ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ ନେଇ ୱାର୍ଡବାସୀଙ୍କ ଯାତାୟାତରେ ସମସ୍ୟା ହେଉଛି। ଗତ କିଛିଦିନ ହେଲା ଏହି ୱାର୍ଡରେ ଆରଡବ୍ଲ୍ୟୁଏସ୍‌ଏସ ବିଭାଗ ପକ୍ଷରୁ ସଂଯୋଗ କରାଯାଇଥିବା ପାଣି ପାଇପ ଫାଟି ଯାଇଥିଲା। ଏ ନେଇ ପଡ଼ାବାସୀ ଆରଡବ୍ଲ୍ୟୁଏସ୍‌ଏସ କାର୍ଯ୍ୟାଳୟ କେସିଙ୍ଗାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଭାଗୀୟ ଯନ୍ତ୍ରୀ ରବିବାର ପହଞ୍ଚି ତଦନ୍ତ କରିଥିଲେ। ସ୍ଥାନୀୟ ଠିକାଦାରଙ୍କୁ ଆଜି ସା ସୁଦ୍ଧା ମରାମତି କରିବା ପାଇଁ କହିଥିଲେ। ୱାର୍ଡବାସୀ ପ୍ରତ୍ୟେକ ନିତ୍ୟ ବ୍ୟବହାର ପାଣି ମୁଖ୍ୟ ଗଳିରେ ଛାଡୁ ଥିବାରୁ ରାସ୍ତାରେ ପାଣି ଜମି ଦୁର୍ଗନ୍ଧ ହେଉଛି।

ଏହିପରି ପ୍ରତ୍ୟେକ ଦିନ ଉଚ୍ଚ ଶିକ୍ଷତା ଓ ଭଦ୍ର ମହିଳାମାନେ ପଡାର ମୁଖ୍ୟ ରାସ୍ତାରେ ପାଣି ପକାଉଥିବାରୁ ପାଣି ଜମି ରହୁଛି ବୋଲି ଅଭିଯୋଗ ହୋଇଛି। ବୃଦ୍ଧା, ବୃଦ୍ଧ, ଯୁବତୀ, ଯୁବକ ଛାତ୍ରୀଛାତ୍ର ଯିବା ଆସିବା ବେଳେ ପାଣିରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି। ରାସ୍ତାକୁ ଜବରଦଖଲ କରି ଥିବାରୁ ଅଣଓସାରିଆ ହୋଇ ଯାନବାହନ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଯାଉଛି। ଏହି ଖବର ସ୍ଥାନୀୟ କାଣ୍ଡେଲ ପଞ୍ଚାୟତ ସରପଞ୍ଚ, ପିଇଓ ଚିନ୍ମୟୀ ନାଏକ,ଏଡିଓ ଯାଜ୍ଞସେନୀ ସାହୁ ଜାଣିବା ପରେ ଉକ୍ତ ସ୍ତାନକୁ ଯାଇ ଲୋକଙ୍କୁ ବୁଝାଇ ଥିଲେ।

ମାତ୍ର ପଡ଼ାବାସୀ ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରଡବ୍ଲ୍ୟୁଏସ୍‌ଏସ ଯନ୍ତ୍ରୀ ରବିବାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ରାସ୍ତାରେ ପକାଇଥିବା ମାଟିକୁ ତୁରନ୍ତ ଉଠାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାଣ୍ଡେଲ ଗ୍ରାମରେ ନିର୍ମାଣ ହୋଇଥିବା ଓଭର ହେଡ ପାଣି ଟାଙ୍କି ସହ ପାଇପ ଲାଇନ୍‌  ପଞ୍ଚାୟକୁ ହସ୍ତାନ୍ତର ହୋଇଛି ବୋଲି ଏସଡିଓ ଧର୍ମେନ୍ଦ୍ର ସେଠି କହିଛନ୍ତି ।

ଏ ନେଇ ସ୍ଥାନୀୟ ସରପଞ୍ଚ ପାର୍ବତୀ ଶର୍ମାଙ୍କୁ ପଚାରିବାରୁ ନିତ୍ୟବ୍ୟବହାର ପାଣି ମୁଖ୍ୟ ଗଳି ରାସ୍ତାରେ ଛାଡୁ ଥିବାରୁ ଏହି ସମସ୍ୟା ହେଉଛି। ପଡ଼ାବାସୀ ମୋତେ କେବେ ମଧ୍ୟ ଲିଖିତ ଅଭିଯୋଗ କରି ନାହାନ୍ତି ବୋଲି ପ୍ରକାଶ କରିଥିଲେ।

ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ ବିଭାଗର ଯନ୍ତ୍ରୀ ପ୍ରଭାସ କୁମାର ମାଝୀଙ୍କୁ ପଚାରିବାରୁ ଆଜି କିମ୍ବା କାଲି ସବୁ ସମାଧାନ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri