ବୈତରଣୀରେ ବଢୁଛି ଜଳସ୍ତର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ସୋମବାର ସନ୍ଧ୍ୟା ସୁଦ୍ଧା ୧୭.୨୪ ମିଟରରେ ପହଞ୍ଚିଛି। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଏହାବାଦ ଜିଲାରେ ହାରାହାରି ୨୪.୪୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ମଙ୍ଗଳବାର ପ୍ରବଳ ବର୍ଷା ହେବା ସମ୍ଭାବନା ବୋଲି ଦର୍ଶାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଘୋଷଣା ହୋଇଛି। ଫଳରେ ମଙ୍ଗଳବାର ରାତି ସୁଦ୍ଧା ବୈତରଣୀର ତଳମୁଣ୍ଡରେ ଜଳପତ୍ତନ ଆହୁରି ବୃଦ୍ଧି ଘଟିପାରେ। ଅତୀତରେ ବୈତରଣୀ ତଳମୁଣ୍ଡ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ନଜିର ରହିଛି। ଫଳରେ ୧୦ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିଲା। ତେଣୁ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri