୪ବ୍ଲକରେ ୪ ଲକ୍ଷ ଜଳବନ୍ଦୀ

ଭୋଗରାଇ,୨୨ା୮(ଡିି. ଏନ.ଏ.): ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଲଘୁଚାପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷା ପାଣି ପରିପୂର୍ଣ ହୋଇଛି। ଏଭଳି ସ୍ଥିତିରେ ଚାନ୍ଦିଲି ଓ ଗାଲୁଡ଼ିହି ଡ୍ୟାମ୍‌ରୁ ୧୮ଟି ଗେଟ ଖୋଲାଯାଇ ବର୍ଷାଜଳ ନିଷ୍କାସିତ ହେଉଥିବାରୁ ସୁବର୍ଣ୍ଣରେଖା ନିମ୍ନ ଅବବାହିକାରେ ବଡ଼ ଧରଣର ବନ୍ୟା ଦେଖାଦେଇଛି। ରବିବାର ମଧ୍ୟାହ୍ନରେ ସୁବର୍ଣ୍ଣରେଖା କୂଳ ଲଙ୍ଘି ବାଲେଶ୍ୱର ଜିଲାର ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ ସମେତ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଜଳ ପ୍ଲାବିତ କରିଛି। ଖବର ଲେଖା ହେବା ବେଳକୁ ରାଜଘାଟଠାରେ ସୁବର୍ଣରେଖା ବନ୍ୟାଜଳ ବୃଦ୍ଧିପାଇ ବିପଦ ସଙ୍କେତ (୧o.୩୬ମି.) ଉପରେ ପ୍ରବାହିତ ହେଉଛି। ମଧ୍ୟ ରାତ୍ରି ସୁଦ୍ଧା ବନ୍ୟା ଜଳ ବୃଦ୍ଧିପାଇ ୧୧.୫oମି.ରେ ପ୍ରବାହିତ ହେବ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି। ବଡ଼ ବନ୍ୟା ଆସିଥିବାରୁ ନଦୀ ତଟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଜିଲା ପ୍ରଶାସନିକ ଅଧିକାରୀ ୪ଟି ବ୍ଲକର ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସହିତ ଘନଘନ ବୈଠକ କରି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଭୋଗରାଇ ବ୍ଲକ ଅଧୀନ ୨୨ ପଞ୍ଚାୟତର ୧୨୨ ଗ୍ରାମ, ଜଳେଶ୍ୱର ବ୍ଲକର ୨o ପଞ୍ଚାୟତର ୧୧୫ଟି ଗ୍ରାମ, ବାଲିଆପାଳ ବ୍ଲକର ୧୫ ପଞ୍ଚାୟତର ୬o ଗ୍ରାମ ଓ ବସ୍ତା ବ୍ଲକର ୧୩ ପଞ୍ଚାୟତର ୫oଟି ଗ୍ରାମରେ ପ୍ରାୟ ୪ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି। ଭୋଗରାଇ ବ୍ଲକର ଆରୁହାବୃତ୍ତି, ଖରିଦପିମ୍ପଳ ଓ କୁମ୍ଭୀରଗଡ଼ି ପଞ୍ଚାୟତର ୨ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦକ୍ଷିଣ ଭୋଗରାଇ ସୁରକ୍ଷିତ ବାତ୍ୟା ଓ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣରେଖାର ଉଭୟ ଦୁର୍ବଳ ନଦୀତଟରେ ସେଚ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହିତ ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ସହିତ ଦେଶୀ ଡଙ୍ଗା ରଖାଯାଇଥିବା ପ୍ରଶାସନ ସୂଚନା ଦେଇଛି। ରବିବାର ଜିଲାପାଳ ଦତ୍ତାତ୍ରେୟ ଭାଉସାବ ଶିନ୍ଧେ , ଅତିରିକ୍ତ ଜିଲାପାଳ ରାତୀନ୍ଦ୍ର ପ୍ରତାପ ସ୍ବାଇଁ ଓ ଉପ ଜିଲାପାଳ ନିଲୁ ମହାପାତ୍ର, ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସେଚ ବିଭାଗ ଅଧିକାରୀ ପ୍ରଭାସ ପ୍ରଧାନ, ବନ୍ୟା ପ୍ଲାବିତ ଅଞ୍ଚଳକୁ ଆସି ଅନୁଧ୍ୟାନ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିଦ୍ଦେର୍ର୍ଶ ଦେଇଛନ୍ତି। ଭୋଗରାଇ ଓ ବାଲିଆପାଳ ବନ୍ୟାପ୍ରପୀଡ଼ିତ ଅଞ୍ଚଳରେ ବହୁରାସ୍ତା ବନ୍ୟାରେ ବୁଡ଼ିଯାଇ ଗମନା ଗମନାଗମନ ବିଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri