ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଜଳ ମହାସାଗରରେ ଅଛି, ଯାହା ବ୍ୟବହାର ଉପଯୋଗୀ ନୁହେଁ। ମାତ୍ର ତିନି ଭାଗ ଜଳ ହେଉଛି ମଧୁର ଜଳ, ଯାହାକୁ ଆମେ ନିତ୍ୟ ବ୍ୟବହାର କରିପାରିବା। ସେହିପରି ଆମ ଦେଶରେ ଭୂତଳ ଜଳ ସବୁ ଅଞ୍ଚଳରେ ସମାନ ଅନୁପାତରେ ନାହିଁ। କେଉଁଠି ମାତ୍ର କେଇ ଫୁଟ ଗଭୀରରେ ଅଛି ତ ଆଉ କେଉଁଠି ଶହ ଶହ ଫୁଟ ଗଭୀର ଖନନ କଲେ ମଧ୍ୟ ଜଳ ବୁନ୍ଦାଏ ନାହିଁ। ଏ ଦୃଷ୍ଟି କୋଣରୁ ସବୁ ଅଞ୍ଚଳରେ ଜଳ ସଂରକ୍ଷଣ ଓ ଏହାର ସୁପରିଚାଳନା ଅତ୍ୟନ୍ତ ଜରୁରୀ ମନେ ହୁଏ।
ଆମ ଦେଶରେ ଆମେ ଯଦି ପାନୀୟ ଜଳର ସ୍ଥିତିକୁ ଆକଳନ କରିବା ତାହେଲେ ଏହା ଅତ୍ୟନ୍ତ ଶୋଚନୀୟ ଅଟେ। ବର୍ତ୍ତମାନ ଆମ ଦେଶରେ ପାନୀୟ ଜଳର ସଙ୍କଟ କେବଳ ସହରାଞ୍ଚଳ ବା ବସ୍ତି ବାସିନ୍ଦାମାନଙ୍କ ପାଇଁ ନୁହେଁ ବରଂ ଏହା ଅନେକ ଗାଁରେ ମଧ୍ୟ ଦେଖାଯାଉଛି। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଏହାର ସଙ୍କଟ ଅଧିକରୁ ଅଧିକ ଗାଁ ଓ ସହରକୁ ପ୍ରସାରିତ ହୁଏ। ଏପରିକି ପାନୀୟ ଜଳ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଲେ ଯାଇ ଲୋକେ ପାନୀୟ ଜଳ ପାଉଛନ୍ତି।
ଆଗକାଳରେ ଲୋକେ ବର୍ଷାଜଳ ସଂରକ୍ଷଣ କରିବା ପାଇଁ ସ୍ବଚ୍ଛଳ ଲୋକ ତଥା ଗାଁର ଗୌନ୍ତିଆ, ଜମିଦାରମାନେ ନିଜେ ନିଜେ ବନ୍ଧ, ପୋଖରୀ ଖୋଳୁଥିଲେ। ପରେ କୃଷିକାର୍ଯ୍ୟ ତଥା ଗାଧୁଆ ପାଧୁଆ କରିବା ପାଇଁ ମଧ୍ୟ ଜଳ ବ୍ୟବହାର କରାଗଲା। ବର୍ଷାଜଳ ସଂରକ୍ଷଣ ପାଇଁ ବହୁବିଧ ପଦ୍ଧତି ଅବଲମ୍ବନ କରାଯାଉଥିଲେ ମଧ୍ୟ ଆମେ ତାକୁ ଯଥେଷ୍ଟ ପରିମାଣରେ ପାଳନ କରୁନାହୁଁ। ଏପରିକି ଜଳ ସଂରକ୍ଷଣ ପ୍ରତି ଆମେ ଆଦୌ ଧ୍ୟାନ ଦେଉ ନାହଁୁ କହିଲେ ଚଳେ। ଆମ ପାଇଁ କେତେ ଜଳ ମୁଣ୍ଡ ପିଛା ଅଛି ,ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଯେଉଁ ଅଞ୍ଚଳର ଜନସଂଖ୍ୟା ଯେତେ ବେଶି ସେହି ଅଞ୍ଚଳରେ ଜଳର ପରିମାଣ ସେତିକି କମ୍‌। ଭାରତ ସରକାରଙ୍କ ଜଳ ଜୀବନ ମିଶନର ଏକ ଆକଳନ ଅନୁସାରେ ଜଣାଯାଏ ଯେ ଆମ ଦେଶରେ ମୁଣ୍ଡ ପିଛା ଜଳର ପରିମାଣ କ୍ରମାଗତ ଭାବରେ କମିବାରେ ଲାଗିଛ। ଦେଶରେ ମୁଣ୍ଡପିଛା ଜଳର ପରିମାଣ ୨୦୦୧ ମସିହାରେ ୧୮୧୬ କ୍ୟୁବିକ ମିଟର ଥିବାବେଳେ ୨୦୧୧ ମସିହାରେ ୧୫୪୫ କ୍ୟୁବିକ ମିଟରକୁ କମିଆସିଛି। ଏହାର ପରିମାଣ ୨୦୩୧ ମସିହା ସୁଦ୍ଧା ୧୩୬୭ କ୍ୟୁବିକ ମିଟରକୁ କମିବାର ସମ୍ଭାବନା ରହିଛି। ତେବେ ଏ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧି ଯେତେ ପରିମାଣରେ ଦାୟୀ ତାଠୁ ଅଧିକ ଜନସଚେତନତାର ଅଭାବ ବୋଲି ବିଚାର କରାଯାଏ। ଜଳ ଜୀବନ ମିଶନର ଏକ ତଥ୍ୟ ଅନୁସାରେ ଆମ ଦେଶରେ ଥିବା ସହରାଞ୍ଚଳରେ ଆମକୁ ପ୍ରତ୍ୟହ ମୁଣ୍ଡପିଛା ୧୩୫ ଲିଟର ଓ ଗ୍ରାମାଞ୍ଚଳରେ ୫୫ ଲିଟର ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହିଁ କେବଳ ଜଳ ବ୍ୟବହାର କରିବା। ଏହାର ସୁପରିଚାଳନା ଆମର ଦାୟିତ୍ୱ ହେବା ଆବଶ୍ୟକ। ଯଦି ପ୍ରତ୍ୟେକ ବ୍ୟକ୍ତି ଦୈନିକ ୧୦ ଲିଟର ଜଳ ସଂରକ୍ଷଣ କରିପାରିବେ ତାହେଲେ ଏହା ଆମ ଦେଶର ବିକାଶ ଓ ଅଭିବୃଦ୍ଧିରେ ଅନେକ ପରିମାଣରେ ସହାୟକ ହେବ।
ଆମେ କେଉଁ ପଦ୍ଧତିରେ ଜଳ ସଂରକ୍ଷଣ କରିପାରିବା ଆସନ୍ତୁ ସଂକ୍ଷେପରେ ଜାଣିବା।
-ଆମେ ଗାଧୋଉଥିବା ଜଳର ପରିମାଣରୁ ପ୍ରତ୍ୟହ ୧ ରୁ ୫ ଲିଟର କମ କରିପାରିବା।
-ଆମେ ଦୈନିକ ଲୁଗାଧୁଆ ପାଇଁ ଆବଶ୍ୟକ ମୁତାବକ ଜଳ ବ୍ୟବହାର କରନ୍ତୁ। ତା’ସହ ଶୌଚ ସମୟରେ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏଥିରୁ ବଳକା ଜଳକୁ ଆମ ବଗିଚାରେ ଦେଲେ ଦୈନିକ ୧୦ ରୁ ୨୦ ଲିଟର ଜଳ ସଂରକ୍ଷଣ ହେବ।
-ଆମେ ଘରେ ଯଦି ସବୁ ସମୟରେ ଆମର ପାଇପ ଓ ନଳକୁ ଠିକ୍‌ ରଖିବା ତାହେଲେ ଦୈନିକ ଅନ୍ତତଃ ୨ ରୁ ୫ ଲିଟର ଜଳ ସଂରକ୍ଷଣ କରିପାରିବା।
-ଆମେ ଦାନ୍ତ ଘଷିବା, ହାତ ଧୋଉଥିବା ସମୟରେ, ବାସନକୁସନ ମାଜିବା ବେଳେ ଯଦି ଠିକ୍‌ ଭାବରେ ଟ୍ୟାପ୍‌ର ପରିଚାଳନା କରାଯାଏ, ତାହେଲେ ଅନ୍ତତଃ ଦିନକୁ ୨ ରୁ ୩ ଲିଟର ଜଳ ସଂରକ୍ଷଣ କରିପାରିବା।
-କେବଳ ଆମେ ସତର୍କ ହେଲେ ପ୍ରତିଦିନ ୧୦ ଲିଟର ଜଳ ନିଶ୍ଚୟ ସଂରକ୍ଷଣ କରିପାରିବା।
ଯଦି ଆମେ ଜଳ ସଂରକ୍ଷଣରେ ହେଳା କରିବା ତାହେଲେ ଜଳକ୍ଳିଷ୍ଟତା ଧୀରେ ଧୀରେ ସମଗ୍ର ପୃଥିବୀକୁ ନିଶ୍ଚିତ ଭାବରେ କବଳିତ କରିବ। ମଣିଷକୁ ଆଗାମୀ ଦିନରେ ଜଳର ମହାସଙ୍କଟ ଦେଇ ଯିବାକୁ ପଡ଼ିବ। ତାହେଲେ ଆସନ୍ତୁ, ଆମେ ସମସ୍ତେ ସତର୍କ ହେବା ଓ ଜଳ ସଂରକ୍ଷଣରେ ସହଭାଗୀ ହେବା। ଦିଲ୍ଲୀ, ଚେନ୍ନାଇ ଭଳି ଆମ ଦେଶର ପ୍ରାୟ ୨୧ଟି ସହରରେ ଭୂତଳ ଜଳର ସ୍ତର ଅତ୍ୟନ୍ତ ଶୋଚନୀୟ ଭାବରେ ହ୍ରାସ ପାଉଛି ଓ ଏହା ଯଦି ଆହୁରି ହ୍ରାସ ପାଏ ତାହେଲେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆମେ ଯଦି ସମସ୍ତେ ପରିବେଶର ସୁରକ୍ଷା, ବୃକ୍ଷ ରୋପଣ ତଥା ଜଳ ସଂରକ୍ଷଣ ଦିଗରେ ପ୍ରୟାସ କରିବା ତାହେଲେ ହିମବାହ ସଂରକ୍ଷଣ ନିଶ୍ଚୟ ହେବ।

ବିରାଟ ରାଜା ପଧାନ
-ବେଁକମୁରା, ପଣ୍ଡରି, ବନହରପାଲି, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri