ତୁଟୁନାହିଁ ପାଣି ସମସ୍ୟା

ନୟାଗଡ଼ ଅଫିସ,୨୩ା୩: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକର ବଣବାଣପୁରଠାରେ ଥିବା ପାନୀୟଜଳ ପ୍ରକଳ୍ପର ପାଣି ପମ୍ପ ପାଖରେ ମହାନଦୀର ଜଳଧାର ଶୁଖିଯିବା ଓ ୨ଟି ପାଣିପମ୍ପ ଅଚଳ ହୋଇ ଯିବା ପରେ ନୟାଗଡ଼ ସହରରେ ପାନୀୟ ଜଳ ସମସ୍ୟା ଉକତ୍ଟ ହୋଇଛି। ପାଣିପମ୍ପ ଅଚଳ ହେଲେ ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ। କୋଲକତା ଅଥବା ପୁନେରୁ ପାଟର୍ସ ଆସିବା ଓ ବାହାରୁ କାରିଗର ଆସି ମରାମତି କରିବା ପରେ ପାଣିପମ୍ପ ସଚଳ ହୋଇଥାଏ । ଏପରି ଦୁଇଟି ସମସ୍ୟା ଯୋଗୁ ନୟାଗଡ଼ ସହରରେ ୧୧ ଦିନ ହେଲା ପାଣି ପାଇଁ ହାହାକାର ପଡ଼ିଛି । ୫ଦିନ ଭିତରେ ଗୋଟିଏ ପାଣିପମ୍ପ ମରାମତି ହେବା ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପରେ ମଧ୍ୟ ପାଣି ସମସ୍ୟା ଦୂର ହୋଇ ପାରିଲାନି। ସେହିପରି ପାଣିପମ୍ପ ପାଖରେ ମହାନଦୀର ଜଳସ୍ତର ଶୁଖି ଯାଇଛି । ସହରକୁ ପାଣି ଯୋଗାଇବାକୁ ହେଲେ ପାଣିପମ୍ପ ପାଖକୁ ମହାନଦୀର ଜଳଧାର ଆସିବା ଦରକାର । ଏଣୁ ମହାନଦୀ ଭିତରୁ ପାଣି ଏକ ଧାରରେ ଆଣିବା ପାଇଁ ଯନ୍ତ୍ର ବିନିଯୋଗ କରି ମହାନଦୀର ବାଲି ଖନନ ଚାଲିଛି । ପ୍ରାୟ ୨କିମି ଖନନ କରାଗଲେ ପାଣିପମ୍ପ ପାଖକୁ ମହାନଦୀର ଜଳ ଧାର ପହଞ୍ଚିବ । ପରେ ପାଣି ଯୋଗାଣ ହେବ। ଇତିମଧ୍ୟରେ ଅନ୍ୟ ପାଣିପମ୍ପଟି ସଚଳ ହୋଇ ଯାଇଛି। ପାଣିପମ୍ପ ପାଖରେ ଜଳଧାର ପହଞ୍ଚିବା ପରେ ସହରକୁ ପାଣି ଯୋଗାଣରେ ପରିସ୍ଥିତି ସୁଧୁରିବ ବୋଲି କୁହାଯାଉଛି ।
ସହରବାସୀଙ୍କ ଅଭିଯୋଗ ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ହେଲେ ନୟାଗଡ଼ ସହରରୁ ପାନୀୟ ଜଳ ସମସ୍ୟା ହଟି ପାରିଲାନି । ସହରର ସବୁ ୱାର୍ଡରେ ପାଇପଲାଇନ୍‌ ନାହିଁ । ପୁରୁଣା ଏନଏସି ଅଞ୍ଚଳରେ ଥିବା ପାଇପ ଲାଇନ୍‌ରେ ଦିନକୁ ଥରେ ଅର୍ଥାତ୍‌ ପୂର୍ବାହ୍ନରେ ପାଣି ଆସିଥାଏ। ଏହି ପାଣି କେତେବେଳେ ଆସେ ଲୋକମାନେ ସାଧାରଣତଃ ଜାଣି ପାରି ନ ଥାନ୍ତି । ପାଣି ଯୋଗାଣର ସମୟ ନିଘର୍ର୍ଣ୍ଟ ନ ଥିବାରୁ ସହରବାସୀ ପାଣି ରଖିବା ଓ ସକାଳର ନିତ୍ୟକର୍ମ ପାଇଁ ହଟହଟା ହେଉଛନ୍ତି । ଏପରିକି ଦିନେ ଦିନେ ପାଣି ଆଦୌ ଆସୁନାହିଁ । ନୟାଗଡ଼ ସହରକୁ ମହାନଦୀରୁ ପାଣି ଆସୁଛି । ଖଣ୍ଡପଡ଼ାର ବଣବାଣପୁରଠାରେ ଥିବା ୩ଟି ପାଣିପମ୍ପ ଥିବାବେଳେ ଗୋଟିଏ ଖଣ୍ଡପଡ଼ା ସହର ଓ ୨ଟି ନୟାଗଡ଼ ସହର ପାଇଁ ଉର୍ଦ୍ଦିଷ୍ଟ ରହିଛି। ପାଣିପମ୍ପ ଅଚଳ ହେଲେ, ବିଦ୍ୟୁତ୍‌ ଲାଇନ କଟିଲେ କିମ୍ବା ତାର ଛିଣ୍ଡିଗଲେ ନୟାଗଡ ସହରରେ ପାଣି ସମସ୍ୟା ବଢ଼ି ଚାଲିଛି ।

ମୋଟର ନ ଲଗାଇଲେ ପାଣି ଆସୁନି

ନୟାଗଡ଼ ସହର ପାଇଁ ୩.୦୪ ମିଲିୟନ ଲିଟର (୩୦ ଲକ୍ଷ ୪ ଲିଟର) ପାଣିର ଆବଶ୍ୟକତା ରହିଛି । ହେଲେ୨୭ ଲକ୍ଷ ଲିଟର ପାନୀୟ ଜଳ ପାଇପ ଯୋଗେ ଯୋଗାଣ ହେଉଛି। ଦିନକୁ ଥରେ ଯୋଗାଣ ହେଉଥିବା ପାଣି ସମସ୍ତଙ୍କ ଘରେ ପହଞ୍ଚୁନି। ଉପର ମୁଣ୍ଡରେ ଥିବା ପରିବାର ମୋଟର ଲଗାଇ ପାଣିକୁ ହାଇଜାକ୍‌ କରି ନେଉଛନ୍ତି। ବୁଝିବାରେ ଜଣାପଡିଛି ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଘରେ ମୋଟର ଲଗା ଯାଇଛି। ଆବଶ୍ୟକତାଠାରୁ ଅଧିକ ପାଣି ସ୍ବଳ୍ପ ସମୟ ମଧ୍ୟରେ ସଂଗ୍ରହ କରାଯାଇ ଷ୍ଟକ କରି ରଖୁଛନ୍ତି । ପୁଣି ପାଣିକୁ ବିଭିନ୍ନ ସମୟରେ ଅପଚୟ କରୁଥିବା ଦେଖାଯାଉଛି । ଏଣୁ ମୋଟର ଲଗାଇ ନ ଥିବା ଗା୍ରହକମାନେ ପାଣି ନ ପାଇ ହଟହଟା ହେଉଛନ୍ତି । ବେଆଇନ ମୋଟର ବ୍ୟବହାର ନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ନାହିଁ କି ଚଢ଼ାଉ ନାହିଁ । ଏଣୁ ସହରରେ କୁତ୍ରିମ ପାନୀୟ ଜଳ ସଙ୍କଟ ଦେଖା ଦେଇଛି ।

୨୦୨୪ ଖରାକୁ ଅପେକ୍ଷା

ନୟାଗଡ଼ ଜନସ୍ବାସ୍ଥ୍ୟ ସବ୍‌ଡିଭଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଯେର୍ର୍‌ୟାଧନ ସାହୁ କୁହନ୍ତି, ମହାନଦୀରୁ ଜଳଯୋଗାଣ ପରେ ପାନୀୟ ଜଳକଷ୍ଟ ସମସ୍ୟାରେ ସୁଧାର ଆସିଛି । ହେଲେ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଣ ହୋଇ ପାରୁନି । ସହରର ପରିସୀମା ବଢ଼ିଛି। ଏନଏସିରୁ ମ୍ୟୁନିସିପାଲିଟି ହୋଇଛି । ଉପଭୋକ୍ତା ବଢ଼ିଛନ୍ତି । ହେଲେ ପ୍ରକଳ୍ପ ବଦଳିନି । ନୂଆ ପ୍ରକଳ୍ପ ୫୨ କୋଟି ଟଙ୍କାର କାମ ଚାଲିଛି। ସହରକୁ ପାଣି ଯୋଗାଣ ପାଇଁ ୩ଟି ଜୋନରୁ ୯ଟି ଜୋନ୍‌ କରାଯାଇଛି । ପାଣି ନ ଆସିଲେ ଗୋଟିଏ ଦିନ ପାଇଁ ପାଣି ଗଚ୍ଛିତ ରଖାଯିବାର ବ୍ୟବସ୍ଥା ହୋଇଛି । ସବୁ ଅଞ୍ଚଳରେ ପାଇପ୍‌ ଲାଇନ ପଡିବ। ସବୁ ଲୋକେ ପାଣି ପାଇ ପାଇବେ । ତେବେ ୨୦୨୪ ଗ୍ରୀଷ୍ମଋତୁ ପୂର୍ବରୁ ନୂଆ ପ୍ରକଳ୍ପ କାମ ଶେଷ ହେବନି । କାମ ଯେତେ ଯୁଦ୍ଧକାଳୀନ ଭିତ୍ତିରେ ହେଲେ ମଧ୍ୟ ଚଳିତ ବର୍ଷ ପାଣି ଯୋଗାଣ ହୋଇ ପାରିନି। ୨୦୨୪ରେ ନୂଆ ପ୍ରକଳ୍ପରୁ ପାନୀୟ ଜଳ ମିଳିବ । ଅନ୍ୟପକ୍ଷେ ମହାନଦୀର ଜଳଧାର ଶୁଖିଯିବା, ୨ଟି ପାଣିପମ୍ପ ଅଚଳ ହେବା, କାଳ ବୈଶାଖୀ ଯୋଗୁ ବାରମ୍ବାର ବିଦ୍ୟୁତ୍‌ କାଟ, ତାର ଛିଣ୍ଡିବା ନୟାଗଡ଼ରେ ପାଣି ସମସ୍ୟା ସୃଷ୍ଟି କରିଛି । ମହାନଦୀରୁ ଜଳଧାର ଖୋଳା ଚାଲିଛି । ୨ଟି ପାଣିପମ୍ପ ମରାମତି ହୋଇ ସାରିଲାଣି । ପ୍ରକଳ୍ପ ଯୋଗେ ବୁଧବାରଠାରୁ ପୁଣି ପାଣି ଯୋଗାଣ ପାଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri