ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି। ବର୍ଷା ଜଳ ନିଷ୍କାସନ ପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଚାଷ ଜମିଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି। ବର୍ଷା ପାଣିରେ ଧାନ ବୁଡ଼ି ରହିଥିବାରୁ ଗଜା ବାହାରି ଗଲାଣି। ଜଳ ପ୍ରବେଶ ଓ ନିଷ୍କାସନର ସୁପରିଚାଳନା ନେଇ ଚାଷୀମାନେ ବର୍ଷବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରୀ କଳର ମନମାନି ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ହେଲେ ଚାଷୀଙ୍କ ଉଜୁଡ଼ା ଫସଲକୁ ନେଇ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ଟେକା ପକାପକି ଚାଲିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୁଦ୍ଧିଜୀବୀ ବିଜୟ ଦାସ କହିଛନ୍ତି, ପୂର୍ବ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ ଗତ ୨ ଦିନ ତଳେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ଉଜୁଡ଼ା ଫସଲକୁ ନେଇ ସମୀକ୍ଷା କରିଥିଲେ। ସେହିପରି ଶାସକ ଦଳ ନେତାମାନେ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟା ପ୍ରତି କାହାର ନଜର ରହୁନାହଁି। ବିଜେଡି ସରକାରର ୨୪ ବର୍ଷ ଶାସନ ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳ ନିଷ୍କାସନ ଓ ପରିଚାଳନା ଠିକ୍‌ ଭାବେ ହୋଇ ନ ଥିଲା। ଏଥିଯୋଗୁ ଜବରଦଖଲ ବଢ଼ି ଚାଲିଥିଲା। ଏପରିକି ଜଳ ନିଷ୍କାସନ ପଥ ପୋତି ହୋଇଗଲା। ୨୦୧୮ ପଟ୍ଟାମୁଣ୍ଡାଇ ସଂଲଗ୍ନ ଗୋବରୀ ସମ୍ପ୍ରସାରିତ କେନାଲକୁ ସଙ୍କୁଚିତ କରି ଦିଆଗଲା। ବ୍ରିଟିଶ ସରକାର ସମୟରୁ ହୋଇଥିବା ଜଳ ନିଷ୍କାସନ ପଥ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ବର୍ଷା ସମୟରେ ଉଦ୍‌ବୃତ୍ତ ଜଳ ଚାଷ ଜମିରୁ ନିଷ୍କାସନ ହୋଇପାରୁନାହିଁ। ଫଳରେ ଏଭଳି ବର୍ଷ ବର୍ଷ ଧରି ଘଟୁଛି ବୋଲି ଚାଷୀକୁଳ ଅଭିଯୋଗ ଉଠାଇଛନ୍ତି। ଲଗାଣବର୍ଷାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୭ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। କୃଷକ ନେତା ପ୍ରକାଶ ମହାନ୍ତି କହିଛନ୍ତି, ଅଞ୍ଚଳରେ ଯେଉଁ ଜଳ ନିଷ୍କାସନ ପଥ ରହିଛି ସେଗୁଡ଼ିକ ଡ୍ରେନେଜ କଟ୍‌ ବିଭାଗର ଅପାରଗତା ପାଇଁ ପୋତି ହୋଇଯାଇଛି। ଉକ୍ତ ପଥ ଦେଇ ଏବେ ଜଳ ପ୍ରବେଶ କି ନିଷ୍କାସନ ହୋଇପାରୁନାହଁି। ପ୍ରତ୍ୟେକ ବର୍ଷ ଡ୍ରେନେଜ କଟ୍‌ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇ ଅର୍ଥ ବ୍ୟୟ ହେଉଛି। ମାତ୍ର ସେସବୁ ପ୍ରକଳ୍ପ ଠିକ୍‌ ଭାବେ କର୍ଯ୍ୟକାରୀ ହେଉନାହିଁ । ଏଥିଯୋଗୁ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜି ଫସଲହାନି ଘଟୁଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ଉଭୟପାର୍ଶ୍ୱରେ ଥିବା ନୟନଯୋରି ଓ କେନାଲକୁ ପୋତି ତାହା ଉପରେ କେତେଜଣ ଲୋକ ଘର କରି ଦେଇଛନ୍ତି। ସେହିପରି ଜଳସେଚନ ବିଭାଗର ୩୦୦ ଏକରରୁ ଅଧିକ ନୟନଯୋରି ଜବରଦଖଲ ହୋଇଛି। ଫଳରେ ଏହାର ପଛପଟରେ ଥିବା ଚାଷକ୍ଷେତକୁ ପାଣି ପ୍ରବେଶ ଓ ନିଷ୍କାସନ ବାଧା ଉପୁଜି ଜମି ପଡ଼ିଆ ପଡୁଛି ଆଉ କେତେ ଜମି ଉଜୁଡି ଯାଇଛି। ଆଇନଜୀବୀ ପ୍ରଭାତ ବେରା କହିଛନ୍ତି, ନୟନଯୋରି ବା କେନାଲ କିସମ ସରକାରୀ ଜମି କୌଣସି ପରିସ୍ଥିତିରେ କାହାରି ହାତକୁ ଟେକି ଦିଆଯାଇପାରିବ ନାହିଁ। ଏହି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ। ଯଦି ସେ ସ୍ଥାନରେ କୌଣସି କେନାଲ ବା ଜଳାଶୟ ନ ଥାଏ ଏବଂ କୌଣସି ସରକାରୀ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକତା ପଡ଼େ, ତେବେ ଆର୍‌ଡିସିଙ୍କ ଅନୁମୋଦନ ପରେ ନୟନଯୋରି କିସମକୁ ବଦଳା ଯାଇପାରିବ। କିନ୍ତୁ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ ଭାବେ କାହାକୁ ଲାଭ ଦେବା ପାଇଁ ଜମିର କିସମ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ରାଜସ୍ବ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆର୍‌ଡିସିଙ୍କ ବିନା ଅନୁମତିରେ ଚାରିଆଡ଼େ ନୟନଯୋରି, ଜଳାଶୟ, କେନାଲ ପୋତି କିସମ ପରିବର୍ତ୍ତନ କରି ଆଇନକୁ ଉପେକ୍ଷା କରାଯାଇ ବିଭିନ୍ନ ଜାଗାରେ ଏପରି ଜବରଦଖଲ ହୋଇ ଘରବାରି ଗଢ଼ି ଉଠୁଛି। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜି ଫସଲହାନି ଘଟୁଛି। ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଯଦି ଏଭଳି କିଛି ହୋଇଥାଏ, ତେବେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri