ବନ୍ୟଜନ୍ତୁଙ୍କ ଆହାର ପାଲଟିଛି ପାଣିଆମ୍ବ,ହେନ୍ତାଳ କୋଳି

ମହାକାଳପଡ଼ା,୧୬ା୧୦(ଡି.ଏନ.ଏ.):ଗହୀର ମଥା ବନାଞ୍ଚଳରେ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟଭାବ ଦେଖାଦେଇଛି । ସେଥିପାଇଁ ସେହି ଅଞ୍ଚଳରେ ହେଉଥିବା ପାଣି ଆମ୍ବ ଓ ହେନ୍ତାଳ କୋଳିକୁ ବନ୍ୟଜନ୍ତୁମାନେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିଶେଷ କରି ଉପରୋକ୍ତ ବନାଞ୍ଚଳର ଗଡ଼ାଣିଆ ପାଣି ନାଳ ପାର୍ଶ୍ୱରେ ପାଣି ଆମ୍ବ ଗଛ ଦେଖିବାକୁ ମିଳେ । ସେହି ଫଳ ଝଡ଼ି ତଳେ ପଡିଲେ ବାରହା, ହରିଣ, କୁମ୍ଭୀର ଖାଇବାକୁ ପସନ୍ଦ କରିଥାନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଶାସନପେଟା, ତଣ୍ଡା ଜଙ୍ଗଲ, କଣ୍ଟିଲୋ ସରଂକ୍ଷିତ ଜଙ୍ଗଲ, ସୁନିତି ଲୁଣା ଜଙ୍ଗଲ, କଣ୍ଡରା ପାଟିଆ, ଜମ୍ବୁ ଭଦ୍ରା ଜଙ୍ଗଲ ସହ ବତୀଘର ଟୁବି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ, କଂସାର ଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାଶି ସଂରକ୍ଷିତ ଜଙ୍ଗଲ , ହୁକିଟୋଲା ସରଂକ୍ଷିତ ଜଙ୍ଗଲରେ ହେନ୍ତାଳ ବଣ ଓ ପାଣି ଆମ୍ବ ଗଛ ଦେଖିବାକୁ ମିଳେ । ଏହି ଜଙ୍ଗଲରେ ଖାଦ୍ୟ ପାଇଁ ବନ୍ୟଜନ୍ତୁ ଡହଳବିକଳ ହୋଇଥାନ୍ତି । ଆବଶ୍ୟକ ଖାଦ୍ୟର ଅଭାବ ଯୋଗୁ ପ୍ରାଣୀମାନେ ପାଣି ଆମ୍ବକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ସେହିପରି ଉପରୋକ୍ତ ଜଙ୍ଗଲରେ ଥିବା ହେନ୍ତାଳ ଫଳ ବା ରୁଅ କୋଳି ବନ୍ୟଜନ୍ତୁମାନେ ଖାଇଥାନ୍ତି । ଏହି ଫଳ ଓ କୋଳି ପାଚି ଝଡ଼ିଲେ ନିକଟ ନାଳ ଯୋରିରେ ଥିବା ବଉଳା କୁମ୍ଭୀରମାନେ ବି ଆଦି ଖାଇଥାନ୍ତି । ପାଣି ଆମ୍ବ ଓ ହେନ୍ତାଳ ରୁଅ କୋଳି ଖୁବ୍‌ ସ୍ବାଦ ଲାଗେ ବୋଲି କୁହାଯାଏ । ଗଛରେ ଝୁଲୁଥିବା ପାଣି ଆମ୍ବ ଓ ହେନ୍ତାଳ ରୁଅ କୋଳି ଖୁବ୍‌ ସୁନ୍ଦର ପରିବେଶ ସୃଷ୍ଟି କରିଥାଏ, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri