ଜଳସଙ୍କଟ ଉତ୍କଟ

ବଇଣ୍ଡା, ୧୫।୫(ଡି.ଏନ.ଏ): ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବାବେଳେ ଗ୍ରାମାଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସମସ୍ୟା ଜଟିଳ ଆଡ଼କୁ ଗତି କରୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ସବୁ ସ୍ଥାନରେ ଜଳଛତ୍ର ଖୋଲିପାରିନାହିଁ। ପଥଚାରୀ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଜଙ୍ଗଲରେ ନିଅଁା ଏବଂ ପାଣି ଅଭାବ ବନ୍ୟପ୍ରାଣୀଙ୍କୁ ଜନବସତିମୁହଁା କରାଉଛି। ଦୀର୍ଘସ୍ଥାୟୀ ଯୋଜନା କରାଯାଉ ନ ଥିବାରୁ ପ୍ରତିବର୍ଷ ଏଭଳି ଜଳସଙ୍କଟ ଉପୁଜୁଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଅନୁଗୋଳ ଜିଲାରେ ବର୍ଷକୁ ବର୍ଷ ତାପମାତ୍ରା ନୂଆ ରେକର୍ଡ ସୃଷ୍ଟି କରି ଚାଲିଛି। ଗତ ୫ ଦିନ ହେଲା ପାରଦ ୪୦ ଡିଗ୍ରୀ ତଳକୁ ଖସୁନାହିଁ। ରବିବାର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୮ଟାରୁ ପ୍ରଚଣ୍ଡ ରୌଦ୍ରତାପ ଆରମ୍ଭ ହୋଇଯାଉଛି। ପୂର୍ବାହ୍ନ ୧୦ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି। ଅପରାହ୍ନ ୩ଟା ଯାଏ ତାତି ବଳବତ୍ତର ରହୁଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସମୟରେ ପଥଚାରୀମାନେ ଜଳଛତ୍ର ଖୋଜୁଛନ୍ତି। କାରଣ ଉପଖଣ୍ଡର ୪୭ ପଞ୍ଚାୟତର ଅନେକ ସ୍ଥାନରେ ଏହି ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇନାହିଁ। ସେହିପରି ବିଭିନ୍ନ ସ୍ଥାନରେ ନଳକୂପ ଅଚଳ ହୋଇପଡ଼ିଛି। ଖରାପୂର୍ବରୁ ଏସବୁକୁ ସଜାଡ଼ିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଅଚଳ ନଳକୂପ ମରାମତି କରାଯାଇନାହିଁ। ଖରାରେ ଜଳାଶୟ ଶୁଖିଲା ପଡ଼ିବା ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଥିବା ଅଭିଯୋଗ ହେଉଛି।
ଗ୍ରାମାଞ୍ଚଳବାସୀ ପାନୀୟ ଜଳ ପାଇଁ ଛଟପଟ ହେଉଥିବାବେଳେ ଜଙ୍ଗଲ ନିଅଁା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଉଭୟ ବ୍ଲକର ଧଣ୍ଡାତୋପା, ମଇମୁରା, କରଡ଼ାସିଙ୍ଗ, ଟାପଢ଼ୋଲ, ପେଡ଼ିପଥର, ରାଇନାଳୀ, ବାଦିବାହାଳ, ମାଧପୁର ଅଞ୍ଚଳରେ ଥିବା ଜଙ୍ଗଲରେ ବାରମ୍ବାର ନିଅଁା ଲାଗୁଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଏଭଳି ବେଆଇନ କାର୍ଯ୍ୟ ପାଇଁ ଜଙ୍ଗଲରେ ବନ୍ୟପ୍ରାଣୀ କଲବଲ ହେଉଛନ୍ତି। ଜଳଉତ୍ସଗୁଡ଼ିକ ଶୁଖିଯାଇଥିବାରୁ ଜୀବନ ବିକଳରେ ସେମାନେ ଗଁାମୁହଁା ହେଉଛନ୍ତି। ତେଣୁ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କରରେ ଜଳଯୋଗାଣ କରିବା ଏବଂ ଜଙ୍ଗଲରେ ପାଣିକୁଣ୍ଡ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା କହିଛନ୍ତି, ତାତି ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସମସ୍ତ ପଞ୍ଚାୟତରେ ଯେପରି ଜଳଛତ୍ର ଖୋଲାଯିବ, ସେ ନେଇ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଦକ୍ଷେପ ନିଆଯାଇଛି
ଗ୍ରୀଷ୍ମ ମୁକାବିଲା ପଦକ୍ଷେପ ନିଆଯାଇଛି। ଆଠମଲ୍ଲିକ ଉପଖଣ୍ଡକୁ ମହାନଦୀରୁ ଜଳ ଆସିବା ନେଇ ମେଗା ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି। କେତେକ ପଞ୍ଚାୟତରେ କାମ ଆରମ୍ଭ ହେଲାଣି। ସେହିପରି ବିଭିନ୍ନ ଗ୍ରାମରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି।
-ଜିତେନ୍ଦ୍ର କୁମାର ସାହୁ, ଅଙ୍ଗପଡ଼ା ସରପଞ୍ଚ
ନଳକୂଅରୁ ଲୁହାଗୁଣ୍ଡ ପାଣି ବାହାରୁଛି
ବ୍ଲକ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ନଳକୂଅରୁ ଲୁହାଗୁଣ୍ଡ ମିଶା ପାଣି ବାହାରୁଛି। ବଡ଼ଗୋବିନ୍ଦପୁରରେ ସମସ୍ୟା ବଢ଼ିବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନେବା ଜରୁରୀ।
-ଧ୍ରୁବଚରଣ ସାହୁ, ବଡ଼ ଗୋବିନ୍ଦପୁର
ଜନବସତିମୁହଁା ହେଉଛନ୍ତି ବନ୍ୟପ୍ରାଣୀ
ଜଙ୍ଗଲରେ ନିଅଁା ଲିଭାଇବାର ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜଙ୍ଗଲରେ ପାଣି ସମସ୍ୟା ଦେଖାଦେଇଥିବାବେଳେ ବନ୍ୟପ୍ରାଣୀ ଜନବସତିମୁହଁା ହେଉଛନ୍ତି। ତେଣୁ ଜଙ୍ଗଲରେ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଉ।

-ସମୀର ପ୍ରଧାନ, ଠେଲକନାଳି
ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉ
ଗଁାବଇଣ୍ଡା ପଞ୍ଚାୟତର କେତେକ ଗ୍ରାମକୁ ଜଳଯୋଗାଣ ହୋଇପାରୁନାହିଁ। ଧୁଣ୍ଡି ଅଞ୍ଚଳରେ ଜଳସ୍ତର କମିଯାଇଥିବାରୁ ଅନେକ ନଳକୂଅ ଅଚଳ ହୋଇପଡ଼ିଛି। ବ୍ଲକ ପ୍ରଶାସନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେଲେ ଲୋକେ ଉପକୃତ ହେବେ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳବାସୀ କଷ୍ଟ ଭୋଗୁଛନ୍ତି
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଥିବାରୁ ଆଦିବାସୀ ପରିବାର ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ସେମାନେ ଖୋଲା କୂଅ ଓ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

-ଭଗବାନ ପ୍ରଧାନ, ଲକ୍ଷ୍ମୀପୁର


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri