ପାଣି ଚିନ୍ତା: ୭ ଦିନ ମଧ୍ୟରେ ବୈଠକ ଡାକିବାକୁ ନିର୍ଦ୍ଦେଶ

ଜଳେଶ୍ୱର,୧୨ା୩(ଡି.ଏନ.ଏ.): ଜଳେଶ୍ୱର ପଞ୍ଚାୟତ ସମିତିର ୩ୟ ବୈଠକ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଇବା ପାଣି ସମସ୍ୟା ଉକତ୍ଟ ହୋଇଥିବାରୁ ସରପଞ୍ଚ ଓ ସମିତିସଦସ୍ୟ ବିଭିନ୍ନ ଅଭିଯୋଗ କରିଥିଲେ ା ବ୍ଲକ ଅଞ୍ଚଳରେ ୧୭୯୦ଟି ନଳକୂପ କାର୍ଯ୍ୟକ୍ଷମ ଥିବା ବେଳେ ୩୫ଟି ପିଇବା ପାଣି ପ୍ରକଳ୍ପ କାର୍ଯ୍ୟ କରୁଛି ବୋଲି ସରକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାସ କହିଥିଲେ। ଜଳସ୍ତର ଖସିଥିବାରୁ ଘରୋଇ ଗଭୀର ନଳକୂପ ଅଚଳ ହୋଇଥିବାର ବହୁ ନିର୍ବାଚିତ ପ୍ରତିନିଧି କହିଥିଲେ। କେତେକ ସ୍ଥାନରେ ସରକାରୀ ନଳକୂପ ଖରାପ ପରେ ମରାମତିରେ ବିଳମ୍ବ ଓ ନୂତନ ନଳକୂପ ଖନନରେ ବିଳମ୍ବ ଘଟୁଥିବାରୁ ପାଣି ସମସ୍ୟା ଉକତ୍ଟ ସମ୍ପର୍କରେ କୁହାଯାଇଥିଲା। ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏଥିରେ ହସ୍ତକ୍ଷେପ କରି ଆସନ୍ତା ୭ଦିନ ମଧ୍ୟରେ ଏକ ଜରୁରୀ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଡାକିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ା
ଜଳେଶ୍ୱର ବ୍ଲକରେ ସୋରିଷ ଚାଷ ଜିଲାରେ ଭଲ ହୋଇଥିବାରୁ ରାଜ୍ୟସ୍ତରରେ ବାଲେଶ୍ୱର ଜିଲାପାଳ ପୁରସ୍କୃତ ହୋଇଥିବା ଗୋଷ୍ଠୀ କୃଷି ଅଧିକାରୀ ସଞ୍ଜୟ ରାଉତ କହିଥିଲେ। ଏଣିକି ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ବିହନ ଯୋଗାଣ ହେବ ବୋଲି କହିଥିଲେ। ୧୭୮୦ଟି ଗ୍ରୁପକୁ ବଳରାମ ଯୋଜନାରେ ଭୂମିହୀନଙ୍କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତି ସରିଥିଲେ ମଧ୍ୟ ମାତ୍ର ହାତଗଣତି କେତେକଙ୍କୁ ଦିଆଯାଇଥିବା କହିଥିଲେ। ରାସାୟନିକ ସାର ବଦଳରେ ଜୈବିକ ସାର ଓ ନିମ୍ବ ପିଡିଆ ବ୍ୟବହାରକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉଦ୍ୟାନବିତ୍‌ ସୌମ୍ୟ ରଥ ଜଳେଶ୍ୱରରେ ଶୀଳତଭଣ୍ଡାର ନିର୍ମାଣକୁ ଗୁରୁତ୍ୱ ଦେଇଥିଲେ। ପଶ୍ଚିମବାର୍ଡ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା ା ଶିକ୍ଷାଦାନ, ୫ଟି ବିଦ୍ୟାଳୟ, ଜଙ୍ଗଲ ବିଭାଗ, ୫ମ ରାଜ୍ୟ କମିଶନ, ୧୫ କେନ୍ଦ୍ର କମିଶନ ଅର୍ଥ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ମଞ୍ଚରେ ତହସିଲଦାର ନିହାର ରଞ୍ଜନ ବେହେରା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବିଡିଓ ପୁନମ ରାଉତ, ଉପାଧ୍ୟକ୍ଷା ସଞ୍ଚିତ ସେନାପତି, ଶାନ୍ତନୁ ପଟ୍ଟନାୟକ ଓ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri