ଚିଙ୍ଗୁଡ଼ି ଘେରି ପାଇଁ ପ୍ରଭାବିତ ହେଉଛି ଜଳ, ସ୍ଥଳ

କେନ୍ଦ୍ରାପଡ଼ା,୪ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରେ ହେଉଥିବା ଚାଷ ପାଇଁ ଜଳ ଓ ସ୍ଥଳଭାଗ ପ୍ରଭାବିତ ହେଉଛି। ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତାକୁ ନଷ୍ଟକରୁଛି। ସେହିପରି ଚିଙ୍ଗୁଡ଼ିଘେରକୁ ନାଳ ଦ୍ୱାରା ଆସୁଥିବା ଲୁଣାପାଣି ଉପାନ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଉଦ୍‌ବେଗ ସୃଷ୍ଟିକରିଛି। ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଜ ଆଡୁ ମାମଲା ହୋଇ ଏହାର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇ ନିରୀକ୍ଷଣ ପାଇଁ ଦାୟିତ୍ୱ ଦିଆଯାଇଛି। ଏହାସତ୍ତ୍ୱେ ପ୍ରଶାସନିକ ଅବହେଳା ସମସ୍ୟାର ସମାଧାନକୁ ବିଳମ୍ବିତ କରୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କିଛିମାତ୍ରାରେ ତ୍ୱରାନ୍ବିତ ହୋଇଥିଲା। ମାତ୍ର କେତେଜଣ ମାଲିକ ଘେରି ବେଆଇନ ହୋଇ ନ ଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ୩ଟି ମାମଲା ଦାଖଲ କରିଥିଲେ। ପ୍ରଥମ ମାମଲାର ୯ ଅଭିଯୋଗକାରୀ ଦର୍ଶାଇଛନ୍ତି, ଜୀବନ ଜୀବିକା ପାଇଁ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଏଥିରେ ପ୍ରଦୂଷଣ ଜନିତ ସମସ୍ୟା ନାହିଁ। ଦ୍ୱିତୀୟ ମାମଲାର ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି, ଅତ୍ୟାଧୁନିକ ପ୍ରଣାଳୀରେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେହିପରି ତୃତୀୟ ଆବେଦନପତ୍ରରେ ଆଇନ ଅନୁଯାୟୀ ଚିଙ୍ଗୁଡ଼ି ଘେରି କରୁଥିବା ୧୭ ଜଣ ଆବେଦନକାରୀ ଚାଷୀ ଦର୍ଶାଇଛନ୍ତି। ଫଳରେ ବୈଧ ଓ ଅବୈଧ ଘେରିକୁ ନେଇ ପ୍ରଶ୍ନ ଉଠିବାରୁ ଚିହ୍ନଟ ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ସାମାଜିକ କର୍ମୀ ବୀରେନ କୁମାର ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଜାତୀୟ ଉଦ୍ୟାନ ଭିତରକନିକା ଓ ଘେରି ନିକଟ ଚାଷୀଙ୍କ ପାଇଁ ବିପଦ ସାଜିଛି। ଏହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରୁଥିବା ବେଳେ ଘେରି ନିକଟ ଚାଷଜମି ଲୁଣା କରୁଛି। ଫଳରେ ଚାଷୀ ଓ ଘେରି ମାଲିକଙ୍କ ମଧ୍ୟରେ ବିଭିନ୍ନ ସମୟରେ ମୁହଁାମୁହିଁ ହେଉଛନ୍ତି। ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ୍‌ ଅଞ୍ଚଳରେ ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗତ ୨ବର୍ଷ ପୂର୍ବେ ରାଜନଗର ବ୍ଲକ୍‌ କୁରୁଣ୍ଟି ପଞ୍ଚାୟତରେ ଚିଙ୍ଗୁଡ଼ି ଘେରି କାରଣରୁ ଗୁଳିମାଡ଼ ଘଟିଥିଲା। ସେହିପରି ମହାକାଳପଡ଼ା ତହସିଲ ପେଟଛେଲା ରାଜସ୍ବ ଗ୍ରାମ ଅଞ୍ଚଳରେ ୩୯ ଏକର ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ ନେଇ ଘେରି ମାଲିକ ଏବଂ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ରାଜକନିକା ଅଞ୍ଚଳରେ ଘେରି ପାଇଁ ନିର୍ମିତ ନାଳରେ ଲୁଣା ପାଣି ଆସୁଥିବା ନେଇ ବାଦ ବିବାଦ ଲାଗିଛି। ଜିଲାରେ ୨୦ ହଜାରରୁ ଅଧିକ ଏକରରେ ଚିଙ୍ଗୁଡ଼ି ଘେରି ହୋଇଛି ବୋଲି ସେ ଦର୍ଶାଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି। ଘେରିରୁ ଉପତ୍ନ୍ନ ପ୍ରଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଭିତରକନିକାକୁ ନଷ୍ଟ କରୁଛି। ଏହାର ସଦ୍ୟତମ ଉଦାହରଣ ଭିତରକନିକାର ଜଗତଯୋର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଘେରିରୁ ଉପତ୍ନ୍ନ ବର୍ଜ୍ୟ ବିଷାକ୍ତ ଜଳ ସାମୁଦ୍ରିକ ପ୍ରାଣୀଙ୍କ କ୍ଷତି କରୁଥିବା ବେଳେ ନିକଟରେ ଥିବା ହେନ୍ତାଳବଣକୁ ନଷ୍ଟ କରୁଛି। ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ନ ପାରିବାର ଅନ୍ୟତମ କାରଣ ଚିଙ୍ଗୁଡ଼ି ଘେରି ହୋଇଛି। ୨୦୧୬ରେ ୟୁନେସ୍କୋ ପକ୍ଷରୁ ଆସିଥିବା ଟିମ୍‌ ଭିତରକନିକାରେ ଚିଙ୍ଗୁଡ଼ି ଘେରିକୁ ଅନୁଧ୍ୟାନକରି କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଜଙ୍ଗଲ ଜମିରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ଟିମ୍‌ ଦାବି କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଚାଲିଛି। କେତେଗୋଟି ଚିଙ୍ଗୁଡ଼ି ଘେରି ମାଲିକ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଛନ୍ତି। ମାମଲାର ଆବେଦନକାରୀଙ୍କ ଘେରି ସମ୍ପର୍କରେ ତଦନ୍ତ କରାଯାଇଛି। ବେଆଇନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri