ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ ହୋଇନାହିଁ। ଅପରପକ୍ଷରେ ଡ୍ୟାମ ପରିସରରେ ଚହଲା ଖନନ କରି ଜଳକଷ୍ଟ ଦୂର କରିବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଏପ୍ରିଲ ୧୫ତାରିଖରେ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ। ହେଲେ ପଞ୍ଚାୟତ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ। ଫଳରେ ଡ୍ୟାମ ଉପରେ ନିର୍ଭର କରୁଥିବା କୁଟେନପାଲି ପଞ୍ଚାୟତ ଅନ୍ତର୍ଗତ ବୁଦେଲବାହାଲି ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ତୀବ୍ର ଅସନ୍ତୋଷବ୍ୟକ୍ତ କରିଛନ୍ତି।
କୁଟେନପାଲି ପଞ୍ଚାୟତ ଅନ୍ତର୍ଗତ ୨ଓ୍ବାର୍ଡ ବିଶିଷ୍ଟ ବୁଦେଲବାହାଲି ଗାଁ ଉପରମୁଣ୍ଡରେ ସୁଜିଆ ଡ୍ୟାମ ରହିଛି। ଶତାଧିକ ଏକର ପରିସୀମାକୁ ନେଇ ୧୯୫୦ ମସିହା ବେଳକୁ ଏହି ଡ୍ୟାମ ପ୍ରତିଷ୍ଠା ହୋଇଥିଲା। ଉକ୍ତ ଡ୍ୟାମ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ା ବିଭାଗୀୟ ଅବହେଳା ତଥା ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧ ଦୁର୍ବଳ ଛିଦ୍ର ସୃଷ୍ଟି ହେବା ସହ ମାଟିରେ ପୋତି ହୋଇ ଜଳ ଧାରଣ କ୍ଷମତା ହରାଇ ବସିଥିଲା। ଦୀର୍ଘ ଦାବି ପରେ ଚଳିତ ବର୍ଷ ବିଭାଗ ପକ୍ଷରୁ ବନ୍ଧ ମରାମତି କାମ କରାଯାଇଛି। ପୁରୁଣା ଗେଟକୁ ଭାଙ୍ଗି ନୂତନ ଗେଟ ଲଗାଇଯାଇଛି। ତେବେ କାମ ନିମ୍ନମାନର ବୋଲି ବୁଦେଲବାହାଲି ଗ୍ରାମବାସୀ ଏବଂ ପୂର୍ବତନ ସଭ୍ୟ ସରୋଜ ଭୋଇ ଅଭିଯୋଗ କରିଛନ୍ତି। ପୁନରୁଦ୍ଧାର ପାଇଁ ଡ୍ୟାମର ପାଣିକୁ ଗତ ଫେବୃୟାରୀ ମାସରେ କାଟି ଦିଆଯାଇଥିବାରୁ ଏବେ ଶୁଖିଲା ପଡିଛି ା ସ୍ନାନଶୌଚାଦି ପାଇଁ ଡ୍ୟାମରେ ୨ଟି ଚହଳା ଖନନ ପାଇଁ ମାସକ ତଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବି କରାଯାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ପାଣି ପାଇଁ ଲୋକେ ପାଣି ପାଇଁ ଆଉଟପାଉଟ ହେଉଥିବା ୱାର୍ଡସଭ୍ୟ କିଶୋରଚନ୍ଦ୍ର ବିଶି, କପୁରଚରଣ ବିଶି, ଅନ୍ତ ପଧାନ, ପୁରୁଷୋତ୍ତମ ଧରୁଆ, ଭୁବନେଶ୍ୱର ଧରୁଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟନୋପାୟ ହୋଇ ଡ୍ୟାମ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଚହଳାର ଦୂଷିତ ପାଣିକୁ ଗ୍ରାମବାସୀ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଦିଗରେ ଅବିଳମ୍ବେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଡିଓ ଆକାଶ ରଞ୍ଜନ ସାହୁଙ୍କୁ ପଚାରିବାରୁ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri