଳା, ଆବର୍ଜନା ପକାଇବା ଯୋଗୁ କିଛି ଜଳାଶୟ ପୋତି ହୋଇଯାଉଥିବା ବେଳେ ଶୁଖିଲା ପଡ଼ିଥିବା କେତେକ ବନ୍ଧକଟା ଏବେ ପିଲାଙ୍କ କ୍ରିକେଟ୍‌ ପିଚ୍‌ ପାଲଟିଛି। ଏପରି କି କିଛି ନିର୍ଦ୍ଦିଷ୍ଟ ଜଳାଶୟକୁ ପୋତି ଦେଇ ତାକୁ ବିକ୍ରି କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଥିବାବେଳେ ଯେଉଁ ଅଳ୍ପ କେତେକ ଜଳାଶୟରେ ପାଣି ରହିଛି, ତାହା ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରୁ ନ ଥିବା ସହରବାସୀ କହିଛନ୍ତି। ଏଭଳିସ୍ଥଳେ ଜଳସ୍ତର ହ୍ରାସ ପାଉଥିବାବେଳେ ପୂର୍ବାପେକ୍ଷା ସହରରେ ଅଧିକ ତାତି ଅନୁଭୂତ ହେବା ସାଙ୍ଗକୁ ଜଳକଷ୍ଟ ମଧ୍ୟ ବଢ଼ିବାରେ ଲାଗିଛି।

ଏମାନେ କୁହନ୍ତି

ପ୍ରଶାସନ ନୀରବଦ୍ରଷ୍ଟା
ବରଗଡ଼ ସହରରେ ଯେଉଁସବୁ ଜଳାଶୟ ରହିଥିଲା, ସମଗ୍ର ବରଗଡ଼ବାସୀଙ୍କ ପାଇଁ ତହିଁର ପାଣି ବ୍ୟବହାର ଉପଯୋଗୀ ହେଉଥିଲା। ଏପରି କି ସହରବାସୀ ଖରାମାସରେ ସେହି ଜଳାଶୟଗୁଡ଼ିକରେ କେନାଲର ପାଣିକୁ ଭର୍ତ୍ତି କରି ରଖୁଥିଲେ। କାଳକ୍ରମେ ପ୍ରଶାସନର ଅବହେଳା ଯୋଗୁ ସେହି ବନ୍ଧ,କଟାସବୁ ପୋତି ହୋଇଗଲା। ବର୍ତ୍ତମାନ କିଛି ଦୁର୍ବୃତ୍ତ ଜୋର୍‌ ଜବରଦସ୍ତ ଜଳାଶୟକୁ ପୋତି ବିକ୍ରି ମଧ୍ୟ କରି ଦେଲେଣି। ତଥାପି ପ୍ରଶାସନ ନୀରବଦ୍ରଷ୍ଟା ରହିବା ଦୁର୍ଭାଗ୍ୟଜନକ।
-ସୁରେନ୍ଦ୍ର ପଣ୍ଡା, ବରିଷ୍ଠ ଆଡ୍‌ଭୋକେଟ୍‌, ବରଗଡ଼
ପୁନରୁଦ୍ଧାର ଜରୁରୀ
ଆଗକାଳ ଲୋକେ ସହରର ସବୁଆଡ଼େ ବହୁ ପରିଶ୍ରମ କରି ବନ୍ଧ, କଟା ଖୋଳିଥିଲେ। ସହରରେ ପାଣିର ଅଭାବ ନ ଥିଲା। ହେଲେ ଏବେ ଯେଉଁ ବନ୍ଧ, କଟାକୁ ଦେଖିଲେ, ତାହା ଶୁଖିଲା ପଡ଼ିଛି। ଘାସ, ଲଟାରେ ତାହା ପୂରି ରହିଛି। ସେଠାରେ କେତେକ ଲୋକ ମଇଳା, ଆବର୍ଜନା ମଧ୍ୟ ପକାଉଛନ୍ତି। କେବଳ ସେତିକି ନୁହେଁ, ସେଗୁଡ଼ିକ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଅନ୍ୟପଟେ ସହରରେ ପାଣି ସମସ୍ୟା ଲାଗି ରହିଛି। ଏହାସତ୍ତ୍ୱେ ବନ୍ଧ,କଟାର ପୁନରୁଦ୍ଧାର କରାଯାଉ ନାହିଁ। ଏଭଳି ସ୍ଥିତିରେ ସବୁ ବନ୍ଧ, କଟାର ପୁନରୁଦ୍ଧାର କରାଯିବା ଜରୁରୀ ହୋଇ ପଡ଼ିଛି।
-ଶିବାନନ୍ଦ ମଟାରୀ, ସାମାଜିକ କର୍ମୀ, ବରଗଡ଼
ଇଚ୍ଛାଶକ୍ତିର ଅଭାବ
ବରଗଡ଼ ସହରର ପ୍ରତ୍ୟେକ ବନ୍ଧ, କଟା ଶୁଖିଲା ପଡ଼ିଛି। ଏଠାରେ ପାଣି ଭର୍ତ୍ତି କରିବା ପାଇଁ ଅନେକ ସାଧନ ରହିଛି। ସହର ଦେଇ ବରଗଡ଼-ଭେଡ଼େନ କେନାଲ ଯାଇ ଥିବାବେଳେ ଜୀରାନଦୀ ମଧ୍ୟ ପ୍ରବାହିତ ହେଉଛି। ଫଳରେ ଶୁଖିଲା ବନ୍ଧ, କଟାରେ ପାଣି ଭର୍ତ୍ତି କରାଯାଇ ପାରିବ। କିନ୍ତୁ ସେଥିପ୍ରତି ପ୍ରଶାସନିକ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ପ୍ରଶାସନିକ ଅଧିକାରୀମାନେ ଆଖିବୁଜି ଦେଇଥିବାବେଳେ ଉଭୟ ଶାସକ, ବିରୋଧୀ ଦଳ ନେତା ମଧ୍ୟ ଚୁପ୍‌ ରହିବା ବିଡ଼ମ୍ବନାର ବିଷୟ। ଅପରପକ୍ଷେ ଅନ୍ୟ କାମଗୁଡ଼ିକରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବନ୍ଧ, କଟାକୁ ଲୋକେ ମାଡ଼ି ବସୁଛନ୍ତି।
-ରାଜେନ୍ଦ୍ର ସିକନ୍ଦର, ସଚେତନ ନାଗରିକ, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri