ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ ସିଧାସଳଖ ସହରବାସୀଙ୍କ ଉପରେ ପଡ଼ୁଛି। ଆଗକୁ ସହରର ନଦୀଗୁଡ଼ିକର ସୁରକ୍ଷା ପ୍ରତି ଯତ୍ନଶୀଳ ନ ହେଲେ ଭବିଷ୍ୟତରେ ଉତ୍କଟ ଜଳସଙ୍କଟ ସହରବାସୀଙ୍କ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି କରିବ। ପ୍ରକାଶଥାଉ କି, ଏକଦା ବ୍ରାହ୍ମଣୀ ନଦୀ ସହରବାସୀଙ୍କ ପାନୀୟ ଆବଶ୍ୟକତାକୁ ପୂରଣ କରେ। ରାଉରକେଲା ଜଳ ନିଗମ ବିଭାଗ ତରଫରୁ ବ୍ରାହ୍ମଣୀ ନଦୀରୁ ଦୈନିକ ୬୧ ମିଲିୟନ ଲିଟର ପାଣି ଉତ୍ତୋଳନ ହୋଇ ସହରସାରା ବିତରଣ ହୁଏ। ତନ୍ମଧ୍ୟରୁ ୨୦ଭାଗ ପାଣି ବ୍ୟବହାର ପରେ ଅପବ୍ୟବହାର ହୋଇ ସିଧାସଳଖ ସ୍ବିରେଜ ସିଷ୍ଟମ ମାଧ୍ୟମରେ ନଦୀରେ ମିଶୁଥିବା ବେଳେ ବଳକା ପାଣି ଦୈନିକ ଅପବ୍ୟବହାର ହୋଇ ନଷ୍ଟ ହେଉଛି। ସହରରେ ଏହିଭଳି ଜଳର ଅପବ୍ୟବହାର ଆଗକୁ ଜଳ ସଙ୍କଟ ପାଇଁ ପ୍ରମୁଖ କାରଣ ସାଜିବ ବୋଲି ସହରର ବୁଦ୍ଧିଜିବୀ ମହଲରେ କୁହାଯାଉଛି। ନଦୀଘାଟରୁ ବାଲି ଉତ୍ତୋଳନ ଓ ଘର ନିର୍ମାଣ ଯୋଗୁ ନଦୀ ସଙ୍କୁଚିତ ହେବାରେ ଲାଗିଛି। ରାଉରକେଲା ଜଳ ବିଭାଜନ ବିଭାଗ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଓ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛି। ତଥାପି ଜଳ ସମସ୍ୟା ଦେଖାଦେଉଛି। ରାଉରକେଲା ଜଳ ନିଗମ (ଓ୍ବାଟ୍‌କୋ)କୁ ଆର୍ଥିକ ବର୍ଷ ୨୦୨୦-୨୧ରେ ସହରର ୨୨ଟି ଜୋନକୁ ପାନୀୟ ଜଳ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୨୯ କୋଟି ୬୪ ଲକ୍ଷ ବ୍ୟୟବରାଦ ହୋଇଛି। ଆରଏମ୍‌ସି ଟ୍ୟାପ୍‌ ଯୋଗେ ମୋଟ ୩ ଲକ୍ଷ ଲୋକଙ୍କ ପାଖକୁ ଦୈନିକ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ରେ ୬ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛି। ଏହିସବୁ ପ୍ରକଳ୍ପର ସଠିକ ପରିଚାଳନା ପାଇଁ ଜଳର ଆବଶ୍ୟକତା ରହିଛି। ଏନେଇ ରାଉରକେଲା ଓ୍ବାଟ୍‌କୋ ମୁଖ୍ୟ ପରିଚାଳକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ, ସହରରେ ଅନବରତ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ଜଳ ବିନା ପ୍ରକଳ୍ପଗୁଡ଼ିକ ଜନହିତରେ ଲାଗିବା ଅସମ୍ଭବ। ତେଣୁ ଆଗକୁ ଯେଭଳି ସହରରେ ଜଳ ଅପବ୍ୟବହାର ହ୍ରାସ ହେବ, ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ପରିଚାଳକ ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri