ଚିଙ୍ଗୁଡ଼ି ଘେରି ପାଇଁ ପ୍ରଭାବିତ ହେଉଛି ଜଳ, ସ୍ଥଳ

କେନ୍ଦ୍ରାପଡ଼ା,୪ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରେ ହେଉଥିବା ଚାଷ ପାଇଁ ଜଳ ଓ ସ୍ଥଳଭାଗ ପ୍ରଭାବିତ ହେଉଛି। ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତାକୁ ନଷ୍ଟକରୁଛି। ସେହିପରି ଚିଙ୍ଗୁଡ଼ିଘେରକୁ ନାଳ ଦ୍ୱାରା ଆସୁଥିବା ଲୁଣାପାଣି ଉପାନ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଉଦ୍‌ବେଗ ସୃଷ୍ଟିକରିଛି। ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଜ ଆଡୁ ମାମଲା ହୋଇ ଏହାର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇ ନିରୀକ୍ଷଣ ପାଇଁ ଦାୟିତ୍ୱ ଦିଆଯାଇଛି। ଏହାସତ୍ତ୍ୱେ ପ୍ରଶାସନିକ ଅବହେଳା ସମସ୍ୟାର ସମାଧାନକୁ ବିଳମ୍ବିତ କରୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କିଛିମାତ୍ରାରେ ତ୍ୱରାନ୍ବିତ ହୋଇଥିଲା। ମାତ୍ର କେତେଜଣ ମାଲିକ ଘେରି ବେଆଇନ ହୋଇ ନ ଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ୩ଟି ମାମଲା ଦାଖଲ କରିଥିଲେ। ପ୍ରଥମ ମାମଲାର ୯ ଅଭିଯୋଗକାରୀ ଦର୍ଶାଇଛନ୍ତି, ଜୀବନ ଜୀବିକା ପାଇଁ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଏଥିରେ ପ୍ରଦୂଷଣ ଜନିତ ସମସ୍ୟା ନାହିଁ। ଦ୍ୱିତୀୟ ମାମଲାର ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି, ଅତ୍ୟାଧୁନିକ ପ୍ରଣାଳୀରେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେହିପରି ତୃତୀୟ ଆବେଦନପତ୍ରରେ ଆଇନ ଅନୁଯାୟୀ ଚିଙ୍ଗୁଡ଼ି ଘେରି କରୁଥିବା ୧୭ ଜଣ ଆବେଦନକାରୀ ଚାଷୀ ଦର୍ଶାଇଛନ୍ତି। ଫଳରେ ବୈଧ ଓ ଅବୈଧ ଘେରିକୁ ନେଇ ପ୍ରଶ୍ନ ଉଠିବାରୁ ଚିହ୍ନଟ ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ସାମାଜିକ କର୍ମୀ ବୀରେନ କୁମାର ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଜାତୀୟ ଉଦ୍ୟାନ ଭିତରକନିକା ଓ ଘେରି ନିକଟ ଚାଷୀଙ୍କ ପାଇଁ ବିପଦ ସାଜିଛି। ଏହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରୁଥିବା ବେଳେ ଘେରି ନିକଟ ଚାଷଜମି ଲୁଣା କରୁଛି। ଫଳରେ ଚାଷୀ ଓ ଘେରି ମାଲିକଙ୍କ ମଧ୍ୟରେ ବିଭିନ୍ନ ସମୟରେ ମୁହଁାମୁହିଁ ହେଉଛନ୍ତି। ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ୍‌ ଅଞ୍ଚଳରେ ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗତ ୨ବର୍ଷ ପୂର୍ବେ ରାଜନଗର ବ୍ଲକ୍‌ କୁରୁଣ୍ଟି ପଞ୍ଚାୟତରେ ଚିଙ୍ଗୁଡ଼ି ଘେରି କାରଣରୁ ଗୁଳିମାଡ଼ ଘଟିଥିଲା। ସେହିପରି ମହାକାଳପଡ଼ା ତହସିଲ ପେଟଛେଲା ରାଜସ୍ବ ଗ୍ରାମ ଅଞ୍ଚଳରେ ୩୯ ଏକର ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ ନେଇ ଘେରି ମାଲିକ ଏବଂ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ରାଜକନିକା ଅଞ୍ଚଳରେ ଘେରି ପାଇଁ ନିର୍ମିତ ନାଳରେ ଲୁଣା ପାଣି ଆସୁଥିବା ନେଇ ବାଦ ବିବାଦ ଲାଗିଛି। ଜିଲାରେ ୨୦ ହଜାରରୁ ଅଧିକ ଏକରରେ ଚିଙ୍ଗୁଡ଼ି ଘେରି ହୋଇଛି ବୋଲି ସେ ଦର୍ଶାଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି। ଘେରିରୁ ଉପତ୍ନ୍ନ ପ୍ରଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଭିତରକନିକାକୁ ନଷ୍ଟ କରୁଛି। ଏହାର ସଦ୍ୟତମ ଉଦାହରଣ ଭିତରକନିକାର ଜଗତଯୋର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଘେରିରୁ ଉପତ୍ନ୍ନ ବର୍ଜ୍ୟ ବିଷାକ୍ତ ଜଳ ସାମୁଦ୍ରିକ ପ୍ରାଣୀଙ୍କ କ୍ଷତି କରୁଥିବା ବେଳେ ନିକଟରେ ଥିବା ହେନ୍ତାଳବଣକୁ ନଷ୍ଟ କରୁଛି। ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ନ ପାରିବାର ଅନ୍ୟତମ କାରଣ ଚିଙ୍ଗୁଡ଼ି ଘେରି ହୋଇଛି। ୨୦୧୬ରେ ୟୁନେସ୍କୋ ପକ୍ଷରୁ ଆସିଥିବା ଟିମ୍‌ ଭିତରକନିକାରେ ଚିଙ୍ଗୁଡ଼ି ଘେରିକୁ ଅନୁଧ୍ୟାନକରି କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଜଙ୍ଗଲ ଜମିରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ଟିମ୍‌ ଦାବି କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଚାଲିଛି। କେତେଗୋଟି ଚିଙ୍ଗୁଡ଼ି ଘେରି ମାଲିକ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଛନ୍ତି। ମାମଲାର ଆବେଦନକାରୀଙ୍କ ଘେରି ସମ୍ପର୍କରେ ତଦନ୍ତ କରାଯାଇଛି। ବେଆଇନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri