ପାଣି ଦେଉଛି ଦାନା

ଜାମଟିକ୍ରା,୨୨।୩: ନାଁ ତାଙ୍କର ପରମାନନ୍ଦ ନାୟକ । ବୟସ ପାଖାପାଖି ୬୦ ହେବ। ସେ ବଲାଙ୍ଗୀର ଜିଲା ଟିଟିଲାଗଡ ଘୁଡାର ଗାଁର ମୂଳବାସିନ୍ଦା। ପରମାନନ୍ଦ ଅତାବିରା ସହରରେ ପ୍ରାୟ ୪୦ ବର୍ଷ ହେବ ରହିଆସୁଛନ୍ତି। ସହରରେ ଥିବା ଏକାଧିକ ଜଳଖିଆ ଦୋକାନକୁ ପାନୀୟ ଜଳ ଯୋଗାଇବା ତାଙ୍କ କାମ । ସେହି କାମ ହିଁ ତାଙ୍କୁ ପରିଚୟ ଦେଇଛି ବୋଲି ପରମାନନ୍ଦ କୁହନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଅହଲ୍ୟା ଓ ଗୋଟିଏ ଝିଅ। ଝିଅକୁ ସେ ବିବାହ ଦେଇ ସାରିଛନ୍ତି। ପରମାନନ୍ଦ ୨୦ବର୍ଷ ବୟସରୁ ଟିଟିଲାଗଡରୁ ଅତାବିରାକୁ ଆସିଥିଲେ କାମଧନ୍ଦା ଉଦ୍ଦେଶ୍ୟରେ। ସେହି ଦିନଠାରୁ ସେ ଅତାବିରାରେ ରହିଆସୁଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଅନ୍ୟ ଲୋକଙ୍କ ଘରେ କାମ କରନ୍ତି। ସେଥିରୁ ମିଳୁଥିବା ପାରିଶ୍ରମିକରେ ଉକ୍ତ ଦମ୍ପତି ଚଳୁଥିଲେ। କିନ୍ତୁ କିଛି ଦିନ ତଳେ ସ୍ତ୍ରୀ ଅହଲ୍ୟାଙ୍କ ଗୋଡରେ ପଥର ପଡିଯିବାରୁ ସେ ଆଉ କାମ କରିପାରୁ ନାହାନ୍ତି। ଏବେ ପରମାନନ୍ଦ ସହରର ୧୦ଟି ଦୋକାନରେ ପାନୀୟ ଜଳ ଯୋଗାଇ ପାଉଥିବା ପାରିଶ୍ରମିକରେ ଉକ୍ତ ଦମ୍ପତି ଚଳୁଛନ୍ତି। ପରମାନନ୍ଦ ପ୍ରତିଦିନ ଭୋରସମୟରେ ଭାରରେ ପାଣି ବୋହି ବିଭିନ୍ନ ଦୋକାନକୁ ଯୋଗାନ୍ତି । ଏମିତି ଦିନ ୧୧ଟା ପର୍ଯ୍ୟନ୍ତ ଚାଲେ। ଉପର ବେଳା ବି ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଣି ଯୋଗାଇଥାନ୍ତି। ଗୋଟିଏ ଭାର ପାଣିରେ ତାଙ୍କୁ ମାତ୍ର ୧୦ ଟଙ୍କା ମିଳେ। ପାନୀୟ ଜଳ ଯୋଗାଇ ଦିନକୁ ୨ଶହରୁ ୩ ଶହ ଟଙ୍କା ରୋଜଗାର କରୁଥିବା ପରମାନନ୍ଦ କୁହନ୍ତି। ଅର୍ଥାଭାବରୁ ସେ ଘରଟିଏ ତିଆରି କରି ପାରିନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲେ ଭଲ ହୁଅନ୍ତା ବୋଲି ପରମାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri