‘ଶେୟାର ବଜାର ଉପରେ ନଜର’

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍‌ ହିଣ୍ଡନ୍‌ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି। ବିଶେଷକରି ଆଦାନୀ ଗ୍ରୁପ୍‌ କମ୍ପାନୀଙ୍କ ଶେୟାରର ମୂଲ୍ୟ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ୨୦୨୨ ଡିସେମ୍ବରରେ ପ୍ରାୟ ୪୨୦୦ (୪୧୯୦) ଟଙ୍କା ରହିଥିବାବେଳେ ଗତ ମାସକ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍‌ର ଶେୟାର ମୂଲ୍ୟ ପ୍ରାୟ ୭୦% ହ୍ରାସ ଘଟିଛି। ଫଳରେ ଆଦାନୀ ଗ୍ରୁପ୍‌ର ଶେୟାର ପାଇଁ ହଜାର ହଜାର ନିବେଶକ ଓ ଅଂଶୀଦାର ଲକ୍ଷାଧିକ ଟଙ୍କାର ନିବେଶ ହରାଇବା ସହ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିଭଳି ଉକ୍ତ ରିର୍ପୋଟକୁ ନେଇ ଉଭୟ ଦେଶବାସୀ ଓ ବିରୋଧୀ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି। ଏପରିକି ନିକଟରେ ଅର୍ଥମନ୍ତ୍ରୀ ମଧ୍ୟ ଉକ୍ତ ଘଟଣା ବିଷୟରେ ସଂସଦରେ ବିରୋଧୀଙ୍କ ଜବାବରେ ପ୍ରତିକ୍ରିୟା ଦେଇଥିଲେ। ସେହିପରି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ରବିବାର ଉକ୍ତ ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏପରିକି ଶେୟାର ବଜାରକୁ ନିୟନ୍ତ୍ରଣ କରୁଥିବା ସେବି ମଧ୍ୟ ମାର୍କେଟ ସହ କୌଣସି ପ୍ରକାର ଖେଳ ହେବାକୁ ଦିଆଯିବନି ବୋଲି ସେବି ମତପ୍ରକାଶ କରିଛନ୍ତି।

ଏହା ସହ ବର୍ତ୍ତମାନର ପରିସ୍ଥିତି ଓ ବଜାର ଉପରେ ପୂରା ନଜର ରଖିବା ସହ ଆବଶ୍ୟକ ପ୍ରକରଣରେ ସମସ୍ତ ଜରୁରୀ ପଦକ୍ଷେପ ମଧ୍ୟ ନିଆଯାଉଥିବା ସେବି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଗତ ସପ୍ତାହରୁ ଏକ ବ୍ୟବସାୟିକ ଗ୍ରୁପ୍‌ର ଶେୟାର ମୂଲ୍ୟରେ ଅସାଧାରଣ ହ୍ରାସ ଜାରି ରହିଛି। ବଜାର ସୂଚୀରୁ ଓ କୁଶଳ ଭାବେ କାର୍ଯ୍ୟ କରିବା ପାଇଁ କୌଣସି ଖାସ୍‌ ଶେୟାରରେ ହ୍ରାସ ବୃଦ୍ଧିର ମୁକାବିଲା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ମହଜୁଦ ଅଛି।

ଏପରିକି ଜରୁରୀ ମାମଲା ସାମ୍ନାକୁ ଆସିଲେ ସେବି ତା’ର ଯାଞ୍ଚ କରାଇଥାନ୍ତି। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମଧ୍ୟ ସମସ୍ତ ଘଟଣା ଉପରେ ତୀକ୍ଷ୍ନ ନଜର ରଖିବା ସହ ଆବଶ୍ୟକ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଏପରିକି ଶେୟାର ବଜାରରେ ନିରପେକ୍ଷତା, କୁଶଳତା ଓ ମଜଭୁତ ଭିତ୍ତିଭୂମି ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏଣୁ ଶେୟାର ବଜାର କିପରି ନର୍ବାଧା, ପାରଦର୍ଶୀ ଓ କୁଶଳ ରୂପେ କାମ କରିପାରିବ ତା’ ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଉଛି। ଏପର୍ଯ୍ୟନ୍ତ ଯେପରି ଚାଲିଥିଲା ସେଥି ପାଇଁ ମଧ୍ୟ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟ ସେବୀ ଓ ଆର୍‌ବିଆଇ ବିସ୍ତୃତ ମତ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri