ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି। ନଦୀ, ନାଳ, ପୋଖରୀ,କୂଅ ଶୁଖିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ବାହାରେ ବୁଲୁଥିବା ପଶୁ ପକ୍ଷୀମାନେ ବି ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ ବଡ଼ବାଣପୁର ପଞ୍ଚାୟତ ଚୈତନ୍ୟପୁର ବାସିନ୍ଦାଙ୍କ ଜଳକଷ୍ଟ ଚରମସୀମାରେ ପହଞ୍ଚତ୍ଛି। ଗ୍ରାମାଞ୍ଚଳର ଗହୀର ଚାଷଜମିକୁ ଆବଶ୍ୟକ ସମୟରେ ପାଣି ଯୋଗାଇବା ଲକ୍ଷ୍ୟରେ ରାଜରାଜୁାଡା ଅମଳରେ ପ୍ରଜାମାନଙ୍କୁ ବେଠି ଖଟାଇ ଖନନ କରାଯାଇଥିବା ବନ୍ଧ(ପୋଖରୀ) ଏବେ ପ୍ରଜା ଓ ପଞ୍ଚାୟତ ଦଖଲରେ ରହିଛି। ଫଳରେ ଜମିକୁ ପାଣି ମାଡୁ ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାଣିର ଅଭାବ ଯୋଗୁ ଗ୍ରାମର ଗାଈଗୋରୁ ଓ ସ୍ଥାନୀୟ ବାସିନ୍ଦା ଗୋଟିଏ ପୋଖରୀରେ ସ୍ନାନ ଶୌଚାଦି କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ,ବାଣପୁର ପଞ୍ଚାୟତ ଅଧୀନ ୧୯ନଂ. ୱାର୍ଡର ଚୈତନ୍ୟପୁର ମୌଜା ଗହୀରରେ ୩ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ରହିଛି। ଦିନଥିଲା ସେହି ଚାଷ ଜମିକୁ ଆବଶ୍ୟକ ଅନୁଯାୟୀ ପାଣି ଯୋଗାଇବା ପାଇଁ କୌଣସି ସୁବିଧା ନ ଥିଲା। ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରୁଥିଲେ। ବର୍ଷର ଅନ୍ୟ ସମୟରେ ଜମି ପଡ଼ିଆ ପଡୁଥିଲା। ରବି ଋତୁରେ ରବି ଫସଲ, ପନିପରିବା ଓ ଅଧିକ ଅମଳକ୍ଷମ ଧାନଚାଷ ହେଉଥିଲା। କୃଷକମାନଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ୧୯୩୦ ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ା ରାଜାଙ୍କ ଶାସନ ଅମଳରେ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ସମ୍ପୃକ୍ତ ଅଞ୍ଚଳର ପ୍ରଜାମାନଙ୍କୁ ବେଠି ଖଟାଇ ଚୈତନ୍ୟପୁର ମୌଜା ଗହୀରରେ ୨ ଏକର ୪ ଡେସିମିଲି ପରିମିତ କନିଅର ବନ୍ଧ, ୨ ଏକର ପରିମିତ ମାଟିଆ ବନ୍ଧ ଓ ୪ ଏକର ୩୦ ଡେସିମିଲ ପରିମିତ ବଡ଼ବନ୍ଧ(ପୋଖରୀ) ଖନନ କରାଯାଇଥିଲା। ଉପରୋକ୍ତ ବନ୍ଧରେ ସ୍ଥାନୀୟ ଲୋକମାନେ ଗାଈଗୋରୁ ଗାଧୋଉଥିଲେ। ଏହାଛଡା ଆବଶ୍ୟକ ସମୟରେ ଏହି ବନ୍ଧର ହୁଡାକାଟି ଜମିକୁ ପାଣି ମଡାଯାଉଥିଲା। ଫଳରେ ବର୍ଷା ଅଭାବରେ ମଧ୍ୟ ଏହି ବନ୍ଧର ପାଣିକୁ ବ୍ୟବହାର କରାଯାଇ ଜମିରୁ ଫସଲ ଉପତ୍ାଦନ ହୋଇ ପାରୁଥିଲା। କାଳକ୍ରମେ ୨ ବନ୍ଧକୁ ବାଣପୁର ପଞ୍ଚାୟତ ଅଧୀନକୁ ଆଣି ମାଛ ଚାଷ ଉଦ୍ଦେଶ୍ୟରେ ପ୍ରତିବର୍ଷ ନିଲାମ କରାଯାଉଥିବା ବେଳେ ଗତ ୨ରୁ ୩ ବର୍ଷ ହେଲା ଏହି ବନ୍ଧ ଗୁଡିକରେ ପାଣି ନ ଥିବାରୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଉ ନାହିଁ। ସମ୍ପୃକ୍ତ ଅଞ୍ଚଳରେ ପାଣିର ଅଭାବ ଯୋଗୁ ପଙ୍କ କାଦୁଅ ତଥା ଆବଶ୍ୟକତାନୁସାରେ ପାଣି ନ ଥିଲେ ସୁଦ୍ଧା ଲୋକେ ବାଧ୍ୟ ହୋଇ ଅଳ୍ପ ପାଣି ଥିବା ମାଟିଆ ବନ୍ଧ(ପୋଖରୀ) ଉପରେ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଛନ୍ତି। ତା’ଛଡା ଗ୍ରାମର ଆଖପାଖରେ ଗୃହପାଳିତ ପଶୁ ଗାଈଗୋରୁ, ପଣ୍ଡା ଆଦି ଗାଧୋଇବା ପାଇଁ କୌଣସି ସୁବିଧା ନ ଥିବାରୁ ସେହି ପୋଖରୀରେ ଲୋକମାନଙ୍କ ସହ ଗାଈଗୋରୁମାନେ ଗାଧୋଉଥିବା ଦେଖିବାକୁ ମିଳୁଛି। ସ୍ନାନ ଶୌଚାଦି ପାଇଁ ପାଣିର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଆମେ ଓ ଗାଈଗୋରୁ ଆଦି ସେହି ପ୍ରଦୂଷିତ ପୋଖରୀରେ ବାଧ୍ୟହୋଇ ସ୍ନାନ ଶୌଚାଦି କରୁଛୁ ବୋଲି ଗ୍ରାମର କେଶବ ନାୟକ, ଚନ୍ଦ୍ରମଣି ନାୟକ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ କହିଛନ୍ତି। ପାନୀୟ ଜଳ ସମସ୍ୟା ଏହି ଗାଁର ଉତ୍କଟ ରୂପ ଧାରଣ କରିଛି। ପଞ୍ଚାୟତ ପକ୍ଷରୁ ସେଥିପାଇଁ ବ୍ୟବସ୍ଥା ହେବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି।
ଅପରପକ୍ଷେ ୩ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଚୈତନ୍ୟପୁର ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ୨୦୧୮ରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେହି ପ୍ରକଳ୍ପରୁ ନିକଟସ୍ଥ ୪ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସାନବାଣପୁରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ ସମୟରେ ପାଣିର ସେପରି ଅଭାବ ଜଣାପଡୁନାହିଁ। ହେଲେ ଗ୍ରୀଷ୍ମ ପ୍ରବାହ ସମୟରେ ଗାଁକୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବାଣପୁର ସରପଞ୍ଚ ପ୍ରତିମା ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ପ୍ରତି କନିଅରବନ୍ଧ କାମ ଚାଲୁ ରହିଛି। ଏହାଛଡା ମାଟିଆ ବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରହିଛି। ଫଳରେ ଆସନ୍ତା ବର୍ଷଠାରୁ ପାଣିର ସମସ୍ୟାରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri