ପୋତି ହେଲାଣି କେନାଲ, ଶେଷ ମୁଣ୍ଡରେ ପହଞ୍ଚୁନି ପାଣି

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରାଚୀନ ନୌବାଣିଜ୍ୟର ମୂକସାକ୍ଷୀ କୁହାଯାଉଥିବା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତା’ର ସତ୍ତା ହରାଇଛି। ଏହି କେନାଲ ପୋତି ହୋଇଯିବାରୁ ଚାଷ ସମୟରେ ପାଣି ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଓଡ଼ିଶାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟର ବ୍ରିଟିଶ ଶାସକ ଜନ୍‌ ମାର୍ଶ ସାହେବ ଏହି କେନାଲ ଖନନ ଆରମ୍ଭ କରିଥିଲେ। କେନାଲ ଖନନ ପରେ ଏହି ଜଳପଥ ଦେଇ କଟକ ମାଲଗୋଦାମରୁ ସିଧାସଳଖ ଖାଦ୍ୟ ସାମଗ୍ରୀ ଡଙ୍ଗାରେ ପରିବହନ କରାଯାଉଥିଲା। ଜିଲାର ଅଧିକାଂଶ ବ୍ୟବସାୟୀ କଟକର ଜଗତପୁର-ଦାନପୁର-ମାର୍ଶାଘାଇ-ଜମ୍ବୁ ଗୋବରୀ ନଦୀ ମୁହାଣ ସମୁଦ୍ର ପଥରେ ବଡ ବଡ ଡଙ୍ଗାରେ ଚାନ୍ଦବାଲି ଆଦି ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ। ସଡ଼କପଥ ସୁବିଧା ନ ଥିବାରୁ ଲୋକମାନେ ଗୃହ ନିର୍ମାଣ ପାଇଁ କଟକ, ଚୌଦ୍ୱାରରୁ କାଠ, ବାଉଁଶ, ଟାଇଲ, ଅଜବେଷ୍ଟସ, ସିମେଣ୍ଟ, ବାଲି, ଚିପ୍‌ସ, ବହ୍ଲା ସମେତ ଅନ୍ୟ ଗୃହ ସାମଗ୍ରୀଗୁଡିକ ଡଙ୍ଗା ଓ ବଡ଼ ବଡ଼ ଭେଳା କରି ଦଉଡ଼ି ବାନ୍ଧି କାନ୍ଧରେ ଟାଣି ଟାଣି ଏହି କେନାଲ ଦେଇ ପରିବହନ କରୁଥିଲେ। ବର୍ଷବର୍ଷ ଧରି ଏହି କେନାଲରେ ମହାନଦୀ ଜଳ ପ୍ରବାହିତ ହେଉଥିଲା। ସଡ଼କପଥ ସୁବିଧା ହେବା ପରେ ଏହି ଜଳପଥରେ ପରିବହନ ୧୯୮୦ଦଶକରେ ବନ୍ଦ ହେବାକୁ ଲାଗିଲା। ସେବେଠାରୁ ଏହି କେନାଲ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଅନେକ ଲୋକ କେନାଲ ଉଭୟପାର୍ଶ୍ୱ ଜବରଦଖଲ କରି ଦୋକାନ ବଜାର କରି ଗଲେଣି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ କଟିକି ଦଳରେ ପରିପୂର୍ଣ୍ଣ ହୋଇଛି।
ଦିନ ଥିଲା ଏହି କେନାଲ ମାଧ୍ୟମରେ ଶତାଧିକ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଉଥିଲା। ଜଳସେଚନ ବିଭାଗ ପକ୍ଷରୁ ଅବହେଳା ଓ ମରାମତି ଲାଗି ଏବେ ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ଫଳରେ କେନାଲ ଜଳ ତଳମୁଣ୍ଡରେ ଠିକ୍‌ ଭାବେ ପହଞ୍ଚତ୍ ପାରୁନାହିଁ ବୋଲି ସ୍ଥାନୀୟ ଚାଷୀ ନାଥ କୁମାର ଭୋଳ, ଉପେନ୍ଦ୍ର ଜେନା, ସଦାଶିବ ରାଉତ, କେଶବ ସ୍ବାଇଁ, ବିମ୍ବାଧର ରାଉତ ପ୍ରମୁଖ କହିଛନ୍ତି। ଜମିକୁ ଜଳ ମାଡୁନି କେବଳ ସ୍ଥାନୀୟ ଚାଷୀମାନେ ଜଳକର (ରାଜସ୍ବ) ଗଣୁଛନ୍ତି। ଏହି କେନାଲ ବିଶ୍ୱ ବ୍ୟାଙ୍କ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଚାଷୀମାନେ ଦାବି କରିଛନ୍ତି। ଦିନ ଥିଲା ମାର୍ଶାଘାଇରୁ ଜମ୍ବୁ ଲକ୍‌ ଦୀର୍ଘ ୨୪ କିମି ଲମ୍ବ ଏହି କେନାଲ ମଧ୍ୟ ଦେଇ କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଦପୁର, ପାଟକୁରା, ଡେରାବିଶ ଆଦି ଅଞ୍ଚଳରୁ ଶତାଧିକ ଲୋକ ଭଦ୍ରା, କଂସାରଡିଆ, କାଉଡିଆ, ହେଟାମୁଣ୍ଡିଆ, ଲଞ୍ଚଘୋଲା, ଅଗରନାସି ଅଞ୍ଚଳରେ ଏକ ସପ୍ତାହ ରହି କାଠଗୁଡ଼ିକୁ କାଟିବା ସହ ନଦୀ ସମୁଦ୍ରରୁ ମାଛ କଙ୍କଡା ଧରୁଥିଲେ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲଗୁଡିକରୁ ଘର ନିର୍ମାଣ ପାଇଁ ବନି, ରୁଅ, ରାଇ, ଗୁଅଁା, କାଳିଆଖାଡି, ସୁନ୍ଦରୀ ଆଦି ଲୁଣା ଜାତୀୟ କଞ୍ଚା କାଠଗୁଡ଼ିକୁ ସଂଗ୍ରହ କରିଥାନ୍ତି। ପରେ ଏହି କାଠଗୁଡ଼ିକୁ ଡଙ୍ଗା ସାହାଯ୍ୟରେ ସାମୁଦ୍ରିକ ଜୁଆର ସମୟରେ ଆହୁଲା ମାରି ନେବା ଆଣିବା କରୁଥିଲେ। ଭଟ୍ଟା ସମୟରେ ଦଉଡ଼ି ସାହାଯ୍ୟରେ ଟାଣି ଟାଣି ନେବାକୁ ପଡେ ବୋଲି ଦୀନବନ୍ଧୁ ରାଉତ (୯୦) କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri