୭ ନମ୍ବର ୱାର୍ଡ ରାସ୍ତାରେ ପାଣିର ସୁଅ

କୋଡ଼ପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୭ନଂ. ୱାର୍ଡ ବୈତରଣୀ ବିହାରର ରାସ୍ତା ଉପରେ ପାଣିର ସୁଅ ଝୁଟିଛି। ଅସରାଏ ବର୍ଷାରେ ଆଣ୍ଠୁଏ ଉପରେ ପାଣି ଜମୁଥିବାରୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ବ୍ଲକ୍‌ ଅନୁକୂଲ୍ୟରେ ଉନ୍ନତି ଯୋଜନାରେ ବସନ୍ତ ସାହୁ ଘରଠାରୁ ବୀରଭଦ୍ର ଜେନା ଘର ପର୍ଯ୍ୟନ୍ତ ୨୦୨୨ରେ ୨ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମିତ ହୋଇଥିଲା। ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଇ ନ ଥିବାରୁ ଏବେ ରାସ୍ତା ଉପରେ ପାଣି ଜମି ରହୁଛି। ସମସ୍ୟା ନେଇ ଅଞ୍ଚଳର ସଚେତନ ନାଗରିକ ଆନନ୍ଦପୁର ବିଡିଓଙ୍କୁ ବହୁବାର ଅଭିଯୋଗ କରିଛନ୍ତି। ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରିବା ପାଇଁ ଓ୍ବାର୍ଡବାସିନ୍ଦା ଦାବି କରିଛନ୍ତି।