ବିନା ହ୍ୟାଣ୍ଡ ପମ୍ପରେ ଉଠୁଛି ପାଣି, ଅନବରତ ନଷ୍ଟ ହେଉଛି ଜଳ: ଦେଖନ୍ତୁ Video

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ): ଅନେକ ଗ୍ରାମରେ ଦେଖାଯାଏ ପିଇବା ପାଣି ପାଇଁ ସମସ୍ୟା। ବୁନ୍ଦାଏ ପାଣି ପାଇଁ ଲୋକ ନଈ, ପୋଖରୀ, ଚୁଆ ଆଦିରୁ ଦୂରଦୁରାନ୍ତକୁ ଯାଆନ୍ତି। ଅନେକ ସମୟରେ ପିଇବା ପାଣି ପାଇଁ ଲୋକ ଗରା ମାଠିଆ ଧରି ବିକ୍ଷୋଭ କରିବା ମଧ୍ୟ ନଜିର ରହିଛି। ଆଉ କିଛି ସ୍ଥାନରେ ଜଳ ପାଇଁ ଲମ୍ବା ଧାଡିରେ ମହିଳାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ନଜିର ରହିଛି। ହେଲେ ଏମିତି ବି ଦେଖିବାକୁ ମିଳିଛି। ପ୍ରକୃତିର ମହାନ ଅବଦାନ ଯେଉଁଠି ନଳକୂପ ରହିଛି। କିନ୍ତୁ ହ୍ୟାଣ୍ଡ ପମ୍ପର ଆବଶ୍ୟକତା ପଡୁନାହିଁ। ନଳକୂପରେ ଅନବରତ ଜଳସ୍ରୋତ ବୋହିଯାଇ ନଷ୍ଟ ହେଉଛି। ନା ଚାଷ କାର୍ଯ୍ୟରେ ତାକୁ ବ୍ୟବହାର କରାଯାଉଛି, ନା ଜଳ ସଞ୍ଚୟ କରାଯାଉଛି ଜଳ ନଷ୍ଟ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ।

ପ୍ରକାଶ ଯେ, ଦୀର୍ଘ ଦିନ ତଳେ ବିଦ୍ୟାଳୟ ପରିସରରେ ଏକ ନଳକୂପ ଖୋଳାଯାଇଥିଲା। ହେଲେ ନଳକୂପରୁ ଏତେ ବଡ଼ ଧରଣର ଝର ଦେଇଥିଲା ଯେ, ଆପେ ଆପେ ଜଳ ଉତ୍ସ ବାହାରକୁ ଜଳ ବୋହିବା ଲାଗିଲା। ଫଳରେ ଆଉ ହ୍ୟାଣ୍ଡପମ୍ପର ଆବଶ୍ୟକତା ପଡୁନାହିଁ। ଯିଏ ଶୁଣୁଛି ସିଏ ଏହି ନଳକୂପ ଦେଖିବାକୁ ଦୌଡୁଛନ୍ତି। ପ୍ରକୃତରେ ପ୍ରକୃତିର ଅନେକ ରୂପ ମଧ୍ୟରେ ଏହା ଅନ୍ୟତମ। କେଉଁଠି ଟୋପାଏ ପାଣି ମିଳୁ ନ ଥିବା ବେଳେ କେଉଁଠି ନଳକୂପରେ ବହୁ ସମୟ ହ୍ୟାଣ୍ଡ ପମ୍ପ ମାରିବା ପରେ ପାଣି ବାହାରିଥାଏ। କିନ୍ତୁ ସୋନପୁରର ଏହି ନଳକୂପରେ କୌଣସି ହ୍ୟାଣ୍ଡାଲର ଆବଶ୍ୟକତା ପଡୁ ନ ଥିବା ଓ ଆପେ ଆପେ ପାଣି ଅନବରତ ବାହାରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା କୁହାଯାଇଛି। ତେବେ ଏନେଇ ସୋନପୁର ବିଦ୍ୟାଳୟର ଶିକ୍ଷକ ଶରତ କୁମାର ଦାସ କହିଛନ୍ତି ଯେ, ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ ଭୁତଳ ମଧ୍ୟରେ କୌଣସି ପଥର ତଳେ ଜଳସ୍ତର ରହିଥିବ ଏବଂ ଉକ୍ତ ପଥର ଫାଟି ଯାଇଥିବା,ଯାହାକି ପଥର ତଳେ ରହିଥିବା ଜଳସ୍ତରର ଚାପ ଅଧିକ ଯୋଗୁ ଉକ୍ତ ପଥର ଫାଟ ଦେଇ ଉପରକୁ ପାଣି ଆପେ ଆପେ ଆସୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri