ପାରାଦୀପଗଡ଼ରେ ଜଳ ନିଷ୍କାସନରେ ସମସ୍ୟା ଉତ୍କଟ

ପାରାଦୀପ,୨୯।୯(ଶରତ ରାଉତ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦୀପଗଡ ପଞ୍ଚାୟତରେ ମାସାଧିକ ସମୟ ହେଲା ଗାଁରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଗାଁ ଦାଣ୍ଡରେ ପାଣି ଜମି ରହୁଛି। ସେହି ପାଣିରେ ଆବର୍ଜନା, ଗୋବର, ପଙ୍କ, ମଳ,ମୂତ୍ର, ଗଛରୁ ଝଡ଼ୁଥିବା ପତ୍ର ଆଦି ମିଶୁଛି। ସବୁ ଆବର୍ଜନା ପଚିଶଢି ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମାତ୍ର ଏଭଳି ପାଣିରେ ପଶି ଗ୍ରାମବାସୀ ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଗାଁ ଲୋକଙ୍କ ମଧ୍ୟରେ ବିଭିନ୍ନ ଦୁରାରୋଗ ବ୍ୟାପିଲାଣି। ଅଗଷ୍ଟରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ଜ୍ୱର ପ୍ରତି ଘରେ ବ୍ୟାପିଲାଣି। ମହିଳା ଶିଶୁମାନଙ୍କ ପାଦରେ ବିଭିନ୍ନ ପ୍ରକାର ଚର୍ମରୋଗ ହେଲାଣି। ଏନେଇ ଗାଁ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶନିବାର ଗାଁ ଭିତରକୁ ଯାଇଥିତ୍ବା ମମତା ସାହୁ, ସ୍ନେହମୟୀ ପଣ୍ଡା, ଦିବାକର ସାହୁ ସମେତ ୧୫-୨୦ ଜଣ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ କହିଥିଲେ। ଏପରି ସମସ୍ୟା ଗତ ୧୦ ବର୍ଷ ହେଲା ଲାଗି ରହୁଛି। ଲଗାଣ ବର୍ଷା ହେଲେ ଘରବାରି ସବୁ ପାଣି ଭର୍ତ୍ତି ହୋଇଯାଉଛି। ନିଷ୍କାସନ ପାଇଁ କୌଣସି ବାଟ ନାହିଁ। କେତେଜଣ ଲୋକ ପାଣି ଭୂତଳକୁ ଚାଲିଯିବା ଆଶାରେ ଘର ଆଗରେ ଗାତ ଖୋଳିଛନ୍ତି। ଗ୍ରାମ ମୁରବି ଶେଖ୍‌ ବସୀର ଅଲ୍ଲୀ (କୁନା ମିଆଁ)କୁହନ୍ତି, ଆମେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ୧୦ ବର୍ଷ ହେଲା ଲେଖି ଥକିଗଲୁଣି। ମାତ୍ର ସମସ୍ୟାର ସମାଧାନ ପାଇଁ ଖସଡ଼ା ହେଉନାହିଁ। ଏବେ ଏକମାତ୍ର ବିକଳ୍ପ ଗାଁ ଲୋକେ କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ଯାଇ ବସିବୁ। ଦରକାର ପଡ଼ିଲେ ସେହି ରାସ୍ତା ଉପରେ ଅସ୍ଥାୟୀ ଘର କରି ରହିବୁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସସ୍ମିତା ବେହେରା କୁହନ୍ତି, ଏଠାରେ ଜଳ ନିଷ୍କାସନ ବଡ଼ ସମସ୍ୟା ହୋଇଛି। ଯେତେବେଳେ ପାଣି ଜମି ରହୁଛି, ଆମେ ନିଜ ଉଦ୍ୟମରେ କିଛି ପାଣି ବାହାର କରୁଛୁ। କିନ୍ତୁ ତାହା ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ପ୍ରଶାସନ ଓ ସରକାର ବୃହତ୍‌ ଦୀର୍ଘସ୍ଥାୟୀ ଯୋଜନା କରିବା ଦରକାର। ସରପଞ୍ଚ ପ୍ରତିନିଧି ତଥା ଆଇନଜୀବୀ ସଞ୍ଜୟ ବେହେରା କୁହନ୍ତି, ଏଥିପାଇଁ ଗାଁର କିଛି ଲୋକ ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ଦାୟୀ। କାରଣ ଏହି ଗାଁ ପାଖରେ ଏକମାତ୍ର ଜଳ ନିଷ୍କାସନ ବାଟ ଥିଲା ହଳଦୀପାଣି ଯୋର। ୧୯୬୫ରେ ରାଜପଥ ପାଇଁ ଯୋର ଉପରେ ସ୍ଥାୟୀ ରାସ୍ତା କରାଯାଇ ଅବରୋଧ କରାଯାଇଛି। ଦ୍ୱିତୀୟତଃ ଗାଁରେ ଅଳ୍ପ ଲୋକ ଥିଲେ। ପାରାଦୀପ ବନ୍ଦର ବିକାଶ ହେବା ପରେ କେତେ ଲୋକ ବାହାରୁ ଆସି ସରକାରୀ ଜାଗାକୁ ବିଭିନ୍ନ ଉପାୟରେ କରାୟତ୍ତ କରି ଘରବାଡ଼ି କରିଛନ୍ତି। ଏହାଦ୍ୱାରା ଗାଁ ଭିତରେ ଗୋଟିଏ କେବୁଲ ଯିବା ଭଳି ଜାଗା ନାହିଁ। ଚାରିଆଡେ ଘର, ଶିଳ୍ପ ସବୁ ହେବା ଦ୍ୱାରା ଜଳ ଆବଦ୍ଧ ହୋଇଯାଇଛି। ଏହାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ହେଲା ହଳଦୀପାଣି ଯୋରକୁ ମୁକ୍ତ କରିବା। ନ ହେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri