ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଜଳ ମହାସାଗରରେ ଅଛି, ଯାହା ବ୍ୟବହାର ଉପଯୋଗୀ ନୁହେଁ। ମାତ୍ର ତିନି ଭାଗ ଜଳ ହେଉଛି ମଧୁର ଜଳ, ଯାହାକୁ ଆମେ ନିତ୍ୟ ବ୍ୟବହାର କରିପାରିବା। ସେହିପରି ଆମ ଦେଶରେ ଭୂତଳ ଜଳ ସବୁ ଅଞ୍ଚଳରେ ସମାନ ଅନୁପାତରେ ନାହିଁ। କେଉଁଠି ମାତ୍ର କେଇ ଫୁଟ ଗଭୀରରେ ଅଛି ତ ଆଉ କେଉଁଠି ଶହ ଶହ ଫୁଟ ଗଭୀର ଖନନ କଲେ ମଧ୍ୟ ଜଳ ବୁନ୍ଦାଏ ନାହିଁ। ଏ ଦୃଷ୍ଟି କୋଣରୁ ସବୁ ଅଞ୍ଚଳରେ ଜଳ ସଂରକ୍ଷଣ ଓ ଏହାର ସୁପରିଚାଳନା ଅତ୍ୟନ୍ତ ଜରୁରୀ ମନେ ହୁଏ।
ଆମ ଦେଶରେ ଆମେ ଯଦି ପାନୀୟ ଜଳର ସ୍ଥିତିକୁ ଆକଳନ କରିବା ତାହେଲେ ଏହା ଅତ୍ୟନ୍ତ ଶୋଚନୀୟ ଅଟେ। ବର୍ତ୍ତମାନ ଆମ ଦେଶରେ ପାନୀୟ ଜଳର ସଙ୍କଟ କେବଳ ସହରାଞ୍ଚଳ ବା ବସ୍ତି ବାସିନ୍ଦାମାନଙ୍କ ପାଇଁ ନୁହେଁ ବରଂ ଏହା ଅନେକ ଗାଁରେ ମଧ୍ୟ ଦେଖାଯାଉଛି। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଏହାର ସଙ୍କଟ ଅଧିକରୁ ଅଧିକ ଗାଁ ଓ ସହରକୁ ପ୍ରସାରିତ ହୁଏ। ଏପରିକି ପାନୀୟ ଜଳ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଲେ ଯାଇ ଲୋକେ ପାନୀୟ ଜଳ ପାଉଛନ୍ତି।
ଆଗକାଳରେ ଲୋକେ ବର୍ଷାଜଳ ସଂରକ୍ଷଣ କରିବା ପାଇଁ ସ୍ବଚ୍ଛଳ ଲୋକ ତଥା ଗାଁର ଗୌନ୍ତିଆ, ଜମିଦାରମାନେ ନିଜେ ନିଜେ ବନ୍ଧ, ପୋଖରୀ ଖୋଳୁଥିଲେ। ପରେ କୃଷିକାର୍ଯ୍ୟ ତଥା ଗାଧୁଆ ପାଧୁଆ କରିବା ପାଇଁ ମଧ୍ୟ ଜଳ ବ୍ୟବହାର କରାଗଲା। ବର୍ଷାଜଳ ସଂରକ୍ଷଣ ପାଇଁ ବହୁବିଧ ପଦ୍ଧତି ଅବଲମ୍ବନ କରାଯାଉଥିଲେ ମଧ୍ୟ ଆମେ ତାକୁ ଯଥେଷ୍ଟ ପରିମାଣରେ ପାଳନ କରୁନାହୁଁ। ଏପରିକି ଜଳ ସଂରକ୍ଷଣ ପ୍ରତି ଆମେ ଆଦୌ ଧ୍ୟାନ ଦେଉ ନାହଁୁ କହିଲେ ଚଳେ। ଆମ ପାଇଁ କେତେ ଜଳ ମୁଣ୍ଡ ପିଛା ଅଛି ,ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଯେଉଁ ଅଞ୍ଚଳର ଜନସଂଖ୍ୟା ଯେତେ ବେଶି ସେହି ଅଞ୍ଚଳରେ ଜଳର ପରିମାଣ ସେତିକି କମ୍‌। ଭାରତ ସରକାରଙ୍କ ଜଳ ଜୀବନ ମିଶନର ଏକ ଆକଳନ ଅନୁସାରେ ଜଣାଯାଏ ଯେ ଆମ ଦେଶରେ ମୁଣ୍ଡ ପିଛା ଜଳର ପରିମାଣ କ୍ରମାଗତ ଭାବରେ କମିବାରେ ଲାଗିଛ। ଦେଶରେ ମୁଣ୍ଡପିଛା ଜଳର ପରିମାଣ ୨୦୦୧ ମସିହାରେ ୧୮୧୬ କ୍ୟୁବିକ ମିଟର ଥିବାବେଳେ ୨୦୧୧ ମସିହାରେ ୧୫୪୫ କ୍ୟୁବିକ ମିଟରକୁ କମିଆସିଛି। ଏହାର ପରିମାଣ ୨୦୩୧ ମସିହା ସୁଦ୍ଧା ୧୩୬୭ କ୍ୟୁବିକ ମିଟରକୁ କମିବାର ସମ୍ଭାବନା ରହିଛି। ତେବେ ଏ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧି ଯେତେ ପରିମାଣରେ ଦାୟୀ ତାଠୁ ଅଧିକ ଜନସଚେତନତାର ଅଭାବ ବୋଲି ବିଚାର କରାଯାଏ। ଜଳ ଜୀବନ ମିଶନର ଏକ ତଥ୍ୟ ଅନୁସାରେ ଆମ ଦେଶରେ ଥିବା ସହରାଞ୍ଚଳରେ ଆମକୁ ପ୍ରତ୍ୟହ ମୁଣ୍ଡପିଛା ୧୩୫ ଲିଟର ଓ ଗ୍ରାମାଞ୍ଚଳରେ ୫୫ ଲିଟର ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହିଁ କେବଳ ଜଳ ବ୍ୟବହାର କରିବା। ଏହାର ସୁପରିଚାଳନା ଆମର ଦାୟିତ୍ୱ ହେବା ଆବଶ୍ୟକ। ଯଦି ପ୍ରତ୍ୟେକ ବ୍ୟକ୍ତି ଦୈନିକ ୧୦ ଲିଟର ଜଳ ସଂରକ୍ଷଣ କରିପାରିବେ ତାହେଲେ ଏହା ଆମ ଦେଶର ବିକାଶ ଓ ଅଭିବୃଦ୍ଧିରେ ଅନେକ ପରିମାଣରେ ସହାୟକ ହେବ।
ଆମେ କେଉଁ ପଦ୍ଧତିରେ ଜଳ ସଂରକ୍ଷଣ କରିପାରିବା ଆସନ୍ତୁ ସଂକ୍ଷେପରେ ଜାଣିବା।
-ଆମେ ଗାଧୋଉଥିବା ଜଳର ପରିମାଣରୁ ପ୍ରତ୍ୟହ ୧ ରୁ ୫ ଲିଟର କମ କରିପାରିବା।
-ଆମେ ଦୈନିକ ଲୁଗାଧୁଆ ପାଇଁ ଆବଶ୍ୟକ ମୁତାବକ ଜଳ ବ୍ୟବହାର କରନ୍ତୁ। ତା’ସହ ଶୌଚ ସମୟରେ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏଥିରୁ ବଳକା ଜଳକୁ ଆମ ବଗିଚାରେ ଦେଲେ ଦୈନିକ ୧୦ ରୁ ୨୦ ଲିଟର ଜଳ ସଂରକ୍ଷଣ ହେବ।
-ଆମେ ଘରେ ଯଦି ସବୁ ସମୟରେ ଆମର ପାଇପ ଓ ନଳକୁ ଠିକ୍‌ ରଖିବା ତାହେଲେ ଦୈନିକ ଅନ୍ତତଃ ୨ ରୁ ୫ ଲିଟର ଜଳ ସଂରକ୍ଷଣ କରିପାରିବା।
-ଆମେ ଦାନ୍ତ ଘଷିବା, ହାତ ଧୋଉଥିବା ସମୟରେ, ବାସନକୁସନ ମାଜିବା ବେଳେ ଯଦି ଠିକ୍‌ ଭାବରେ ଟ୍ୟାପ୍‌ର ପରିଚାଳନା କରାଯାଏ, ତାହେଲେ ଅନ୍ତତଃ ଦିନକୁ ୨ ରୁ ୩ ଲିଟର ଜଳ ସଂରକ୍ଷଣ କରିପାରିବା।
-କେବଳ ଆମେ ସତର୍କ ହେଲେ ପ୍ରତିଦିନ ୧୦ ଲିଟର ଜଳ ନିଶ୍ଚୟ ସଂରକ୍ଷଣ କରିପାରିବା।
ଯଦି ଆମେ ଜଳ ସଂରକ୍ଷଣରେ ହେଳା କରିବା ତାହେଲେ ଜଳକ୍ଳିଷ୍ଟତା ଧୀରେ ଧୀରେ ସମଗ୍ର ପୃଥିବୀକୁ ନିଶ୍ଚିତ ଭାବରେ କବଳିତ କରିବ। ମଣିଷକୁ ଆଗାମୀ ଦିନରେ ଜଳର ମହାସଙ୍କଟ ଦେଇ ଯିବାକୁ ପଡ଼ିବ। ତାହେଲେ ଆସନ୍ତୁ, ଆମେ ସମସ୍ତେ ସତର୍କ ହେବା ଓ ଜଳ ସଂରକ୍ଷଣରେ ସହଭାଗୀ ହେବା। ଦିଲ୍ଲୀ, ଚେନ୍ନାଇ ଭଳି ଆମ ଦେଶର ପ୍ରାୟ ୨୧ଟି ସହରରେ ଭୂତଳ ଜଳର ସ୍ତର ଅତ୍ୟନ୍ତ ଶୋଚନୀୟ ଭାବରେ ହ୍ରାସ ପାଉଛି ଓ ଏହା ଯଦି ଆହୁରି ହ୍ରାସ ପାଏ ତାହେଲେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆମେ ଯଦି ସମସ୍ତେ ପରିବେଶର ସୁରକ୍ଷା, ବୃକ୍ଷ ରୋପଣ ତଥା ଜଳ ସଂରକ୍ଷଣ ଦିଗରେ ପ୍ରୟାସ କରିବା ତାହେଲେ ହିମବାହ ସଂରକ୍ଷଣ ନିଶ୍ଚୟ ହେବ।

ବିରାଟ ରାଜା ପଧାନ
-ବେଁକମୁରା, ପଣ୍ଡରି, ବନହରପାଲି, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri