ତୁଟୁନାହିଁ ପାଣି ସମସ୍ୟା

ନୟାଗଡ଼ ଅଫିସ,୨୩ା୩: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକର ବଣବାଣପୁରଠାରେ ଥିବା ପାନୀୟଜଳ ପ୍ରକଳ୍ପର ପାଣି ପମ୍ପ ପାଖରେ ମହାନଦୀର ଜଳଧାର ଶୁଖିଯିବା ଓ ୨ଟି ପାଣିପମ୍ପ ଅଚଳ ହୋଇ ଯିବା ପରେ ନୟାଗଡ଼ ସହରରେ ପାନୀୟ ଜଳ ସମସ୍ୟା ଉକତ୍ଟ ହୋଇଛି। ପାଣିପମ୍ପ ଅଚଳ ହେଲେ ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ। କୋଲକତା ଅଥବା ପୁନେରୁ ପାଟର୍ସ ଆସିବା ଓ ବାହାରୁ କାରିଗର ଆସି ମରାମତି କରିବା ପରେ ପାଣିପମ୍ପ ସଚଳ ହୋଇଥାଏ । ଏପରି ଦୁଇଟି ସମସ୍ୟା ଯୋଗୁ ନୟାଗଡ଼ ସହରରେ ୧୧ ଦିନ ହେଲା ପାଣି ପାଇଁ ହାହାକାର ପଡ଼ିଛି । ୫ଦିନ ଭିତରେ ଗୋଟିଏ ପାଣିପମ୍ପ ମରାମତି ହେବା ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପରେ ମଧ୍ୟ ପାଣି ସମସ୍ୟା ଦୂର ହୋଇ ପାରିଲାନି। ସେହିପରି ପାଣିପମ୍ପ ପାଖରେ ମହାନଦୀର ଜଳସ୍ତର ଶୁଖି ଯାଇଛି । ସହରକୁ ପାଣି ଯୋଗାଇବାକୁ ହେଲେ ପାଣିପମ୍ପ ପାଖକୁ ମହାନଦୀର ଜଳଧାର ଆସିବା ଦରକାର । ଏଣୁ ମହାନଦୀ ଭିତରୁ ପାଣି ଏକ ଧାରରେ ଆଣିବା ପାଇଁ ଯନ୍ତ୍ର ବିନିଯୋଗ କରି ମହାନଦୀର ବାଲି ଖନନ ଚାଲିଛି । ପ୍ରାୟ ୨କିମି ଖନନ କରାଗଲେ ପାଣିପମ୍ପ ପାଖକୁ ମହାନଦୀର ଜଳ ଧାର ପହଞ୍ଚିବ । ପରେ ପାଣି ଯୋଗାଣ ହେବ। ଇତିମଧ୍ୟରେ ଅନ୍ୟ ପାଣିପମ୍ପଟି ସଚଳ ହୋଇ ଯାଇଛି। ପାଣିପମ୍ପ ପାଖରେ ଜଳଧାର ପହଞ୍ଚିବା ପରେ ସହରକୁ ପାଣି ଯୋଗାଣରେ ପରିସ୍ଥିତି ସୁଧୁରିବ ବୋଲି କୁହାଯାଉଛି ।
ସହରବାସୀଙ୍କ ଅଭିଯୋଗ ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ହେଲେ ନୟାଗଡ଼ ସହରରୁ ପାନୀୟ ଜଳ ସମସ୍ୟା ହଟି ପାରିଲାନି । ସହରର ସବୁ ୱାର୍ଡରେ ପାଇପଲାଇନ୍‌ ନାହିଁ । ପୁରୁଣା ଏନଏସି ଅଞ୍ଚଳରେ ଥିବା ପାଇପ ଲାଇନ୍‌ରେ ଦିନକୁ ଥରେ ଅର୍ଥାତ୍‌ ପୂର୍ବାହ୍ନରେ ପାଣି ଆସିଥାଏ। ଏହି ପାଣି କେତେବେଳେ ଆସେ ଲୋକମାନେ ସାଧାରଣତଃ ଜାଣି ପାରି ନ ଥାନ୍ତି । ପାଣି ଯୋଗାଣର ସମୟ ନିଘର୍ର୍ଣ୍ଟ ନ ଥିବାରୁ ସହରବାସୀ ପାଣି ରଖିବା ଓ ସକାଳର ନିତ୍ୟକର୍ମ ପାଇଁ ହଟହଟା ହେଉଛନ୍ତି । ଏପରିକି ଦିନେ ଦିନେ ପାଣି ଆଦୌ ଆସୁନାହିଁ । ନୟାଗଡ଼ ସହରକୁ ମହାନଦୀରୁ ପାଣି ଆସୁଛି । ଖଣ୍ଡପଡ଼ାର ବଣବାଣପୁରଠାରେ ଥିବା ୩ଟି ପାଣିପମ୍ପ ଥିବାବେଳେ ଗୋଟିଏ ଖଣ୍ଡପଡ଼ା ସହର ଓ ୨ଟି ନୟାଗଡ଼ ସହର ପାଇଁ ଉର୍ଦ୍ଦିଷ୍ଟ ରହିଛି। ପାଣିପମ୍ପ ଅଚଳ ହେଲେ, ବିଦ୍ୟୁତ୍‌ ଲାଇନ କଟିଲେ କିମ୍ବା ତାର ଛିଣ୍ଡିଗଲେ ନୟାଗଡ ସହରରେ ପାଣି ସମସ୍ୟା ବଢ଼ି ଚାଲିଛି ।

ମୋଟର ନ ଲଗାଇଲେ ପାଣି ଆସୁନି

ନୟାଗଡ଼ ସହର ପାଇଁ ୩.୦୪ ମିଲିୟନ ଲିଟର (୩୦ ଲକ୍ଷ ୪ ଲିଟର) ପାଣିର ଆବଶ୍ୟକତା ରହିଛି । ହେଲେ୨୭ ଲକ୍ଷ ଲିଟର ପାନୀୟ ଜଳ ପାଇପ ଯୋଗେ ଯୋଗାଣ ହେଉଛି। ଦିନକୁ ଥରେ ଯୋଗାଣ ହେଉଥିବା ପାଣି ସମସ୍ତଙ୍କ ଘରେ ପହଞ୍ଚୁନି। ଉପର ମୁଣ୍ଡରେ ଥିବା ପରିବାର ମୋଟର ଲଗାଇ ପାଣିକୁ ହାଇଜାକ୍‌ କରି ନେଉଛନ୍ତି। ବୁଝିବାରେ ଜଣାପଡିଛି ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଘରେ ମୋଟର ଲଗା ଯାଇଛି। ଆବଶ୍ୟକତାଠାରୁ ଅଧିକ ପାଣି ସ୍ବଳ୍ପ ସମୟ ମଧ୍ୟରେ ସଂଗ୍ରହ କରାଯାଇ ଷ୍ଟକ କରି ରଖୁଛନ୍ତି । ପୁଣି ପାଣିକୁ ବିଭିନ୍ନ ସମୟରେ ଅପଚୟ କରୁଥିବା ଦେଖାଯାଉଛି । ଏଣୁ ମୋଟର ଲଗାଇ ନ ଥିବା ଗା୍ରହକମାନେ ପାଣି ନ ପାଇ ହଟହଟା ହେଉଛନ୍ତି । ବେଆଇନ ମୋଟର ବ୍ୟବହାର ନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ନାହିଁ କି ଚଢ଼ାଉ ନାହିଁ । ଏଣୁ ସହରରେ କୁତ୍ରିମ ପାନୀୟ ଜଳ ସଙ୍କଟ ଦେଖା ଦେଇଛି ।

୨୦୨୪ ଖରାକୁ ଅପେକ୍ଷା

ନୟାଗଡ଼ ଜନସ୍ବାସ୍ଥ୍ୟ ସବ୍‌ଡିଭଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଯେର୍ର୍‌ୟାଧନ ସାହୁ କୁହନ୍ତି, ମହାନଦୀରୁ ଜଳଯୋଗାଣ ପରେ ପାନୀୟ ଜଳକଷ୍ଟ ସମସ୍ୟାରେ ସୁଧାର ଆସିଛି । ହେଲେ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଣ ହୋଇ ପାରୁନି । ସହରର ପରିସୀମା ବଢ଼ିଛି। ଏନଏସିରୁ ମ୍ୟୁନିସିପାଲିଟି ହୋଇଛି । ଉପଭୋକ୍ତା ବଢ଼ିଛନ୍ତି । ହେଲେ ପ୍ରକଳ୍ପ ବଦଳିନି । ନୂଆ ପ୍ରକଳ୍ପ ୫୨ କୋଟି ଟଙ୍କାର କାମ ଚାଲିଛି। ସହରକୁ ପାଣି ଯୋଗାଣ ପାଇଁ ୩ଟି ଜୋନରୁ ୯ଟି ଜୋନ୍‌ କରାଯାଇଛି । ପାଣି ନ ଆସିଲେ ଗୋଟିଏ ଦିନ ପାଇଁ ପାଣି ଗଚ୍ଛିତ ରଖାଯିବାର ବ୍ୟବସ୍ଥା ହୋଇଛି । ସବୁ ଅଞ୍ଚଳରେ ପାଇପ୍‌ ଲାଇନ ପଡିବ। ସବୁ ଲୋକେ ପାଣି ପାଇ ପାଇବେ । ତେବେ ୨୦୨୪ ଗ୍ରୀଷ୍ମଋତୁ ପୂର୍ବରୁ ନୂଆ ପ୍ରକଳ୍ପ କାମ ଶେଷ ହେବନି । କାମ ଯେତେ ଯୁଦ୍ଧକାଳୀନ ଭିତ୍ତିରେ ହେଲେ ମଧ୍ୟ ଚଳିତ ବର୍ଷ ପାଣି ଯୋଗାଣ ହୋଇ ପାରିନି। ୨୦୨୪ରେ ନୂଆ ପ୍ରକଳ୍ପରୁ ପାନୀୟ ଜଳ ମିଳିବ । ଅନ୍ୟପକ୍ଷେ ମହାନଦୀର ଜଳଧାର ଶୁଖିଯିବା, ୨ଟି ପାଣିପମ୍ପ ଅଚଳ ହେବା, କାଳ ବୈଶାଖୀ ଯୋଗୁ ବାରମ୍ବାର ବିଦ୍ୟୁତ୍‌ କାଟ, ତାର ଛିଣ୍ଡିବା ନୟାଗଡ଼ରେ ପାଣି ସମସ୍ୟା ସୃଷ୍ଟି କରିଛି । ମହାନଦୀରୁ ଜଳଧାର ଖୋଳା ଚାଲିଛି । ୨ଟି ପାଣିପମ୍ପ ମରାମତି ହୋଇ ସାରିଲାଣି । ପ୍ରକଳ୍ପ ଯୋଗେ ବୁଧବାରଠାରୁ ପୁଣି ପାଣି ଯୋଗାଣ ପାଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri