ଭଞ୍ଜନଗର ଜଳଭଣ୍ଡାରରୁ ଛଡାଗଲା ପାଣି:  ସମ୍ଭାବ୍ୟ ବାତ୍ୟା ପାଇଁ ଉପଖଣ୍ଡ ପ୍ରଶାସନ ପ୍ରସ୍ତୁତ

ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ  ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଚଳାଇଛି। ବନ୍ୟା ପରିସ୍ଥିତି ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ରଖାଯିବ ସେନେଇ ସ୍ଥାନ ଚିହ୍ନଟ ହୋଇଛି। ଓଡରାଫ ଟିମ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ମୃତୟନ ହୋଇ ଅଛନ୍ତି। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ଶୁକ୍ରବାର ରାତିରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଭଞ୍ଜନଗର ଜଳସମ୍ପଦ ବିଭାଗ ମୁଖ୍ୟ ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି।
ଅନ୍ୟପଟେ ଭଞ୍ଜନଗର ଜଳଭଣ୍ଡାରରୁ ଆଜକୁ ୩ ଦିନ ହେବ ବଳକା ପାଣି ଛଡ଼ା ଯାଉଛି। ଭଞ୍ଜନଗର ଜଳଭଣ୍ଡାରରେ ୮୫ ପ୍ରତିଶତ, ଡହ ଜଳ ଭଣ୍ଡାରରେ ୯୦ ପ୍ରତିଶତ, ସୋରଡାରେ ୯୦ ପ୍ରତିଶତ ଏବଂ ବାଘୁଆରେ ୯୦ ପ୍ରତିଶତ ପାଣି ରଖି ବଳକା ପାଣି ନିଷ୍କାସନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି। ତେଣୁ ଭଞ୍ଜନଗର ଜଳଭଣ୍ଡାରରୁ ପାଣି ଛଡା ଯାଉଥିବା ବେଳେ ବଳକା ପାଣି ଛାଡ଼ିବା ପରେ ଶନିବାର ୯୦ ପ୍ରତିଶତ ଅଛି।
ସୋରଡ଼ାରେ ୯୮.୫ ପ୍ରତିଶତ ପାଣି ମହଜୁଦ ଅଛି। ସେଠାରେ ପରିସ୍ଥିତିକୁ ଦେଖି ପାଣି ଛାଡ଼ିବା ଯୋଜନା ଅଛି। ବାଘୁଆରେ ମାତ୍ର ୩୯ ପ୍ରତିଶତ ପାଣି ମହଜୁଦ ଅଛି। ତେଣୁ ସେଠାରେ ପାଣି ଆଉ ଛାଡ଼ିବା ଯୋଜନା ବର୍ତ୍ତମାନ ନାହିଁ। ଆବଶ୍ୟକ ବର୍ଷା ନ ଥିବା ଯୋଗୁ
ଭଞ୍ଜନଗର ଜଳଭଣ୍ଡାରରେ ଆଜକୁ ୫ ବର୍ଷ ହେବ ଶତ ପ୍ରତିଶତ ପାଣି ମହଜୁଦ ନ ଥିଲା। ତେଣୁ ଆବଶ୍ୟକସ୍ଥଳେ ମୁଖ୍ୟ ଫାଟକ ବାଟେ ଯାହାକିଛି ପାଣି ଛଡା ଯାଉଥିଲା। ତେଣୁ ୨୦୨୦ ମସିହା ଜୁଲାଇ ମାସରୁ ସ୍ପିଲୱେ ବାଟରେ ପାଣି ଛଡା ଯାଉନଥିଲା । ବର୍ତ୍ତମାନ ପାଣି ୯୨ ପ୍ରତିଶତ ଥିବା ଯୋଗୁଁ ସ୍ପିଲୱେ ବାଟେ ପାଣି ଛଡାଯାଉଛି। କିନ୍ତୁ ଲୋକେ କେତେକ ସ୍ଥାନରେ
କେନାଲ, ନଦୀ ଆଡିବନ୍ଧ ଜବରଦଖଲ କରି ରଖିଛନ୍ତି। ତେଣୁ ଅନେକ ସ୍ଥାନରେ ନଦୀ ଆଡ଼ିବନ୍ଧ ମରାମତିରେ ସମସ୍ୟା ରହିଛି। ଇତିମଧ୍ୟରେ ବିଭାଗ ପକ୍ଷରୁ ଜବରଦଖଲକରୀଙ୍କୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ, ଯେଉଁଠି ଜବରଦଖଲ ସମସ୍ୟା ରହିଛି ସେଠାରେ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri