ଗଞ୍ଜାମ,୧୩ା୧୧(ଅଖିଳ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲ୍ଲାଡ଼ ପଞ୍ଚାୟତର ମେଗା ଜଳପ୍ରକଳ୍ପରୁ ନିଷ୍କାସିତ ବର୍ଜ୍ୟଜଳ ଯୋଗୁ ହେଉଥିବା ଧାନଫସଲ କ୍ଷତିକୁ ରୋକିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କର ଫସଲ ସୁରକ୍ଷା ଦିଗରେ ବିଧାୟକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଧାନଫସଲକୁ ବର୍ଜ୍ୟଜଳ କ୍ଷୟକ୍ଷତିରୁ ବଞ୍ଚାଇବା ପାଇଁ ଏହି ଜଳକୁ ପାଇପ୍ ମାଧ୍ୟମରେ ସୁରକ୍ଷିତ ଭାବେ ନିଷ୍କାସନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପୂର୍ବରୁ ଆଜି ବିଧାୟକ ସ୍ଥାନୀୟ ଲୋକମାନଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଲୋକଙ୍କ ସୁବିଧା ଏବଂ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଧାୟକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଲୋଚନା ସମୟରେ ବିଧାୟକଙ୍କ ସହ ଅନ୍ୟାନ୍ୟ ନେତୃ ମଣ୍ଡଳ ମଧ୍ୟ ଯୋଗ ଦେଇଥିଲେ। ବିଧାୟକଙ୍କ ଏହି ନିର୍ଦ୍ଦେଶକୁ ସ୍ଥାନୀୟ ଚାଷୀମାନେ ସ୍ବାଗତ କରିଛନ୍ତି।

