Posted inଖେଳ

ସିଡନୀରେ କୋହଲି ଦେଖାଇଲେ ଦେଶଭକ୍ତି, Video ଦେଖି ପ୍ରଶଂସକ କରୁଛନ୍ତି ବାଃ 

ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍‌ରେ ଶୂନ୍ୟରେ ଆଉଟ ହେବା ପରେ ଶେଷ ମ୍ୟାଚ୍‌ରେ କୋହଲି ଅପରାଜିତ ୭୪ ରନ କରି ଫର୍ମକୁ ଫେରିଥିଲେ। ଫଳରେ ଭାରତ ୯ ଉଇକେଟରେ ବିଜୟ ହାସଲ କରିଥିଲା।
ମ୍ୟାଚ ପରେ ଡ୍ରେସିଂ ରୁମ୍‌କୁ ଫେରିବା ସମୟରେ କୋହଲି ସିଡନୀରେ ଉପସ୍ଥିତ ଭାରତୀୟ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଜାତୀୟ ପତାକାକୁ ତଳେ ପକାଇ ଦେଇଥିବା ସେ ଦେଖିବାକୁ ପାଇଥିଲେ। କୋହଲି ତୁରନ୍ତ ପତାକା ଉଠାଇ ଦର୍ଶକଙ୍କୁ ଫେରାଇ ଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହା କୋହଲିଙ୍କ ନିଜ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ  କରୁଥିବା ଅନେକେ କହୁଛନ୍ତି।

ଏହି ମ୍ୟାଚ୍‌ରେ କୋହଲି ଏବଂ ରୋହିତ ଶର୍ମା ଏକ ସ୍ମରଣୀୟ ପାର୍ଟନରସିପ୍‌ କରିଥିଲେ। ରୋହିତ ଅପରାଜିତ ୧୨୧ ରନର ଇନିଂସ କରିଥିଲେ। ସେହିଭଳି କୋହଲି ମଧ୍ୟ ୮୧ ବଲରୁ ଅପରାଜିତ ୭୪ ରନ କରିଥିଲେ, ଯେଉଁଥିରେ ସାତ ଚୌକା ସାମିଲ ଥିଲା। ଏହି ଇନିଂସ ମଧ୍ୟରେ ସେ ସଚିନ ତେନ୍ଦୁଲକରଙ୍କ ପରେ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଥିଲେ। ଦୁଇ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ୧୬୮ ରନର ଭାଗୀଦାରି ହୋଇଥିଲା। ଫଳରେ ୧୧.୩ ଓଭର ବାକି ଥାଇ ଭାରତ ୨୩୭ ରନର ଲକ୍ଷ୍ୟ ହାସଲ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri