ଭିସା ଷ୍ଟିଲ୍‌କୁ କାରଣଦର୍ଶାଅ ନୋଟିସ

ଯାଜପୁର,୨୧।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାରଖାନାଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ବାରମ୍ବାର କାରଣଦର୍ଶାଅ ନୋଟିସ ଜାରି ହେଉଛି। ହେଲେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ହେଉ ନ ଥିବାରୁ ସେହି ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେବା ସହିତ ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଏସ୍‌ପିସିବିର ସଦସ୍ୟ ସଚିବ ୧୨ ଦିନ ମଧ୍ୟରେ ଭିସା ଷ୍ଟିଲ କାରଖାନାର ନିର୍ଦ୍ଦେଶକଙ୍କୁ ୨ ଥର କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ପୂର୍ବରୁ ବାୟୁ ପ୍ରଦୂଷଣକୁ ନେଇ ୮ା୮ା୨୦୨୪ରେ ଏବଂ ମଙ୍ଗଳବାର ଜଳ ପ୍ରଦୂଷଣ ଅଭିଯୋଗ ଉପରେ ଏସ୍‌ପିସିବି କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି କାରଣଦର୍ଶାଅ ନୋଟିସରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ଭିସା ଷ୍ଟିଲ କାରଖାନା ନୂତନ ସର୍ଫେସ ରନ୍‌ ଅଫ୍‌ ଟ୍ରିଟ୍‌ମେଣ୍ଟ ସିଷ୍ଟମ(ଏସ୍‌ଆର୍‌ଟିଏସ୍‌) ସ୍ଥାପନ ନ କରି କଳିଙ୍ଗନଗର ଭିସା ଷ୍ଟିଲ ଲିଃ, ଭିସା ସ୍ପେଶିଆଲ ଷ୍ଟିଲ୍‌ ଲିଃ, ଭିସା କୋକ୍‌ ଲିଃ ଆଦି ଚାଲିଥିବା ଉକ୍ତ କାରଣଦର୍ଶାଅ ନୋଟିସରେ ସୂଚନା ମିଳିଛି। ଫଳରେ ଏହି କାରଖାନାର ବିଷାକ୍ତ ପାଣି ପ୍ରତିବର୍ଷ ଚାଷ ଜମିରେ ମାଡୁଛି। ସେହି ପାଣି ପୁଣି ଗଣ୍ଡନାଳା ଦେଇ ପ୍ରବାହିତ ହୋଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଜଳକୁ ଜହର କରୁଛି। ଅଞ୍ଚଳବାସୀ ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ଓ ଏସ୍‌ପିସିବିର ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ମିଳୁନାହିଁ । ଏହି କ୍ରମରେ ଭିସା ଷ୍ଟିଲକୁ ଏସ୍‌ପିସିବିର ପତ୍ରସଂଖ୍ୟା ୧୩୧୭୦/୨୦ା୮ା୨୦୨୪ରେ ୧୫ ଦିନ ମଧ୍ୟରେ ୯ଟି ନିର୍ଦ୍ଦିଷ୍ଟ ସମସ୍ୟା ଓ ଅବ୍ୟବସ୍ଥାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ନଚେତ୍‌ କାରଖାନାକୁ କୌଣସି ସୁଯୋଗ ପ୍ରଦାନ ନ କରି ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜୁଲାଇ ଶେଷ ସପ୍ତାହରେ ଭିସା ଷ୍ଟିଲ କାରଖାନାର ବାୟୁ ଓ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଏସ୍‌ପିସିବି ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ୬ା୮ା୨୦୨୪ରେ ସେଣ୍ଟ୍ରାଲ ଲାବରେଟୋରୀ, ଏସ୍‌ପିସିବିର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଭିସା ଷ୍ଟିଲ୍‌ କାରଖାନା ପରିସରରେ ନିରୀକ୍ଷଣ କରିଥିଲେ। ଏଥିରେ ୦.୪ କି.ମି. ମାଟି ଡ୍ରେନ ସମ୍ପୂର୍ଣ୍ଣ ନ ହେବା, କଞ୍ଚାମାଲ ଫାଟକ ନିକଟସ୍ଥ ରାସ୍ତା କଂକ୍ରିଟୀକରଣ ନ ହେବା, ନୂତନ ଟ୍ରକ ପାର୍କିଂ ଅଞ୍ଚଳରେ ଡ୍ରାଇଭରମାନେ ଗାଧୁଆ ଓ କପଡ଼ା ସଫା କରୁଥିବା ପାଣି ବାହାରକୁ ଛାଡିବା ଫଳରେ ସେଥିରେ ବାୟୋ ମେଡିକାଲ ଅକ୍ସିଜେନ ଡିମାଣ୍ଡ(ବିଓଡି) ନିର୍ଦ୍ଧାରିତଠାରୁ ଲିଟର ପିଛା ୩୦ ମିଲିଗ୍ରାମ ଅଧିକ ରହିଥିବା ଜଣାପଡିଛି। ଏହାବାଦ୍‌ ୨୩ା୯ା୨୦୧୯ରେ କାରଖାନା ପରିସରରେ ନୂତନ ଏସ୍‌ଆରଟିଏସ୍‌ ପ୍ରତିଷ୍ଠା କରିବାକୁ ଭିସା ଷ୍ଟିଲ କର୍ତ୍ତୃପକ୍ଷଙ୍କୁ ଏସ୍‌ପିସିବି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଆଜକୁ ପ୍ରାୟ ୫ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ତାହା ଏଯାଏ ପ୍ରତିଷ୍ଠା ହୋଇପାରିନାହିଁ। ଫଳରେ କାରଖାନା ପରିସର ବର୍ଷାପାଣି ବିନା ଉପଚାରରେ ବାହାରକୁ ଛଡାଯାଇ ତାହା ବିଭିନ୍ନ ଅଞ୍ଚଳକୁ ବିଷାକ୍ତ କରୁଥିବା ଅଭିଯୋଗ ହେଉଛି। କାରଖାନା ପ୍ରତିଷ୍ଠାର ଚୁକ୍ତି ଅନୁସାରେ ଏଭଳି ଅନେକ ସମସ୍ୟା ଅଞ୍ଚଳବାସୀ ଭୋଗୁଥିବା ମତପ୍ରକାଶ ପାଇଛି। ତେଣୁ ତୁରନ୍ତ ଅନ୍ୟାନ୍ୟ ସମସ୍ୟାଗୁଡିକର ସମାଧାନ କରିବା ସହ ଦୈନିକ ୨ ହଜାର ଘନମିଟର କ୍ଷମତା ବିଶିଷ୍ଟ ଏସ୍‌ଆରଟିଏସ୍‌ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସୁକିନ୍ଦା ଖଣି ଅଞ୍ଚଳରେ ପ୍ରାୟ ୧ ଲକ୍ଷ ଲୋକ ବାୟୁ, ଜଳ ଓ ଧୂଳି ଧୂଆଁଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଶିଳ୍ପ ଓ ଖଣି ସଂସ୍ଥାମାନେ ମାଲାମାଲ ହେଉଥିବାବେଳେ ଫଳ ଭୋଗୁଛନ୍ତି କଳିଙ୍ଗନଗରବାସୀ।ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିଭିନ୍ନ ସମୟରେ ସଦସ୍ୟ ସଚିବ କାରଣଦର୍ଶାଅ ନୋଟିସ ଜାରି କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କେଉଁ ଉଦ୍ଦେଶ୍ୟ ରଖି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କାରଣଦର୍ଶାଅ ନୋଟିସ ଅନୁଯାୟୀ ଭିସା ଷ୍ଟିଲ ଉପଯୁକ୍ତ ଭାବେ ପ୍ରତିକାର ବ୍ୟବସ୍ଥା ନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri