୪ବ୍ଲକରେ ୪ ଲକ୍ଷ ଜଳବନ୍ଦୀ

ଭୋଗରାଇ,୨୨ା୮(ଡିି. ଏନ.ଏ.): ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଲଘୁଚାପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷା ପାଣି ପରିପୂର୍ଣ ହୋଇଛି। ଏଭଳି ସ୍ଥିତିରେ ଚାନ୍ଦିଲି ଓ ଗାଲୁଡ଼ିହି ଡ୍ୟାମ୍‌ରୁ ୧୮ଟି ଗେଟ ଖୋଲାଯାଇ ବର୍ଷାଜଳ ନିଷ୍କାସିତ ହେଉଥିବାରୁ ସୁବର୍ଣ୍ଣରେଖା ନିମ୍ନ ଅବବାହିକାରେ ବଡ଼ ଧରଣର ବନ୍ୟା ଦେଖାଦେଇଛି। ରବିବାର ମଧ୍ୟାହ୍ନରେ ସୁବର୍ଣ୍ଣରେଖା କୂଳ ଲଙ୍ଘି ବାଲେଶ୍ୱର ଜିଲାର ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ ସମେତ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଜଳ ପ୍ଲାବିତ କରିଛି। ଖବର ଲେଖା ହେବା ବେଳକୁ ରାଜଘାଟଠାରେ ସୁବର୍ଣରେଖା ବନ୍ୟାଜଳ ବୃଦ୍ଧିପାଇ ବିପଦ ସଙ୍କେତ (୧o.୩୬ମି.) ଉପରେ ପ୍ରବାହିତ ହେଉଛି। ମଧ୍ୟ ରାତ୍ରି ସୁଦ୍ଧା ବନ୍ୟା ଜଳ ବୃଦ୍ଧିପାଇ ୧୧.୫oମି.ରେ ପ୍ରବାହିତ ହେବ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି। ବଡ଼ ବନ୍ୟା ଆସିଥିବାରୁ ନଦୀ ତଟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଜିଲା ପ୍ରଶାସନିକ ଅଧିକାରୀ ୪ଟି ବ୍ଲକର ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସହିତ ଘନଘନ ବୈଠକ କରି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଭୋଗରାଇ ବ୍ଲକ ଅଧୀନ ୨୨ ପଞ୍ଚାୟତର ୧୨୨ ଗ୍ରାମ, ଜଳେଶ୍ୱର ବ୍ଲକର ୨o ପଞ୍ଚାୟତର ୧୧୫ଟି ଗ୍ରାମ, ବାଲିଆପାଳ ବ୍ଲକର ୧୫ ପଞ୍ଚାୟତର ୬o ଗ୍ରାମ ଓ ବସ୍ତା ବ୍ଲକର ୧୩ ପଞ୍ଚାୟତର ୫oଟି ଗ୍ରାମରେ ପ୍ରାୟ ୪ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି। ଭୋଗରାଇ ବ୍ଲକର ଆରୁହାବୃତ୍ତି, ଖରିଦପିମ୍ପଳ ଓ କୁମ୍ଭୀରଗଡ଼ି ପଞ୍ଚାୟତର ୨ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦକ୍ଷିଣ ଭୋଗରାଇ ସୁରକ୍ଷିତ ବାତ୍ୟା ଓ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣରେଖାର ଉଭୟ ଦୁର୍ବଳ ନଦୀତଟରେ ସେଚ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହିତ ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ସହିତ ଦେଶୀ ଡଙ୍ଗା ରଖାଯାଇଥିବା ପ୍ରଶାସନ ସୂଚନା ଦେଇଛି। ରବିବାର ଜିଲାପାଳ ଦତ୍ତାତ୍ରେୟ ଭାଉସାବ ଶିନ୍ଧେ , ଅତିରିକ୍ତ ଜିଲାପାଳ ରାତୀନ୍ଦ୍ର ପ୍ରତାପ ସ୍ବାଇଁ ଓ ଉପ ଜିଲାପାଳ ନିଲୁ ମହାପାତ୍ର, ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସେଚ ବିଭାଗ ଅଧିକାରୀ ପ୍ରଭାସ ପ୍ରଧାନ, ବନ୍ୟା ପ୍ଲାବିତ ଅଞ୍ଚଳକୁ ଆସି ଅନୁଧ୍ୟାନ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିଦ୍ଦେର୍ର୍ଶ ଦେଇଛନ୍ତି। ଭୋଗରାଇ ଓ ବାଲିଆପାଳ ବନ୍ୟାପ୍ରପୀଡ଼ିତ ଅଞ୍ଚଳରେ ବହୁରାସ୍ତା ବନ୍ୟାରେ ବୁଡ଼ିଯାଇ ଗମନା ଗମନାଗମନ ବିଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri