ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ ହୋଇନାହିଁ। ଅପରପକ୍ଷରେ ଡ୍ୟାମ ପରିସରରେ ଚହଲା ଖନନ କରି ଜଳକଷ୍ଟ ଦୂର କରିବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଏପ୍ରିଲ ୧୫ତାରିଖରେ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ। ହେଲେ ପଞ୍ଚାୟତ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ। ଫଳରେ ଡ୍ୟାମ ଉପରେ ନିର୍ଭର କରୁଥିବା କୁଟେନପାଲି ପଞ୍ଚାୟତ ଅନ୍ତର୍ଗତ ବୁଦେଲବାହାଲି ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ତୀବ୍ର ଅସନ୍ତୋଷବ୍ୟକ୍ତ କରିଛନ୍ତି।
କୁଟେନପାଲି ପଞ୍ଚାୟତ ଅନ୍ତର୍ଗତ ୨ଓ୍ବାର୍ଡ ବିଶିଷ୍ଟ ବୁଦେଲବାହାଲି ଗାଁ ଉପରମୁଣ୍ଡରେ ସୁଜିଆ ଡ୍ୟାମ ରହିଛି। ଶତାଧିକ ଏକର ପରିସୀମାକୁ ନେଇ ୧୯୫୦ ମସିହା ବେଳକୁ ଏହି ଡ୍ୟାମ ପ୍ରତିଷ୍ଠା ହୋଇଥିଲା। ଉକ୍ତ ଡ୍ୟାମ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ା ବିଭାଗୀୟ ଅବହେଳା ତଥା ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧ ଦୁର୍ବଳ ଛିଦ୍ର ସୃଷ୍ଟି ହେବା ସହ ମାଟିରେ ପୋତି ହୋଇ ଜଳ ଧାରଣ କ୍ଷମତା ହରାଇ ବସିଥିଲା। ଦୀର୍ଘ ଦାବି ପରେ ଚଳିତ ବର୍ଷ ବିଭାଗ ପକ୍ଷରୁ ବନ୍ଧ ମରାମତି କାମ କରାଯାଇଛି। ପୁରୁଣା ଗେଟକୁ ଭାଙ୍ଗି ନୂତନ ଗେଟ ଲଗାଇଯାଇଛି। ତେବେ କାମ ନିମ୍ନମାନର ବୋଲି ବୁଦେଲବାହାଲି ଗ୍ରାମବାସୀ ଏବଂ ପୂର୍ବତନ ସଭ୍ୟ ସରୋଜ ଭୋଇ ଅଭିଯୋଗ କରିଛନ୍ତି। ପୁନରୁଦ୍ଧାର ପାଇଁ ଡ୍ୟାମର ପାଣିକୁ ଗତ ଫେବୃୟାରୀ ମାସରେ କାଟି ଦିଆଯାଇଥିବାରୁ ଏବେ ଶୁଖିଲା ପଡିଛି ା ସ୍ନାନଶୌଚାଦି ପାଇଁ ଡ୍ୟାମରେ ୨ଟି ଚହଳା ଖନନ ପାଇଁ ମାସକ ତଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବି କରାଯାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ପାଣି ପାଇଁ ଲୋକେ ପାଣି ପାଇଁ ଆଉଟପାଉଟ ହେଉଥିବା ୱାର୍ଡସଭ୍ୟ କିଶୋରଚନ୍ଦ୍ର ବିଶି, କପୁରଚରଣ ବିଶି, ଅନ୍ତ ପଧାନ, ପୁରୁଷୋତ୍ତମ ଧରୁଆ, ଭୁବନେଶ୍ୱର ଧରୁଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟନୋପାୟ ହୋଇ ଡ୍ୟାମ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଚହଳାର ଦୂଷିତ ପାଣିକୁ ଗ୍ରାମବାସୀ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଦିଗରେ ଅବିଳମ୍ବେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଡିଓ ଆକାଶ ରଞ୍ଜନ ସାହୁଙ୍କୁ ପଚାରିବାରୁ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri