ଲଟେରି ଉଠିଲେ ମିଳୁଛି ପାଣି

ଛତ୍ରପୁର,୧୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ ସାଥ୍‌ ଦେଲେ ଲଟେରି ଉଠିଲେ ଶୋଷ ମେଣ୍ଟାଇବାକୁ ପାଣି ମିଳୁଛି। ଏପରି ଦେଖିବାକୁ ମିଳିଛି ଛତ୍ରପୁର ଷ୍ଟେଶନରୋଡ ସାହିରେ। ଦିନକୁ ଥରେ ମାତ୍ର ଷ୍ଟାଣ୍ଡପୋଷ୍ଟରେ ଆସୁଥିବା ପାଣି ନେବାକୁ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବାରୁ ଏପରି କରାଯାଇଛି। ଲଟେରି ସିରିୟଲ ନମ୍ବର ଅନୁସାରେ ମହିଳାମାନେ ପାଣି ନେଉଛନ୍ତି। ଷ୍ଟାଣ୍ଡପୋଷ୍ଟରେ ପାଣି ଆସିବା ବନ୍ଦ ହୋଇଗଲେ ପାଖରେ ନମ୍ବର ଥାଇ ବି ନିରାଶରେ ଫେରିବାକୁ ପଡ଼ୁଛି।
ଷ୍ଟେଶନରୋଡ ସାହିରେ ୨୦ରୁ ୨୫ ପରିବାର ରହୁଛନ୍ତି। ଏଥିସହ ଦୈନିଦିନ ବଡ଼ଷ୍ଟେଶନ ନିକଟକୁ ମଧ୍ୟ ଯାତ୍ରୀ ଆସିଥାନ୍ତି। ହେଲେ ଏଠାରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ସାହି ବାସିନ୍ଦା ବାରମ୍ବାର ଏ ନେଇ ପ୍ରଶାସନକୁ ଜଣାଉଥିଲେ ବି ସୁଫଳ ମିଳୁନି। ଚଳିତବର୍ଷ ଏବେଠୁ ଗ୍ରୀଷ୍ମ ପ୍ରବାହ ନାକେଦମ୍‌ କଲାଣି। ଏଭଳି ସ୍ଥିତିରେ ପାଣିର ଆବଶ୍ୟକତା ବଢିଯାଇଛି। ଷ୍ଟାଣ୍ଡପୋଷ୍ଟରେ ମାତ୍ର ୧୫ ମିନିଟ ପାଇଁ ପାଣି ଆସୁଛି। ଏହି କମ୍‌ ସମୟ ମଧ୍ୟରେ ପାଣି ନେବାକୁ ମହିଳାମାନଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ ଏଡାଇବା ପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରତିଦିନ ଲଟେରି ଉଠାଣ କରାଯାଉଛି। ଯାହାର ୧ ନମ୍ବର ସେ ପ୍ରଥମେ ନେବା ପରେ ସିରିୟଲ ଅନୁସାରେ ଅନ୍ୟମାନେ ଷ୍ଟାଣ୍ଡପୋଷ୍ଟକୁ ଆସୁଛନ୍ତି। ସ୍ଥାନୀୟ ବାସିନ୍ଦା ସୁଷମା ପାଢ଼ୀ କହିଛନ୍ତି, ୨ ବର୍ଷ ପୂର୍ବେ ଘରକୁ ପାଣି ପାଇପ ସଂଯୋଗ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରସିଦ କଟାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ପାଇପ୍‌ ସଂଯୋଗ ହୋଇନି। ଏ ନେଇ ବାରମ୍ବାର ଜେଇଙ୍କ ଦୃଷ୍ଟିଆକର୍ଷଣ କରିଛୁ। ମାତ୍ର ସମସ୍ୟା ସମାଧାନ କରାଯାଉନାହିଁ। ସେହିପରି ବାସିନ୍ଦା ଆର. ଲଛମି କହିଛନ୍ତି, ଜଣଙ୍କୁ ୨ ହାଣ୍ଡି ପାଣି ମିଳୁନି। ପ୍ରଶାସନକୁ ଅଭିଯୋଗ କରୁଛୁ, କେହି ଆସୁନାହାନ୍ତି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କୁ ପଚାରିବାରେ ଷ୍ଟେଶନରୋଡ୍‌ ଅଞ୍ଚଳର ପାନୀୟ ଜଳ ସମସ୍ୟା ବିଷୟ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିବା କହିଛନ୍ତି। ଖୁବଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri