ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି। ନଦୀ, ନାଳ, ପୋଖରୀ,କୂଅ ଶୁଖିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ବାହାରେ ବୁଲୁଥିବା ପଶୁ ପକ୍ଷୀମାନେ ବି ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ ବଡ଼ବାଣପୁର ପଞ୍ଚାୟତ ଚୈତନ୍ୟପୁର ବାସିନ୍ଦାଙ୍କ ଜଳକଷ୍ଟ ଚରମସୀମାରେ ପହଞ୍ଚତ୍ଛି। ଗ୍ରାମାଞ୍ଚଳର ଗହୀର ଚାଷଜମିକୁ ଆବଶ୍ୟକ ସମୟରେ ପାଣି ଯୋଗାଇବା ଲକ୍ଷ୍ୟରେ ରାଜରାଜୁାଡା ଅମଳରେ ପ୍ରଜାମାନଙ୍କୁ ବେଠି ଖଟାଇ ଖନନ କରାଯାଇଥିବା ବନ୍ଧ(ପୋଖରୀ) ଏବେ ପ୍ରଜା ଓ ପଞ୍ଚାୟତ ଦଖଲରେ ରହିଛି। ଫଳରେ ଜମିକୁ ପାଣି ମାଡୁ ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାଣିର ଅଭାବ ଯୋଗୁ ଗ୍ରାମର ଗାଈଗୋରୁ ଓ ସ୍ଥାନୀୟ ବାସିନ୍ଦା ଗୋଟିଏ ପୋଖରୀରେ ସ୍ନାନ ଶୌଚାଦି କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ,ବାଣପୁର ପଞ୍ଚାୟତ ଅଧୀନ ୧୯ନଂ. ୱାର୍ଡର ଚୈତନ୍ୟପୁର ମୌଜା ଗହୀରରେ ୩ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ରହିଛି। ଦିନଥିଲା ସେହି ଚାଷ ଜମିକୁ ଆବଶ୍ୟକ ଅନୁଯାୟୀ ପାଣି ଯୋଗାଇବା ପାଇଁ କୌଣସି ସୁବିଧା ନ ଥିଲା। ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରୁଥିଲେ। ବର୍ଷର ଅନ୍ୟ ସମୟରେ ଜମି ପଡ଼ିଆ ପଡୁଥିଲା। ରବି ଋତୁରେ ରବି ଫସଲ, ପନିପରିବା ଓ ଅଧିକ ଅମଳକ୍ଷମ ଧାନଚାଷ ହେଉଥିଲା। କୃଷକମାନଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ୧୯୩୦ ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ା ରାଜାଙ୍କ ଶାସନ ଅମଳରେ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ସମ୍ପୃକ୍ତ ଅଞ୍ଚଳର ପ୍ରଜାମାନଙ୍କୁ ବେଠି ଖଟାଇ ଚୈତନ୍ୟପୁର ମୌଜା ଗହୀରରେ ୨ ଏକର ୪ ଡେସିମିଲି ପରିମିତ କନିଅର ବନ୍ଧ, ୨ ଏକର ପରିମିତ ମାଟିଆ ବନ୍ଧ ଓ ୪ ଏକର ୩୦ ଡେସିମିଲ ପରିମିତ ବଡ଼ବନ୍ଧ(ପୋଖରୀ) ଖନନ କରାଯାଇଥିଲା। ଉପରୋକ୍ତ ବନ୍ଧରେ ସ୍ଥାନୀୟ ଲୋକମାନେ ଗାଈଗୋରୁ ଗାଧୋଉଥିଲେ। ଏହାଛଡା ଆବଶ୍ୟକ ସମୟରେ ଏହି ବନ୍ଧର ହୁଡାକାଟି ଜମିକୁ ପାଣି ମଡାଯାଉଥିଲା। ଫଳରେ ବର୍ଷା ଅଭାବରେ ମଧ୍ୟ ଏହି ବନ୍ଧର ପାଣିକୁ ବ୍ୟବହାର କରାଯାଇ ଜମିରୁ ଫସଲ ଉପତ୍ାଦନ ହୋଇ ପାରୁଥିଲା। କାଳକ୍ରମେ ୨ ବନ୍ଧକୁ ବାଣପୁର ପଞ୍ଚାୟତ ଅଧୀନକୁ ଆଣି ମାଛ ଚାଷ ଉଦ୍ଦେଶ୍ୟରେ ପ୍ରତିବର୍ଷ ନିଲାମ କରାଯାଉଥିବା ବେଳେ ଗତ ୨ରୁ ୩ ବର୍ଷ ହେଲା ଏହି ବନ୍ଧ ଗୁଡିକରେ ପାଣି ନ ଥିବାରୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଉ ନାହିଁ। ସମ୍ପୃକ୍ତ ଅଞ୍ଚଳରେ ପାଣିର ଅଭାବ ଯୋଗୁ ପଙ୍କ କାଦୁଅ ତଥା ଆବଶ୍ୟକତାନୁସାରେ ପାଣି ନ ଥିଲେ ସୁଦ୍ଧା ଲୋକେ ବାଧ୍ୟ ହୋଇ ଅଳ୍ପ ପାଣି ଥିବା ମାଟିଆ ବନ୍ଧ(ପୋଖରୀ) ଉପରେ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଛନ୍ତି। ତା’ଛଡା ଗ୍ରାମର ଆଖପାଖରେ ଗୃହପାଳିତ ପଶୁ ଗାଈଗୋରୁ, ପଣ୍ଡା ଆଦି ଗାଧୋଇବା ପାଇଁ କୌଣସି ସୁବିଧା ନ ଥିବାରୁ ସେହି ପୋଖରୀରେ ଲୋକମାନଙ୍କ ସହ ଗାଈଗୋରୁମାନେ ଗାଧୋଉଥିବା ଦେଖିବାକୁ ମିଳୁଛି। ସ୍ନାନ ଶୌଚାଦି ପାଇଁ ପାଣିର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଆମେ ଓ ଗାଈଗୋରୁ ଆଦି ସେହି ପ୍ରଦୂଷିତ ପୋଖରୀରେ ବାଧ୍ୟହୋଇ ସ୍ନାନ ଶୌଚାଦି କରୁଛୁ ବୋଲି ଗ୍ରାମର କେଶବ ନାୟକ, ଚନ୍ଦ୍ରମଣି ନାୟକ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ କହିଛନ୍ତି। ପାନୀୟ ଜଳ ସମସ୍ୟା ଏହି ଗାଁର ଉତ୍କଟ ରୂପ ଧାରଣ କରିଛି। ପଞ୍ଚାୟତ ପକ୍ଷରୁ ସେଥିପାଇଁ ବ୍ୟବସ୍ଥା ହେବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି।
ଅପରପକ୍ଷେ ୩ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଚୈତନ୍ୟପୁର ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ୨୦୧୮ରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେହି ପ୍ରକଳ୍ପରୁ ନିକଟସ୍ଥ ୪ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସାନବାଣପୁରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ ସମୟରେ ପାଣିର ସେପରି ଅଭାବ ଜଣାପଡୁନାହିଁ। ହେଲେ ଗ୍ରୀଷ୍ମ ପ୍ରବାହ ସମୟରେ ଗାଁକୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବାଣପୁର ସରପଞ୍ଚ ପ୍ରତିମା ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ପ୍ରତି କନିଅରବନ୍ଧ କାମ ଚାଲୁ ରହିଛି। ଏହାଛଡା ମାଟିଆ ବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରହିଛି। ଫଳରେ ଆସନ୍ତା ବର୍ଷଠାରୁ ପାଣିର ସମସ୍ୟାରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri