ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ ସମେତ ଜଗତ୍‌ସିଂହପୁର ଜିଲା ପାଇଁ ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ଶୁଖିଲା ପଡ଼ିଛି। ଏପରିକି କେତେକ ସ୍ଥାନରେ ପାଣି ଶୁଖି ମାଟି ଫାଟିଯାଇଛି। ଆଉ କେତେକ ସ୍ଥାନରେ ଘାସବଣ ହୋଇଗଲାଣି। ତାଳଦଣ୍ଡା କେନାଲ ଶୁଖିଯିବା ଯୋଗୁ ଅଧିକ ପ୍ରଭାବିତ ହେଉଛି ପାରାଦୀପ ବନ୍ଦର ସହର। ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଜଳାଶୟରେ ଆଉ ପାଣି ନାହିଁ। ଯେଉଁ ସ୍ବଳ୍ପ ପାଣି ଅଛି ତାକୁ କାଟଛାଣ୍ଟ କରି ଯୋଗାଣ କରାଯାଉଛି। ସମାନ ଅବସ୍ଥା ସବୁ ଶିଳ୍ପ ସଂସ୍ଥା ଓ ତାଙ୍କ ଟାଉନଶିପ୍‌ ଅଞ୍ଚଳରେ ହେଲାଣି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଓ ଅନ୍ୟ ବୃହତ୍‌ ଶିଳ୍ପସଂସ୍ଥା ପାଇଁ ଦୈନିକ ୭ରୁ ୮ ଗ୍ୟାଲନ ପାଣି ଆବଶ୍ୟକ ହେଉଛି। ଉକ୍ତ ପାଣି ମହାନଦୀ କଟକ କାଠଯୋଡ଼ି ଆନିକଟରୁ ତାଳଦଣ୍ଡା କେନାଲ ଦେଇ ପାରାଦୀପ ଆସିଥାଏ। ପାରାଦୀପ ବନ୍ଦର ତା’ର ୧୭୫ ଏକର ବିଶିଷ୍ଟ ଜଳାଶୟରେ ତାକୁ ସଂରକ୍ଷିତ ରଖିବା ସହ ଜଳ ବିଶୋଧନକରି ଯୋଗାଣ କରିଥାଏ। ସେହିପରି ଅନ୍ୟ ଶିଳ୍ପସଂସ୍ଥା ଏହିପରି ଭାବେ ପାଣି ବ୍ୟବହାର କରିଥାନ୍ତି। ପାରାଦୀପ ବନ୍ଦର ଜଳାଶୟ ଜଳଧାରଣ କ୍ଷମତା ୬ ମାସ ପାଇଁ ରହୁଥିଲା। ଏବେ ସେହି ଜଳାଶୟ ପୋତି ହୋଇଯିବା ଯୋଗୁ ଜଳଧାରଣ କ୍ଷମତା ହ୍ରାସ ପାଇଛି। ତାକୁ ଖନନ କରିବାକୁ ବନ୍ଦର କର୍ତ୍ତୃପକ୍ଷ ଅନେକ ଥର ଚେଷ୍ଟା କରିଛନ୍ତି। ତାହା ସମ୍ଭବ ହେଉନାହିଁ। କାରଣ ଭୂତଳ ଜଳ ହ୍ରାସ ଯୋଗୁ ଖନନକଲେ ଲୁଣି ପାଣି ବାହାରିବା ସମ୍ଭାବନା ରହିଛି। ୧୯୭୯ରୁ ପାରାଦୀପ ପୌର ପରିଷଦ ସ୍ବତନ୍ତ୍ର ଜଳାଶୟ ନିର୍ମାଣ କରିବାକୁ ଆଲୋଚନା ହେଉଛି। ଏ ପର୍ଯ୍ୟନ୍ତ ତାହା ହୋଇନାହିଁ। କାରଣ ଜାଗା ନାହିଁ। ପୂର୍ବ ସରକାର ମହାନଦୀର ଭୂତମୁଣ୍ଡାଇଠାରେ ଗୋଟିଏ ଆନିକଟ କରିବେ ବୋଲି ଘୋଷଣା କରିଥିଲେ। ନୂଆ ସରକାର ଆସିଲା ପରେ ସେହି ଘୋଷଣା ଆଉ ଚର୍ଚ୍ଚା ହେଉନାହିଁ। ଏମିତି ବିଧି ବ୍ୟବସ୍ଥା ମଧ୍ୟରେ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପରେ ଜଳସଙ୍କଟ ଲାଗି ରହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ (ତାଳଦଣ୍ଡା କେନାଲ ଦାୟିତ୍ୱ) ଅଶ୍ୱିନୀ କୁମାର ସେନାପତିଙ୍କୁ ପଚାରବାରେ କେନାଲ ନବୀକରଣ କାମ ୧୨ବର୍ଷ ହେଲା ଚାଲିଛି। ଏବେ ସୁଦ୍ଧା କାମ ସରି ଯିବା କଥା। କେତେକ ଘଟଣାକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚତ୍ ଯିବାରୁ କାମ ଆଗେଇପାରୁନାହିଁ। ଅପରପକ୍ଷେ ପାରାଦୀପ ଜଳାଭାବ ପୂରଣ କରିବାକୁ ଆମେ ରାହାମା ପାଖ ଚୌଧୁରୀଗଡ଼ାଠାରେ ମହାନଦୀରୁ ମଟର ଯୋଗେ ଜଳଯୋଗାଣ କରୁଥିଲୁ। ଏବେ ସେହି ସ୍ଥାନରେ ସରକାର ୫୩୬ କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ୍‌ ଜଳାଶୟ କାର୍ଯ୍ୟ ହେଉଛି। ସେଥିପାଇଁ ସେଠାରେ ପାଣି ଉଠେଇ ହେଉନାହିଁ। ଅନ୍ୟତମ ବିକଳ୍ପ ଜାଗା ବଡ଼ପାଳଠାରେ ପାଣି ଉଠାଉଥିଲୁ। ସେଠାରେ ବେଳେବେଳେ ମହାନଦୀରେ ଲୁଣା ପାଣି ଚାଲି ଆସୁଛି। ସେଥିପାଇଁ ପାରାଦୀପ ପାଇଁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ କିଛି ପାଣି ମଟର ଯୋଗେ ଯୋଗାଣ କରିବାକୁ ପ୍ରସ୍ତୁତି ଚାଲିଛି। ଆସନ୍ତା ମେ ମାସ ବେଳକୁ ପର୍ଯ୍ୟାପ୍ତ ପାଣି କେନାଲରେ ଛଡ଼ାଯିବ ବୋଲି ଖସଡ଼ା କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri