Posted inଖେଳ

Watch: ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍‌ କରୁଛନ୍ତି ଗର୍ଲଫ୍ରେଣ୍ଡ

ମୁମ୍ବାଇ,୧।୪: କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି। ଦଳି ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବ୍ୟୁ ମ୍ୟାଚ ଖେଳୁଥିବା ବେଳେ ୪ଟି ଉଇକେଟ ନେଇ ଇତିହାସ ରଚିଥିଲେ ଏବଂ ଆଇପିଏଲ ଡେବ୍ୟୁରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତଥାକଥିତ ପ୍ରେମିକା ଜସ୍ମିନ ୱାଲିଆ ତାଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ। ମ୍ୟାଚ ପରେ ତାଙ୍କୁ ଟିମ ବସ୍‌ରେ ମଧ୍ୟ ଦେଖାଯାଇଥିଲା।

ଆଇପିଏଲ ମ୍ୟାଚ ସମୟରେ, ଅନେକ ଖେଳାଳିଙ୍କ ପରିବାର ସଦସ୍ୟ ମଧ୍ୟ ଷ୍ଟାଡିୟମକୁ ଆସନ୍ତି। ସେମାନଙ୍କ ପାଇଁ ଏକ ପୃଥକ ବସିବା ବ୍ୟବସ୍ଥା ଅଛି। ହୋଟେଲରୁ ଷ୍ଟାଡିୟମ କିମ୍ବା ବିମାନବନ୍ଦରକୁ ଯାତ୍ରା ପାଇଁ ଖେଳାଳିଙ୍କ ବସ ସହିତ ଏକ ପରିବାର ବସର ବ୍ୟବସ୍ଥା ମଧ୍ୟ IPL ଫ୍ରାଞ୍ଚାଇଜ କରେ। KKR ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ବିଜୟ ପରେ, ଜସ୍ମିନ ୱାଲିଆଙ୍କୁ ଖେଳାଳିଙ୍କ କୋଚିଂ ଷ୍ଟାଫ କିମ୍ବା ଖେଳାଳିଙ୍କ ପରିବାର ସଦସ୍ୟ ଯାତ୍ରା କରୁଥିବା ବସ୍‌ରେ ବସିଥିବାର ଦେଖାଯାଇଥିଲା।

ଜସ୍ମିନ ୱାଲିଆଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ପରିବାର ସଦସ୍ୟମାନେ ଯେଉଁ ବସ୍‌ରେ ଚଢ଼ୁଥିଲେ, ସେହି ବସ୍‌ରେ ଚଢୁଥିବାର ଦେଖିବାକୁ ମିଳୁଛି। ଏହାର ଭିଡିଓ ଭାଇରାଲ ହୋଇଛି।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ୧୧୬ ରନରେ ଅଲଆଉଟ ହୋଇଯାଇଥିଲା। ଦ୍ରୁତ ବୋଲର ଅଶ୍ୱିନୀ କୁମାର ତାଙ୍କର ଡେବ୍ୟୁ ମ୍ୟାଚ୍‌ରେ ୪ଟି ଉଇକେଟ ନେଇଥିଲେ। ଟାର୍ଗେଟର ପିଛା କରି, ମୁମ୍ବାଇ ଇଣ୍ଡିଆନ୍ସ ୪୩ ବଲ ବାକି ଥାଇ ଜିତିଗଲା। ରୋହିତ ଶର୍ମା ୧୩ ରନ କରି ଆଉଟ ହୋଇଥିଲେ। ରିଆନ ରିକେଲଟନ ୬୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି। ଏହା ପରେ ହାର୍ଦ୍ଦିକଙ୍କ ନାମ ଜସ୍ମିନ ୱାଲିଆଙ୍କ ସହ ଯୋଡା ଯାଉଛି। ଦୁହେଁ ଏକା ସମୟରେ ଗ୍ରୀସରେ ଛୁଟିଦିନର ଫଟୋ ଶେୟାର କରୁଥିବାର ଦେଖାଯାଇଥିଲା। ଜସ୍ମିନଙ୍କୁ ଅନେକ ବଡ଼ ମ୍ୟାଚ୍‌ରେ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଥିଲା। ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ସମୟରେ ଜସ୍ମିନ ୱାଲିଆ ମଧ୍ୟ ଷ୍ଟାଡିୟମରେ ନଜର ଆସିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri