ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଓ୍ବାଚରଙ୍କ ମୃତ୍ୟୁ

ଅନୁଗୋଳ ଅଫିସ, ୯ା୧୧: ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡର ପମ୍ପାସର ରେଞ୍ଜରେ ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାରେ ଜଣେ ଓ୍ବାଚରଙ୍କ ମୃତ୍ୟୁ ହୋଇଛି। ମୃତ ଓ୍ବାଚର ହେଉଛନ୍ତି ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ (୨୪)। ସୋମବାର ବିଳମ୍ବିତ ରାତିରେ ଟିକରପଡ଼ା ରେଞ୍ଜର ମାଗୁଣି ବେହେରାଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ମଙ୍ଗଳବାର ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଓ୍ବାଚରଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରାଯାଇଥିଲା। ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ମାତ୍ର ୬ ମାସ ହେଲା ପମ୍ପାସର ରେଞ୍ଜରେ ଓ୍ବାଚର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ରାତିରେ ସେ ତରଭା ଛକ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଅନୁଗୋଳ ପଟୁ ଆସୁଥିବା ଟିକରପଡା ରେଞ୍ଜ ଅଧିକାରୀଙ୍କ ଗାଡି (ନଂ. ଓଆର୧୯ଜେ-୨୪୦୦) ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ସମ୍ବିତ ରାସ୍ତାରେ ପଡ଼ିଥିବା ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ସକାଳେ ସ୍ଥାନୀୟ ଲୋକେ ଜାଣିବା ପରେ ପମ୍ପାସର ନିକଟରେ ରାସ୍ତାରୋକୋ କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଗାଡ଼ିରେ ରେଞ୍ଜର ଥିଲେ କି ନାହିଁ ସେ ନେଇ ତଦନ୍ତ ଆଦି ଦାବିରେ ୫ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ। ଫଳରେ ସାତକୋଶିଆ ବୁଲିବାକୁ ଯାଉଥିବା ବହୁ ପର୍ଯ୍ୟଟକ ପମ୍ପାସରଠାରେ ଅଟକି ରହିଥିଲେ। ଖବରପାଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ୍‌ ଶୁଭେନ୍ଦୁ ବେହେରା, ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମାହାଳିକ, ବନ୍ତଳା ଥାନା ଅଧିକାରୀ ସୁମିତ୍ରା ପାତ୍ର, ପୁରୁଣାକୋଟ ଥାନା ଅଧିକାରୀ ଆଶିଷ କୁମାର ଜେନା, ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରମୁଖ ପହଞ୍ଚି ବୁଝାଶୁଝା କରିବା ସହ ସରକାରୀ ନିୟମାନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଦୁର୍ଘଟଣା ସମ୍ପର୍କରେ ଥାନାରେ ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଏସିଏଫ୍‌ କହିଛନ୍ତି, ମୃତ ଓ୍ବାଚରଙ୍କ ପରିବାରକୁ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri