ୱାଶିଂଟନ୍, ୨୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଉଭୟଙ୍କୁ ହ୍ୱାଇଟ ହାଉସର ଓଭାଲ୍ ଅଫିସ୍ (Oval Office) ଭିତରେ ଫୁଟବଲ୍ ଖେଳୁଥିବାର ଦେଖାଯାଉଛି। ତେବେ ଏହା ଏକ କୃତ୍ରିମ ବୁଦ୍ଧିମତା (AI) ସୃଷ୍ଟି ଭିଡିଓ ଅଟେ।
ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସମ୍ମାନରେ ଓ୍ୱାଇଟ୍ ହାଉସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବା ପରେ ରୋନାଲ୍ଡୋ କିଛି ଦିନ ତଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଗୁରୁବାର ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି AI- ପ୍ରସ୍ତୁତ ଭିଡିଓ ପୋଷ୍ଟ କରିଛନ୍ତି।
🚨 EPIC! President Trump has posted video of him playing soccer with Cristiano RONALDO in the Oval Office 😆
Haters will claim this never happened!
“Ronaldo is a GREAT GUY. Loved meeting him at the White House. Really smart, and cool!!!” 🔥 pic.twitter.com/C6jYQrgCnT
— Eric Daugherty (@EricLDaugh) November 20, 2025
ଏହି କ୍ଲିପ୍ରେ ଟ୍ରମ୍ପ ଏବଂ ପର୍ତ୍ତୁଗାଲ୍ ତାରକା ରୋନାଲ୍ଡୋ ଫୁଟବଲକୁ ଧରି କିପ୍-ଅପ୍ସ, ହେଡର୍ ଏବଂ ଡ୍ରିବଲ୍ସ କରୁଥିବାର ଦେଖାଯାଉଛନ୍ତି। ଏଥିରେ ଟ୍ରମ୍ପ ଏକ ବିରଳ ଷ୍ଟାଇଲରେ ଘୂରି ବୁଲି ବଲ୍ ଅଟକାଇବା ପରେ କ୍ୟାମେରା ଆଡକୁ କିକ୍ କରୁଛନ୍ତି।
ଭିଡିଓ ଶେୟାର୍ କରି ଟ୍ରମ୍ପ୍ ଲେଖିଛନ୍ତି, “ରୋନାଲ୍ଡୋ ଜଣେ ମହାନ ବ୍ୟକ୍ତି। ତାଙ୍କୁ ଓ୍ୱାଇଟ୍ ହାଉସରେ ଭେଟି ବହୁତ ଖୁସି ହେଲି। ପ୍ରକୃତରେ ସ୍ମାର୍ଟ୍ ଏବଂ କୁଲ୍ !!! ପ୍ରେସିଡେଣ୍ଟ DJT।”
ଭିଡିଓଟି ଅପଲୋଡ୍ ହେବାର କିଛି ସମୟ ମଧ୍ୟରେ ଏହାକୁ ପ୍ରାୟ ୩୪ ନିୟୁତରୁ ଅଧିକ ଥର ଦେଖାଯାଇଛି। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଏହାକୁ ନେଇ ମଜାଳିଆ କମେଣ୍ଟ ଦେଇଛନ୍ତି। କିଛି ଉପଭୋକ୍ତା ମତ ଦେଇଛନ୍ତି ଯେ ଟ୍ରମ୍ପଙ୍କର ବଲ୍ ଅଟକାଇବା ଶୈଳୀ ଅତ୍ୟନ୍ତ ମଜାଦାର ଲାଗୁଛି, ଆଉ କେହି କେହି ଏହାକୁ ‘ଟେକ୍ନୋଲୋଜିର ସର୍ବୋତ୍ତମ ବ୍ୟବହାର’ ବୋଲି କହିଛନ୍ତି।
ଏହି ଭୋଜି ପୂର୍ବରୁ ରୋନାଲ୍ଡୋ ଏବଂ ତାଙ୍କ ଭାବି ପତ୍ନୀ ଜର୍ଜିନା ରୋଡ୍ରିଗେଜ୍ ଟ୍ରମ୍ପଙ୍କ ସହ ଫଟୋ ଶେୟାର୍ କରି ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ଟ୍ରମ୍ପଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ‘ପୃଥିବୀକୁ ବଦଳାଇବାରେ ସାହାଯ୍ୟ କରିପାରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ’। ଭୋଜିରେ ଟ୍ରମ୍ପ୍ ମଧ୍ୟ ରୋନାଲ୍ଡୋଙ୍କୁ ପରିଚୟ କରାଇ ତାଙ୍କର ସାନପୁଅ ବାରୋନ୍ ରୋନାଲ୍ଡୋଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ।


