ବରକୋଳି ଗୁମା ଗ୍ରାମରେ ପାଣି ସମସ୍ୟା ଉତ୍କଟ

ଧରାକୋଟ,୧୬ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଗାଁର ପ୍ରତ୍ୟେକ ପରିବାରକୁ ଡ୍ରିଙ୍କ ଫର ଟେପ ଯୋଜନାରେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଯୋଗୁ ପିଇବା ପାଣି ପାଇଁ ଡହକବିକଳ ହେଉଛନ୍ତି ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତର ହରିଜନ ବହୁଳ ଗ୍ରାମ ବରକୋଳି ଗୁମାର ଲୋକେ। ଗଁାରେ ୭୦ ପରିବାରର ପ୍ରାୟ ୭୦୦ ଲୋକ। ଏହି ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି। ଗାଁ ଆରମ୍ଭରେ ରହିଥିବା ନଳକୂପରେ ପାଣି ନଥିବା ଯୋଗୁ ଏହା ଅଦରକାରୀ ହୋଇ ପଡ଼ିଛି। ଆଖ ପାଖରେ ଦଶରୁ ଅଧିକ ନଳକୂପ ଖୋଳା ଯାଇଥିଲେ ମଧ୍ୟ ପାଣି ବାହାରୁନାହିଁ । ଗାଁ ଠାରୁ ତିନିଶହ ମିଟର ଦୂରରେ ଥିବା ପୋଖରୀରେ ଲୋକେ ଗାଧୁଆ ପାଧୁଆ କରୁଥିବା ବେଳେ ଏକ କିମି ଦୂରରେ ଥିବା ଡାକିବଜା ଓ ଚାଞ୍ଚରା ପଲି ଗାଁର ନଳକୂପରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି। ସମଗ୍ର ଗାଁର ପୁରୁଷ ଓ ମହିଳା ଦିନ ମଜୁରିଆ । ନିଜର ନିତିଦିନିଆ ଗୁଜରାଣ ମେଣ୍ଟାଇବା ପାଇଁ ସେମାନେ ଅନ୍ୟର ଚାଷ ଜମି ଓ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି। ହେଲେ ପିଇବା ପାଣି ସମସ୍ୟା ସେମାନଙ୍କ ନିତିଦିନିଆ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ସୃଷ୍ଟି କରୁଛି। ଘଟଣା ସମ୍ପର୍କରେ ରୁଗୁମୁ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ଗ୍ରାମରେ ଜଳସ୍ତର ନାହିଁ, ନିକଟସ୍ଥ ବେଠୁଆର ଗ୍ରାମର ଇଣ୍ଟେକ ୱେଲ୍‌ରୁ ପାଇପ୍‌ ଲାଇନ ବିଛାଇ ପାଣି ଆଣିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ପଞ୍ଚାୟତରେ ନିର୍ଦ୍ଧାରଣ ହୋଇଛି। ଫାଇଲ ନିର୍ବାହୀ ଯନ୍ତ୍ରୀଙ୍କଠାରେ ପଡ଼ିରହିଛି। ଘଟଣା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଜିତ କୁମାର ଲଗୁନଙ୍କ ସହ ଯୋଗାଯୋଗ ବେଳେ ଏହି ଗ୍ରାମର ପାଇପ ଲାଇନ ପାଇଁ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏଗାର ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଡିଭିଜନକୁ ପଠାଯାଇଛି। ଏଷ୍ଟିମେଟ୍‌ ବିଭାଗ ତରଫରୁ ଟେଣ୍ଡର ଆହ୍ବାନ କରାଯିବା ଓ ଚୁକ୍ତିନାମା ପରେ କାମ ହେବ ବୋଲି ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri