ପୋତି ହେଲାଣି କେନାଲ, ଶେଷ ମୁଣ୍ଡରେ ପହଞ୍ଚୁନି ପାଣି

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରାଚୀନ ନୌବାଣିଜ୍ୟର ମୂକସାକ୍ଷୀ କୁହାଯାଉଥିବା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତା’ର ସତ୍ତା ହରାଇଛି। ଏହି କେନାଲ ପୋତି ହୋଇଯିବାରୁ ଚାଷ ସମୟରେ ପାଣି ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଓଡ଼ିଶାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟର ବ୍ରିଟିଶ ଶାସକ ଜନ୍‌ ମାର୍ଶ ସାହେବ ଏହି କେନାଲ ଖନନ ଆରମ୍ଭ କରିଥିଲେ। କେନାଲ ଖନନ ପରେ ଏହି ଜଳପଥ ଦେଇ କଟକ ମାଲଗୋଦାମରୁ ସିଧାସଳଖ ଖାଦ୍ୟ ସାମଗ୍ରୀ ଡଙ୍ଗାରେ ପରିବହନ କରାଯାଉଥିଲା। ଜିଲାର ଅଧିକାଂଶ ବ୍ୟବସାୟୀ କଟକର ଜଗତପୁର-ଦାନପୁର-ମାର୍ଶାଘାଇ-ଜମ୍ବୁ ଗୋବରୀ ନଦୀ ମୁହାଣ ସମୁଦ୍ର ପଥରେ ବଡ ବଡ ଡଙ୍ଗାରେ ଚାନ୍ଦବାଲି ଆଦି ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ। ସଡ଼କପଥ ସୁବିଧା ନ ଥିବାରୁ ଲୋକମାନେ ଗୃହ ନିର୍ମାଣ ପାଇଁ କଟକ, ଚୌଦ୍ୱାରରୁ କାଠ, ବାଉଁଶ, ଟାଇଲ, ଅଜବେଷ୍ଟସ, ସିମେଣ୍ଟ, ବାଲି, ଚିପ୍‌ସ, ବହ୍ଲା ସମେତ ଅନ୍ୟ ଗୃହ ସାମଗ୍ରୀଗୁଡିକ ଡଙ୍ଗା ଓ ବଡ଼ ବଡ଼ ଭେଳା କରି ଦଉଡ଼ି ବାନ୍ଧି କାନ୍ଧରେ ଟାଣି ଟାଣି ଏହି କେନାଲ ଦେଇ ପରିବହନ କରୁଥିଲେ। ବର୍ଷବର୍ଷ ଧରି ଏହି କେନାଲରେ ମହାନଦୀ ଜଳ ପ୍ରବାହିତ ହେଉଥିଲା। ସଡ଼କପଥ ସୁବିଧା ହେବା ପରେ ଏହି ଜଳପଥରେ ପରିବହନ ୧୯୮୦ଦଶକରେ ବନ୍ଦ ହେବାକୁ ଲାଗିଲା। ସେବେଠାରୁ ଏହି କେନାଲ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଅନେକ ଲୋକ କେନାଲ ଉଭୟପାର୍ଶ୍ୱ ଜବରଦଖଲ କରି ଦୋକାନ ବଜାର କରି ଗଲେଣି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ କଟିକି ଦଳରେ ପରିପୂର୍ଣ୍ଣ ହୋଇଛି।
ଦିନ ଥିଲା ଏହି କେନାଲ ମାଧ୍ୟମରେ ଶତାଧିକ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଉଥିଲା। ଜଳସେଚନ ବିଭାଗ ପକ୍ଷରୁ ଅବହେଳା ଓ ମରାମତି ଲାଗି ଏବେ ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ଫଳରେ କେନାଲ ଜଳ ତଳମୁଣ୍ଡରେ ଠିକ୍‌ ଭାବେ ପହଞ୍ଚତ୍ ପାରୁନାହିଁ ବୋଲି ସ୍ଥାନୀୟ ଚାଷୀ ନାଥ କୁମାର ଭୋଳ, ଉପେନ୍ଦ୍ର ଜେନା, ସଦାଶିବ ରାଉତ, କେଶବ ସ୍ବାଇଁ, ବିମ୍ବାଧର ରାଉତ ପ୍ରମୁଖ କହିଛନ୍ତି। ଜମିକୁ ଜଳ ମାଡୁନି କେବଳ ସ୍ଥାନୀୟ ଚାଷୀମାନେ ଜଳକର (ରାଜସ୍ବ) ଗଣୁଛନ୍ତି। ଏହି କେନାଲ ବିଶ୍ୱ ବ୍ୟାଙ୍କ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଚାଷୀମାନେ ଦାବି କରିଛନ୍ତି। ଦିନ ଥିଲା ମାର୍ଶାଘାଇରୁ ଜମ୍ବୁ ଲକ୍‌ ଦୀର୍ଘ ୨୪ କିମି ଲମ୍ବ ଏହି କେନାଲ ମଧ୍ୟ ଦେଇ କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଦପୁର, ପାଟକୁରା, ଡେରାବିଶ ଆଦି ଅଞ୍ଚଳରୁ ଶତାଧିକ ଲୋକ ଭଦ୍ରା, କଂସାରଡିଆ, କାଉଡିଆ, ହେଟାମୁଣ୍ଡିଆ, ଲଞ୍ଚଘୋଲା, ଅଗରନାସି ଅଞ୍ଚଳରେ ଏକ ସପ୍ତାହ ରହି କାଠଗୁଡ଼ିକୁ କାଟିବା ସହ ନଦୀ ସମୁଦ୍ରରୁ ମାଛ କଙ୍କଡା ଧରୁଥିଲେ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲଗୁଡିକରୁ ଘର ନିର୍ମାଣ ପାଇଁ ବନି, ରୁଅ, ରାଇ, ଗୁଅଁା, କାଳିଆଖାଡି, ସୁନ୍ଦରୀ ଆଦି ଲୁଣା ଜାତୀୟ କଞ୍ଚା କାଠଗୁଡ଼ିକୁ ସଂଗ୍ରହ କରିଥାନ୍ତି। ପରେ ଏହି କାଠଗୁଡ଼ିକୁ ଡଙ୍ଗା ସାହାଯ୍ୟରେ ସାମୁଦ୍ରିକ ଜୁଆର ସମୟରେ ଆହୁଲା ମାରି ନେବା ଆଣିବା କରୁଥିଲେ। ଭଟ୍ଟା ସମୟରେ ଦଉଡ଼ି ସାହାଯ୍ୟରେ ଟାଣି ଟାଣି ନେବାକୁ ପଡେ ବୋଲି ଦୀନବନ୍ଧୁ ରାଉତ (୯୦) କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri