ଶିଳ୍ପସଂସ୍ଥାକୁ ଜଳକର ଅନୁକମ୍ପା

ଯାଜପୁର ଅଫିସ୍‌, ୧ା୧୦:ରାଜ୍ୟର ୫୫ ସରକାରୀ ଓ ବେସରକାରୀ ସଂସ୍ଥା ପାଖରେ ମାର୍ଚ୍ଚ ୩୧ ସୁଦ୍ଧା ୩୩୬୫.୭୫୧ କୋଟି ଟଙ୍କା ଜଳ କର ବାକି ପଡ଼ିଛି। ଏଥିରୁ ୩୨ଟି ବେସରକାରୀ ଶିଳ୍ପାନୁଷ୍ଠାନ ପାଖରେ ୨୬୯୪.୧୮୬ କୋଟି, ଗୋଟିଏ ରାଜ୍ୟ ଓ କେନ୍ଦ୍ରର ମିଳିତ ଅନୁଷ୍ଠାନ ପାଖରେ ୪୫୪.୦୪୩ କୋଟି ଏବଂ ରାଜ୍ୟ ସରକାରୀ ଅନୁଷ୍ଠାନ ପାଖରେ ୨୧୭.୫୨୨ କୋଟି ଟଙ୍କା ବାକି ରହିଛି। ତେବେ ବକୈୟା ଜଳକରକୁ ଏକକାଳୀନ ସମାଧାନ(ଓଟିଏସ୍‌) କରି ୨୬୧୯.୦୯୯ କୋଟି ଟଙ୍କା ଛାଡ଼ କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାବାଦ ସମ୍ବଲପୁର ଜିଲା ଲପଙ୍ଗାସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍‌ ଏବଂ ଢେଙ୍କାନାଳ ଜିଲା ବିଆରଜି ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଦେବାଳିଆ ତାଲିକାରେ ଥିବାରୁ ଏକକାଳୀନ ସମାଧାନ ବ୍ୟବସ୍ଥାରୁ ବାଦ ଦିଆଯାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ତାଙ୍କ ପତ୍ରସଂଖ୍ୟା  ୨୦୦୯୦/୨୨।୯।୨୦୨୦ରେ ବିଭାଗୀୟ ସ୍ବତନ୍ତ୍ର ସଚିବଙ୍କୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସୂଚିତ କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଶିଳ୍ପସଂସ୍ଥାଗୁଡ଼ିଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୧୫ ନଭେମ୍ବରରେ ରାଜ୍ୟ ସରକାର ଇଡକୋକୁ ଅଯାଚିତ ଦାନ ସ୍ବରୂପ ୫୬ କୋଟି ୪ ଲକ୍ଷ ଟଙ୍କା ଜଳକର ଛାଡ କରିଥିଲେ। ଏବେ ଏକକାଳୀନ ସମାଧାନ ତାଲିକାରେ ପୁଣି ଇଡ୍‌କୋକୁ ୧୦ କୋଟି ଟଙ୍କାର ଛାଡ କରିବାକୁ ପ୍ରସ୍ତାବ ରହିଛି।

ରାଜ୍ୟର ବିଭିନ୍ନ ନଦୀନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ବହୁ କ୍ୟୁସେକ୍‌ ପାଣି ବିଭିନ୍ନ ଶିଳ୍ପସଂସ୍ଥାକୁ ବିକ୍ରି କରାଯାଉଛି। ସେଥିମଧ୍ୟରୁ ବ୍ରାହ୍ମଣୀ ନଦୀ ପାଣିରେ ରାଜ୍ୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ) କଳିଙ୍ଗନଗରରେ ଗତ ୨୧ ବର୍ଷ ହେଲା ବ୍ୟବସାୟ ଚଳାଇ ଆସୁଛି। ଇଡ୍‌କୋ ଜଳ ସମ୍ପଦ ବିଭାଗ ସହିତ ଚୁକ୍ତି କରି ପାଣି ନେଉଥିବା କଳିଙ୍ଗନଗରର ଶିଳ୍ପସଂସ୍ଥାଗୁଡ଼ିକଠାରୁ ମାସିକ ଜଳକର ଆଦାୟ କରୁଛି। କିନ୍ତୁ କେଉଁ ପରିସ୍ଥିତିରେ ସରକାରଙ୍କୁ ଜଳକର ଦେବାରେ ଇଡ୍‌କୋ ଏବଂ ଅନ୍ୟାନ୍ୟ ଶିଳ୍ପସଂସ୍ଥା ପଛଘୁଞ୍ଚା ଦେଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକକାଳୀନ ସମାଧାନ ତାଲିକା ଅନୁସାରେ, ଇଡ୍‌କୋ କଳିଙ୍ଗନଗର ୨୪.୨୩୩ କୋଟି ଟଙ୍କା ଜଳକର ବାକି ରଖିଥିବା ବେଳେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃ ୧୦୩.୭୦୯ କୋଟି, ଯୋଡା ଟାଟା ଷ୍ଟିଲ ୧୫୯.୭୫୮ କୋଟି, ଟାଟା ବିଏସ୍‌ଏଲ୍‌ ଲିଃ ୫୬.୩୭୭ କୋଟି,  ଜିଆବାହାଲ ଶ୍ରୀମହାବୀର ଫେରୋ ଆଲଏଜ ୬୨.୫୧୮ କୋଟି, ରାଠି ଷ୍ଟିଲ ଆଣ୍ଡ ପାୱାର ୭୮.୧୮୪ କୋଟି ଓ ଓଡ଼ିଶା ପାୱାର କନ୍‌ସୋର୍ଟିୟମ୍‌ ଲିଃ ୨୭୭.୧୯୬ କୋଟି ଟଙ୍କା ବାକି ରଖିଛନ୍ତି। ସେହିଭଳି ଆରତୀ ଷ୍ଟିଲ ଲିଃ ୮୦.୯୧୫ କୋଟି, ବଲାରପୁର ଇଣ୍ଡଷ୍ଟ୍ରିଜ ୪୪୪.୧୬୯ କୋଟି, ଓରିଏଣ୍ଟ ପେପର ମିଲ୍‌ ଲିଃ ୨୧୬.୧୨୦ କୋଟି, ବେଲପାହାଡ଼ ଟାଟା ରିଫ୍ରାକ୍ଟୋରିଜ ଲିଃ ୬୫.୦୩୦ କୋଟି, ଆଧୁନିକ ମେଟାଲିକ୍ସ ୫୬.୬୩୧ କୋଟି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ ୮୪.୭୭୭ କୋଟି ଟଙ୍କା, ଏସ୍‌ଆର୍‌ ଷ୍ଟିଲ ଲିଃ ୮.୩୫୩ କୋଟି ଟଙ୍କା ଜଳକର ବାବଦକୁ ବାକି ରଖିଛନ୍ତି। ଏହାବାଦ କେବଳ ଯାଜପୁର ଜିଲାର ତୈଳଙ୍ଗୀ କ୍ରୋମାଇଟ ମାଇନ୍ସ ୦.୭୨୦ କୋଟି, ସାରୁଆବିଲ କ୍ରୋମାଇଟ ମାଇନ୍ସ ୦.୫୦୫ କୋଟି, ରାମ୍‌କି ଆନଭାରମେଣ୍ଟ ଇଞ୍ଜିନିୟର ଲିଃ ୦.୫୩୧ କୋଟି ଟଙ୍କା, ନୀଳାଚଳ ଇସ୍ପାତ ନିଗମ ଲିଃ ୧୦.୬୨୩ କୋଟି ଟଙ୍କା, ରୋହିତ ଫେରୋଟେକ୍‌ ୦.୩୧୧ କୋଟି ଟଙ୍କା ଜଳକର ବାକି ରଖିଛନ୍ତି। ସମୁଦାୟ ୫୫ଟି ଖିଲାପକାରୀ ସଂସ୍ଥା ମଧ୍ୟରୁ ୧୫ ସଂସ୍ଥାର ୨୬୬୫.୮୮୭ କୋଟି ଜଳ କର ବାବଦକୁ ବିଭିନ୍ନ କୋର୍ଟରେ ବାକିଥିବା ମାମଲା ବିଚାରାଧୀନ ରହିଛି। ବାକି ୪୦ ସଂସ୍ଥାର ୬୯୯.୮୬୪ କୋଟି ଟଙ୍କା ବାବଦକୁ କୌଣସି ମାମଲା ନାହିଁ।

ଅନ୍ୟପକ୍ଷେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀ ଜଳ ଉପରେ ନିର୍ଭର କରି ଚାଷବାସ କରୁଥିବା ଚାଷୀ ଆବଶ୍ୟକ ପାଣି ଅଭାବରୁ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ କମ୍ପାନୀ ପ୍ରୀତି ଏତେ ଜୋର ଧରିଛି ଯେ, ରାଜ୍ୟର ମାଟି, ପାଣି, ପବନ, ଜଙ୍ଗଲ ଓ ଖଣିଜ ସମ୍ପଦକୁ ଲୁଟ୍‌ କରୁଥିବା କମ୍ପାନୀଠାରୁ ଜଳକର ବାବଦକୁ ରାଜସ୍ବ ଆଦାୟ କରିବା ପରିବର୍ତ୍ତେ ଛାଡ଼ କରାଯାଉ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗ ଜଳକର ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବଳବନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳକର ଛାଡ ବାବଦକୁ ଏଯାଏ ତାଙ୍କ ପାଖରେ କୌଣସି ସୂଚନା ନାହିଁ।  ବିଭାଗୀୟ ଚିଠି ଆସିଲା ପରେ କିଛି କହିହେବ ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri