‘ଶେୟାର ବଜାର ଉପରେ ନଜର’

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍‌ ହିଣ୍ଡନ୍‌ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି। ବିଶେଷକରି ଆଦାନୀ ଗ୍ରୁପ୍‌ କମ୍ପାନୀଙ୍କ ଶେୟାରର ମୂଲ୍ୟ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ୨୦୨୨ ଡିସେମ୍ବରରେ ପ୍ରାୟ ୪୨୦୦ (୪୧୯୦) ଟଙ୍କା ରହିଥିବାବେଳେ ଗତ ମାସକ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍‌ର ଶେୟାର ମୂଲ୍ୟ ପ୍ରାୟ ୭୦% ହ୍ରାସ ଘଟିଛି। ଫଳରେ ଆଦାନୀ ଗ୍ରୁପ୍‌ର ଶେୟାର ପାଇଁ ହଜାର ହଜାର ନିବେଶକ ଓ ଅଂଶୀଦାର ଲକ୍ଷାଧିକ ଟଙ୍କାର ନିବେଶ ହରାଇବା ସହ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିଭଳି ଉକ୍ତ ରିର୍ପୋଟକୁ ନେଇ ଉଭୟ ଦେଶବାସୀ ଓ ବିରୋଧୀ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି। ଏପରିକି ନିକଟରେ ଅର୍ଥମନ୍ତ୍ରୀ ମଧ୍ୟ ଉକ୍ତ ଘଟଣା ବିଷୟରେ ସଂସଦରେ ବିରୋଧୀଙ୍କ ଜବାବରେ ପ୍ରତିକ୍ରିୟା ଦେଇଥିଲେ। ସେହିପରି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ରବିବାର ଉକ୍ତ ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏପରିକି ଶେୟାର ବଜାରକୁ ନିୟନ୍ତ୍ରଣ କରୁଥିବା ସେବି ମଧ୍ୟ ମାର୍କେଟ ସହ କୌଣସି ପ୍ରକାର ଖେଳ ହେବାକୁ ଦିଆଯିବନି ବୋଲି ସେବି ମତପ୍ରକାଶ କରିଛନ୍ତି।

ଏହା ସହ ବର୍ତ୍ତମାନର ପରିସ୍ଥିତି ଓ ବଜାର ଉପରେ ପୂରା ନଜର ରଖିବା ସହ ଆବଶ୍ୟକ ପ୍ରକରଣରେ ସମସ୍ତ ଜରୁରୀ ପଦକ୍ଷେପ ମଧ୍ୟ ନିଆଯାଉଥିବା ସେବି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଗତ ସପ୍ତାହରୁ ଏକ ବ୍ୟବସାୟିକ ଗ୍ରୁପ୍‌ର ଶେୟାର ମୂଲ୍ୟରେ ଅସାଧାରଣ ହ୍ରାସ ଜାରି ରହିଛି। ବଜାର ସୂଚୀରୁ ଓ କୁଶଳ ଭାବେ କାର୍ଯ୍ୟ କରିବା ପାଇଁ କୌଣସି ଖାସ୍‌ ଶେୟାରରେ ହ୍ରାସ ବୃଦ୍ଧିର ମୁକାବିଲା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ମହଜୁଦ ଅଛି।

ଏପରିକି ଜରୁରୀ ମାମଲା ସାମ୍ନାକୁ ଆସିଲେ ସେବି ତା’ର ଯାଞ୍ଚ କରାଇଥାନ୍ତି। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମଧ୍ୟ ସମସ୍ତ ଘଟଣା ଉପରେ ତୀକ୍ଷ୍ନ ନଜର ରଖିବା ସହ ଆବଶ୍ୟକ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଏପରିକି ଶେୟାର ବଜାରରେ ନିରପେକ୍ଷତା, କୁଶଳତା ଓ ମଜଭୁତ ଭିତ୍ତିଭୂମି ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏଣୁ ଶେୟାର ବଜାର କିପରି ନର୍ବାଧା, ପାରଦର୍ଶୀ ଓ କୁଶଳ ରୂପେ କାମ କରିପାରିବ ତା’ ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଉଛି। ଏପର୍ଯ୍ୟନ୍ତ ଯେପରି ଚାଲିଥିଲା ସେଥି ପାଇଁ ମଧ୍ୟ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟ ସେବୀ ଓ ଆର୍‌ବିଆଇ ବିସ୍ତୃତ ମତ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri