ବଢୁଛି ଜଳକଷ୍ଟ, ଅସ୍ତିତ୍ୱ ହରାଉଛି ଜଳାଶୟ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ୧୯ୱାର୍ଡକୁ ନେଇ ଗଠିତ। ଏକଦା ପ୍ରତି ୱାର୍ଡରେ ଏକାଧିକ ଜଳାଶୟ(ବନ୍ଧ,କଟା) ରହିଥିଲା। ପୂର୍ବପୁରୁଷମାନେ ଶ୍ରମଦାନ କରି ଏଠାରେ ଅନେକ ଜଳାଶୟ ଖୋଳିଥିଲେ ଏବଂ ସେଗୁଡ଼ିକର ପୃଥକ୍‌ ନାମକରଣ କରିଥିଲେ। ବରଗଡ଼ ସହରରେ ପୂର୍ଣ୍ଣିବନ୍ଧ, ମଝଲି ବନ୍ଧ, ବାହାବଲ ବନ୍ଧ, ସୁନାରୀ ବନ୍ଧ, ରାଣୀବନ୍ଧ, ଭୁର୍ଷୁନ ବନ୍ଧ, ଦୋରାବନ୍ଧ, ନିଲିବନ୍ଧ, ମନାବନ୍ଧ, ଦାନୀକଟା, ଖଜୁରକଟା, ନାମବନ୍ଧ, ରୁହୁନିଆ ବନ୍ଧ, ବିଶି ବନ୍ଧ, ଫକୀରା ବନ୍ଧ ନାମକ ପାଖାପାଖି ୨୫ବନ୍ଧ, କଟା ରହିଥିଲା। ସେହି ଜଳାଶୟ ପାଣିକୁ ସ୍ଥାନୀୟ ଲୋକେ ପିଇବାଠାରୁ ଆରମ୍ଭ କରି ରୋଷେଇ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିଲେ। କିନ୍ତୁ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଜଳାଶୟଗୁଡ଼ିକ ଅସ୍ତିତ୍ୱ ହରାଇବାରେ ଲାଗିଛି। ଏପରି କି ଅନେକ ଲୋପ ପାଇ ଗଲାଣି। ପାଣି ବଦଳରେ କେଉଁଠି ଅନାବନା ଘାସ, ଲଟା ପରିପୂର୍ଣ୍ଣ ଅଛି ତ ଆଉ କେଉଁଠାରେ ଜଳାଶୟ ଶୁଖିଲା ପଡ଼ିଛି। ସେହିପରି ମଇଳା, ଆବର୍ଜନା ପକାଇବା ଯୋଗୁ କିଛି ଜଳାଶୟ ପୋତି ହୋଇଯାଉଥିବା ବେଳେ ଶୁଖିଲା ପଡ଼ିଥିବା କେତେକ ବନ୍ଧକଟା ଏବେ ପିଲାଙ୍କ କ୍ରିକେଟ୍‌ ପିଚ୍‌ ପାଲଟିଛି। ଏପରି କି କିଛି ନିର୍ଦ୍ଦିଷ୍ଟ ଜଳାଶୟକୁ ପୋତି ଦେଇ ତାକୁ ବିକ୍ରି କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଥିବାବେଳେ ଯେଉଁ ଅଳ୍ପ କେତେକ ଜଳାଶୟରେ ପାଣି ରହିଛି, ତାହା ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରୁ ନ ଥିବା ସହରବାସୀ କହିଛନ୍ତି। ଏଭଳିସ୍ଥଳେ ଜଳସ୍ତର ହ୍ରାସ ପାଉଥିବାବେଳେ ପୂର୍ବାପେକ୍ଷା ସହରରେ ଅଧିକ ତାତି ଅନୁଭୂତ ହେବା ସାଙ୍ଗକୁ ଜଳକଷ୍ଟ ମଧ୍ୟ ବଢ଼ିବାରେ ଲାଗିଛି।

ଏମାନେ କୁହନ୍ତି

ପ୍ରଶାସନ ନୀରବଦ୍ରଷ୍ଟା
ବରଗଡ଼ ସହରରେ ଯେଉଁସବୁ ଜଳାଶୟ ରହିଥିଲା, ସମଗ୍ର ବରଗଡ଼ବାସୀଙ୍କ ପାଇଁ ତହିଁର ପାଣି ବ୍ୟବହାର ଉପଯୋଗୀ ହେଉଥିଲା। ଏପରି କି ସହରବାସୀ ଖରାମାସରେ ସେହି ଜଳାଶୟଗୁଡ଼ିକରେ କେନାଲର ପାଣିକୁ ଭର୍ତ୍ତି କରି ରଖୁଥିଲେ। କାଳକ୍ରମେ ପ୍ରଶାସନର ଅବହେଳା ଯୋଗୁ ସେହି ବନ୍ଧ,କଟାସବୁ ପୋତି ହୋଇଗଲା। ବର୍ତ୍ତମାନ କିଛି ଦୁର୍ବୃତ୍ତ ଜୋର୍‌ ଜବରଦସ୍ତ ଜଳାଶୟକୁ ପୋତି ବିକ୍ରି ମଧ୍ୟ କରି ଦେଲେଣି। ତଥାପି ପ୍ରଶାସନ ନୀରବଦ୍ରଷ୍ଟା ରହିବା ଦୁର୍ଭାଗ୍ୟଜନକ।
-ସୁରେନ୍ଦ୍ର ପଣ୍ଡା, ବରିଷ୍ଠ ଆଡ୍‌ଭୋକେଟ୍‌, ବରଗଡ଼
ପୁନରୁଦ୍ଧାର ଜରୁରୀ
ଆଗକାଳ ଲୋକେ ସହରର ସବୁଆଡ଼େ ବହୁ ପରିଶ୍ରମ କରି ବନ୍ଧ, କଟା ଖୋଳିଥିଲେ। ସହରରେ ପାଣିର ଅଭାବ ନ ଥିଲା। ହେଲେ ଏବେ ଯେଉଁ ବନ୍ଧ, କଟାକୁ ଦେଖିଲେ, ତାହା ଶୁଖିଲା ପଡ଼ିଛି। ଘାସ, ଲଟାରେ ତାହା ପୂରି ରହିଛି। ସେଠାରେ କେତେକ ଲୋକ ମଇଳା, ଆବର୍ଜନା ମଧ୍ୟ ପକାଉଛନ୍ତି। କେବଳ ସେତିକି ନୁହେଁ, ସେଗୁଡ଼ିକ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଅନ୍ୟପଟେ ସହରରେ ପାଣି ସମସ୍ୟା ଲାଗି ରହିଛି। ଏହାସତ୍ତ୍ୱେ ବନ୍ଧ,କଟାର ପୁନରୁଦ୍ଧାର କରାଯାଉ ନାହିଁ। ଏଭଳି ସ୍ଥିତିରେ ସବୁ ବନ୍ଧ, କଟାର ପୁନରୁଦ୍ଧାର କରାଯିବା ଜରୁରୀ ହୋଇ ପଡ଼ିଛି।
-ଶିବାନନ୍ଦ ମଟାରୀ, ସାମାଜିକ କର୍ମୀ, ବରଗଡ଼
ଇଚ୍ଛାଶକ୍ତିର ଅଭାବ
ବରଗଡ଼ ସହରର ପ୍ରତ୍ୟେକ ବନ୍ଧ, କଟା ଶୁଖିଲା ପଡ଼ିଛି। ଏଠାରେ ପାଣି ଭର୍ତ୍ତି କରିବା ପାଇଁ ଅନେକ ସାଧନ ରହିଛି। ସହର ଦେଇ ବରଗଡ଼-ଭେଡ଼େନ କେନାଲ ଯାଇ ଥିବାବେଳେ ଜୀରାନଦୀ ମଧ୍ୟ ପ୍ରବାହିତ ହେଉଛି। ଫଳରେ ଶୁଖିଲା ବନ୍ଧ, କଟାରେ ପାଣି ଭର୍ତ୍ତି କରାଯାଇ ପାରିବ। କିନ୍ତୁ ସେଥିପ୍ରତି ପ୍ରଶାସନିକ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ପ୍ରଶାସନିକ ଅଧିକାରୀମାନେ ଆଖିବୁଜି ଦେଇଥିବାବେଳେ ଉଭୟ ଶାସକ, ବିରୋଧୀ ଦଳ ନେତା ମଧ୍ୟ ଚୁପ୍‌ ରହିବା ବିଡ଼ମ୍ବନାର ବିଷୟ। ଅପରପକ୍ଷେ ଅନ୍ୟ କାମଗୁଡ଼ିକରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବନ୍ଧ, କଟାକୁ ଲୋକେ ମାଡ଼ି ବସୁଛନ୍ତି।
-ରାଜେନ୍ଦ୍ର ସିକନ୍ଦର, ସଚେତନ ନାଗରିକ, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri