ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ ନିର୍ଭର କରି ଚଳୁଛନ୍ତି। ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗାତିବେଡା ଗାଁରେ ୩ଟି ପଡା ମକରଦମପଡା, ଦୋହେଲପଡା ଓ ସରଗିପଡା ରହିଛି। ଦୁଇ ୱାର୍ଡ ବିଶିଷ୍ଟ ଗାଁରେ ୨ଶହ ପରିବାରର ଏକ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଥିବା ବେଳେ ୧୨ଟି ନଳକୂଅ ରହିଛି। ସେଥି ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ବାକି ନଳକୂଅରେ ଅଳ୍ପ ଅଳ୍ପ ପାଣି ବାହାରୁଛି। ସେହି ନଳକୂଅରେ ଲାଲ ରଙ୍ଗର ପାଣି ବାହାରୁଥିବାରୁ ଲୋକେ ଡରି ଯାଇ କୂଅ ପାଣି ଉପରେ ନିର୍ଭର କରି ଚଳୁଛନ୍ତି। ନଳକୂଅରେ ଲାଲ ରଙ୍ଗର ପାଣି ବାହାରୁଥିଲେ ମଧ୍ୟ ସରକାରୀ ଭାବେ ପରୀକ୍ଷା କରାଯାଇନାହିଁ। ଲୋକେ ଫ୍ଲୋରାଇଡ ଯୁକ୍ତ ପାଣି ହୋଇଥିବ ବୋଲି ଅନୁମାନ କରି ନଳକୂଅ ପାଣି ବ୍ୟବହାର କରୁନାହାନ୍ତି। ଗାଁରେ ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ମଧ୍ୟ ବିଛାଯାଇଛି। ପରୀକ୍ଷା ମୂଳକ ଭାବେ ଗୋଟିଏ ସପ୍ତାହ ପାଣି ମଧ୍ୟ ଗାଁକୁ ଦିଆଯାଇଥିଲା। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଲା ଯୋଗୁ ପାଣି ଦେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ କୂଅ ପାଣି ବ୍ୟବହାର କରୁଛନ୍ତି। ଗାଁ ଭିତରେ ୩ ଫୁଟ ଗଭୀର ଗାତରେ ବାଲି ଦେଇ ପାଇପ ପୋତିବା ନିୟମ ଥିବା ବେଳେ ଠିକାଦାର ଅଧାରୁ ଏକ ଫଟ ଗଭୀର ଗାତରେ ବିନା ବାଲିରେ ପାଇପ ପୋତିଛନ୍ତି। ପାଇପ ସବୁ ଉପରେ ରହିଥିବାରୁ ଅଧିକ ଓଜନିଆ ଗାଡି ଗଲେ ପାଇପ ସବୁ ଫାଟି ଯାଉଛି। ଓଭର ଟାଙ୍କିଠାରୁ ଗାଁ ପର୍ଯ୍ୟନ୍ତ ୫/୬ ସ୍ଥାନରେ ପାଇପ ଫାଟି ଯାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଗାତିବେଡା ଗାଁରେ ଗଭୀର ନଳକୂପ କରାଯାଇନାହିଁ। ସୁନାବେଡାଠାରେ ଗଭୀର ନଳକୂପ କରି ସୁନାବେଡା ଟାଙ୍କିରେ ପାଣି ଭର୍ତ୍ତି କରି ଗାତିବେଡା ଟାଙ୍କିକୁ ଯାଉଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ଟାଙ୍କିକୁ ପାଣି ଯାଇ ପାରୁନାହିଁ। ଗ୍ରାମବାସୀ କହିବା ମୁତାବକ ଆମକୁ ବସୁଧା ଯୋଜନା ପାଣି ମିଳୁନାହିଁ। ଘୋଘେର ନାଳା ପାଖରେ ଥିବା କୂଆ ପାଣି ବ୍ୟବହାର କରୁଛୁ। ଖୋଲା କୂଅ ହୋଇଥିବାରୁ ଗଛ ଡାଳପତ୍ର ପଡି ପାଣି ଖରାପ ହୋଇଯାଉଛି। ସେହି କୂଅରେ ଛାଉଣି କରିଦେଲେ ପାଣି ଭଲ ରହି ବ୍ୟବହାର ଯୋଗ୍ୟ ହୋଇପାରନ୍ତା କିମ୍ବା ସେହି କୂଅରେ ମୋଟର ବସାଇ ଟାଙ୍କିକୁ ପାଣି ନିଆ ଗଲେ ସୁବିଧାରେ ପାଣି ପାରିବୁ ବୋଲି ପର୍ଶୁରାମ ମାଝି, ଶ୍ରୀପାଲ ସିଂ ଧରୁଆ, ଅମର ସିଂ ମାଝି, ତୁଳାରାମ ମାଝି, ଭରତୁ ଧରୁଆ, ଭାଗ୍ୟବତି ମାଝି, ଭଳଭଦ୍ର ମାଝି, ରୁକ୍ମଣୀ ମାଝି, ସୂର୍ଯ୍ୟକାନ୍ତି ମାଝି, ଉର୍ମିଳା ମାଝି, ବାସମତି ମାଝି, ଶିବ ଚରଣ ଧରୁଆ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri