ଜଳସମ୍ପଦ-ଏନ୍‌ଆଇଓଟି ଏମ୍‌ଓୟୁକୁ ବର୍ଷେ: କାର୍ଯ୍ୟକାରୀ ହୋଇନାହିଁ

କେନ୍ଦ୍ରାପଡ଼ା,୪ା୯(ଜଗନ୍ନାଥ ଧଳ): ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୌଗିକ ସଂସ୍ଥାନ (ଏନ୍‌ଆଇଓଟି) ମଧ୍ୟରେ ୨୦୨୨ ଅଗଷ୍ଟ ୧୦ରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଓ ଏନ୍‌ଆଇଓଟି ନିର୍ଦ୍ଦେଶକ ଡ. ଜି.ଏ. ରାମଦାସ ଏହି ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି। ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ରତଟ ଓ ଲୁଣାବନ୍ଧର ସୁରକ୍ଷା ହେବ ବୋଲି ଏଥିରେ ଉଲ୍ଲେଖ ଅଛି। ଏହି ଏମ୍‌ଓୟୁକୁ ଇତିମଧ୍ୟରେ ୧ ବର୍ଷରୁ ଅଧିକ ହୋଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲାରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଜୋନ୍‌ର ସୁରକ୍ଷା ଆବଶ୍ୟକ। ବନ୍ୟା, ସାମୁଦ୍ରିକ ଝଡ଼ ସହିତ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏଥିରୁ ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି। ଏହାସହ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। ଏଥିସହିତ ୧୯୯୧, ୨୦୧୧ ଓ ୨୦୧୯ରେ ଉପକୂଳ ପରିଚାଳନା ଜୋନ୍‌(ସିଆର୍‌ଜେଡ୍‌) ଚିହ୍ନଟ ହୋଇ ନୋଟିଫିକେଶନ ହୋଇଛି। ଏହାସତ୍ତ୍ୱେ ରାଜ୍ୟର କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ତଟାଞ୍ଚଳ ସୁରକ୍ଷିତ ନୁହେଁ। ୨୦୨୨ରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି (କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ନିର୍ଦ୍ଦେଶକ ସଞ୍ଜୟ କୁମାର ଝାଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନ ନ ଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏହାର ସୁଫଳ ମିଳୁ ନ ଥିବା ଉଲ୍ଲେଖ ହୋଇଛି।
ସିଏଜି ରିପୋର୍ଟ ଅନୁଯାୟୀ, ତଟାଞ୍ଚଳରେ ଶିଳ୍ପାଞ୍ଚଳ ବିକଶିତ ହୋଇଛି। ସେହିପରି ଚିଙ୍ଗୁଡ଼ିଘେରି, ବହୁମାତ୍ରାରେ ବସବାସ ବଢ଼ିଛି। ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇଛି। ପାରାଦୀପ ଓ ଧାମରା ମଧ୍ୟରେ ଥିବା ଉପକୂଳ ଅଞ୍ଚଳର ପରିବେଶ ନିରୀକ୍ଷଣ ପାଇଁ ୨୦୧୩ରୁ ୨୦୧୫ ମଧ୍ୟରେ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୧୯ଟି ପରୀକ୍ଷାଗାର ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। ଏହି ପରୀକ୍ଷାଗାର ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯିବା କଥା। ମାତ୍ର ଏହି ବୋର୍ଡ ୩୩ରୁ ୫୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି। ଜଳ ଓ ବାୟୁର ମାନ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ବହୁ ପଛୁଆ ଅଛି। ୨୦୧୬ରୁ ୨୦୧୮ ମଧ୍ୟରେ ରାଜନଗର ମ୍ୟାନ୍‌ଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ସମୟରେ ଶୂନ୍‌ରୁ ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ପେଣ୍ଠଠାରେ ପ୍ରାୟ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ୍‌ ବନ୍ଧ ନିର୍ମାଣ ହୋଇଥିଲା। ମାତ୍ର ଏହି ୱାଲ୍‌ର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲି ଯାଉଛି। ୨୦୧୮ରେ ଏହି ଟ୍ୟୁବ୍‌ୱାଲର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏଥିସହ ୨୦୧୯ ଅଗଷ୍ଟରେ ଟ୍ୟୁବ୍‌ୱାଲରେ ନିଅଁା ଲାଗିଥିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟ ବହୁ ପ୍ରଶ୍ନ ଉଠାଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୭୪୪.୩୭ କିମିର ଲୁଣା ତଟବନ୍ଧ ଅଛି। ଏହି ବନ୍ଧ ଅସୁରକ୍ଷିତ ଥିବାରୁ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶିଆସୁଛି। ଏଥିସହ ଜିଲାରେ ମୋଟ ୬୪ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri