ରଦ୍ଦି କାଗଜ

ଭାରତରେ ଗବେଷଣା ସ୍ତର କିଭଳି ରହିଛି ତାହାର ଏକ ନମୁନା ଏବେ ଦେଖିବାକୁ ମିଳିଛି। ଗତ ୪ ମାସ ତଳେ ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସର ପୂର୍ବତନ ସଭାପତି ପାର୍ଥ ମଜୁମଦାର, ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏଚ୍‌. ଏ. ରଙ୍ଗନାଥ, ବାଙ୍ଗାଲୋରସ୍ଥିତ ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସର ନିର୍ଦ୍ଦେଶକ ଏଲ୍‌.ଏସ୍‌. ଶଶିଧରନ୍‌ଙ୍କ ଭଳି ସୁପରିଚିତ ଜାତୀୟସ୍ତରୀୟ ୧୧ ବୈଜ୍ଞାନିକ ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଉଚ୍ଚ ର଼୍ୟାଙ୍କ ବଛାଯିବାରେ ଦୁର୍ନୀତି ତଥା ଅନୈତିକ ଉପାୟ ଅବଲମ୍ବନ କରାଯାଇଛି। ଜୁନ୍‌ ୮ରେ ଏହି ବିଶିଷ୍ଟ ବୈଜ୍ଞାନିକମାନେ ଦର୍ଶାଇଥିବା ଅସଙ୍ଗତିର ଉତ୍ତର ଏବେ ପର୍ଯ୍ୟନ୍ତ ମିଳିପାରି ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗମ୍ଭୀର କଥା ହେଉଛି ଯେ, ଭାରତରେ ଅଧିକାଂଶ ଉଚ୍ଚଶିକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ବିଦ୍ୟାର୍ଥୀ ଓ ଫାକଲ୍ଟିଙ୍କୁ ବ୍ୟବହାର କରି କେବଳ ଅଧିକ ସଂଖ୍ୟକ ଗବେଷଣାତ୍ମକ ପ୍ରକାଶନ ନେଇ ପ୍ରସ୍ତୁତ କରୁଛନ୍ତି। ଏଗୁଡ଼ିକୁ ଅଜଣା, ଅଶୁଣା ଓ ନିମ୍ନମାନର ଜର୍ନାଲରେ ପ୍ରକାଶ କରି ଡିଗ୍ରୀ ଅର୍ଜନ କରାଉଛନ୍ତି। ଏଭଳି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଭଳି ଅନ୍ୟ ସରକାରୀ ସଂସ୍ଥାର ନିୟମାବଳୀକୁ ପାଳନ କରିବାକୁ ଯାଇ ବିଭିନ୍ନ ପ୍ରକାରର ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ଏହା ଫଳରେ ନିୟମ ମାନିବା ସହଜ ହେଉଛି ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚ ର଼୍ୟାଙ୍କିଙ୍ଗ ମିଳିପାରୁଛି। କିନ୍ତୁ ଗୁଣାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଏତେ ସଂଖ୍ୟକ ଗବେଷଣାରୁ କୌଣସି ଉପାଦେୟ ଫଳ ମିଳିପାରୁ ନାହିଁ। ଅର୍ଥାତ୍‌ ଭାରତର ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରୁ ବାହାରୁଥିବା ବହୁସଂଖ୍ୟକ ଗବେଷଣାପତ୍ର ମୂଲ୍ୟହୀନ ହୋଇଯାଉଛି।
ଉପରଲିଖିତ ବୈଜ୍ଞାନିକମାନେ ଆହୁରି ଚିନ୍ତା ବ୍ୟକ୍ତ କରିିଛନ୍ତି ଯେ କିଛି ଅନୁଷ୍ଠାନ ଛାତ୍ରମାନଙ୍କୁ କିମ୍ବା ଫାକଲ୍ଟିଙ୍କୁ ନିଜ ସହକର୍ମୀଙ୍କ କାର୍ଯ୍ୟକୁ ଗବେଷଣାରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ୁଛି; ସେସବୁ ପ୍ରାସଙ୍ଗିକ ହେଉ ବା ନ ହେଉ ତାହା ଗୁରୁତ୍ୱ ରଖୁ ନ ଥିଲେ ମଧ୍ୟ ଗବେଷଣା ସଂଖ୍ୟା ବୃଦ୍ଧି କରିଥାଏ। ଉଦାହରଣ ସ୍ବରୂପ, ଗୋଟିଏ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଫାକଲ୍ଟିମାନଙ୍କ ଦ୍ୱାରା ଫଳ ଓ ପନିପରିବା ଉପଭୋଗ ଉପରେ ପ୍ରକାଶିତ ଏକ ଗବେଷଣାପତ୍ର ସେହି ବିଶ୍ୱବିଦ୍ୟାଳୟର ଅନ୍ୟମାନଙ୍କ ଦ୍ୱାରା ଡିଜେଲ ଇଞ୍ଜିନ ଉପରେ କରାଯାଇଥିବା ଅଧ୍ୟୟନକୁ ଉଲ୍ଲେଖ କରିଥିଲା। ଏଭଳି ବିଷୟସବୁ ଯାହା ଦର୍ଶାଯାଇଛି ତାହା ଭାରତୀୟ ଗବେଷଣା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ବାଭାବିକ। ବିପୁଳ ଅର୍ଥ ବ୍ୟୟ ହେଉଥିବା ସତ୍ତ୍ୱେ ସମାଜ କିମ୍ବା ଦେଶ ତା’ର ସୁଫଳ ପାଇପାରୁନାହିଁ।
ଉଚ୍ଚଶିକ୍ଷାରେ ଗବେଷଣା ସର୍ବଦା ବିଶେଷ ଗୁରୁତ୍ୱ ବହନ କରିଥାଏ। ପିଏଚ୍‌.ଡି, ଡିଲିଟ୍‌ ବା ଡିଏସ୍‌ସି ଆଦି ଡିଗ୍ରୀ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମାଜରେ ଅତି ପଢ଼ୁଆ ଲୋକ ବୋଲି ବିବେଚନା କରାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଅଧୀନରେ ଅଧିକ ଛାତ୍ରୀଛାତ୍ର ଗବେଷଣା କରି ସଫଳତା ପାଇଥିବେ ତାଙ୍କର ଖ୍ୟାତି ବଢ଼ିଥାଏ। ଅନୁରୂପ ଭାବେ ଯେଉଁ ବିଶ୍ୱବିଦ୍ୟାଳୟ ବା ଉଚ୍ଚଶିକ୍ଷାନୁଷ୍ଠାନ ଯେତେ ଗବେଷକଙ୍କୁ ସୃଷ୍ଟି କରିଥିବ, ସେଠାରେ ପଢ଼ିବା ଲାଗି ବିଦ୍ୟାର୍ଥୀମାନେ ଆଗ୍ରହ ପ୍ରକାଶ କରିଥାଆନ୍ତି। ସେହି ଅନୁଯାୟୀ ସରକାରୀ କିମ୍ବା ବିଦେଶରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଆର୍ଥିକ ଅନୁଦାନ ମଧ୍ୟ ମିଳିଥାଏ। ତେଣୁ ୟୁଜିସି, କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଗତ ୪ ମାସ ତଳେ ଯେଉଁ ବୈଜ୍ଞାନିକମାନେ ଚିଠି ଲେଖି ଗବେଷଣାରେ ଅସ୍ବାଭାବିକତା ରହିଥିବା ଦର୍ଶାଇଥିଲେ, ସେ ସଂକ୍ରାନ୍ତରେ ସେମାନଙ୍କୁ କିଛି ଜଣାଇ ଦିଆ ନ ଯିବା ନିଶ୍ଚିତ ଭାବେ ବ୍ୟବସ୍ଥାରେ ଅସଙ୍ଗତିକୁ ଦର୍ଶାଉଛି। ଗବେଷଣା ସଂଖ୍ୟାତ୍ମକ ନ ହୋଇ ଗୁଣାତ୍ମକ କରାଯିବା ପାଇଁ ମେଥଡୋଲୋଜିରେ ସଂସ୍କାର ଉପରେ ସେମାନେ ଯେଉଁ ଗୁରୁତ୍ୱ ଦେଇଥିଲେ ତାହା ଉପରେ ତର୍ଜମା କରାଯିବା ଦରକାର। ର଼୍ୟାଙ୍କ୍‌ରେ ଶ୍ରେଷ୍ଠତ୍ୱ ହାସଲ ପାଇଁ ଧରାଧରି, ପ୍ରିୟାପ୍ରୀତି ତୋଷଣ କିମ୍ବା ଆବଶ୍ୟକ ସ୍ଥଳେ ଅର୍ଥ କାରବାର ହୋଇଥାଏ ବୋଲି ସାଧାରଣରେ ଆଲୋଚନା ହେଉଥିବା ସମସ୍ତେ ଜାଣନ୍ତି। କିନ୍ତୁ ତାହା ଖୋଲାଖୋଲି ପ୍ରକାଶ ପାଇବା ଭାରତର ଗବେଷଣା ସ୍ତରକୁ ନୂ୍ୟନ କରୁଛି।
ସମ୍ଭବତଃ ଗବେଷଣା ଗୁଣାତ୍ମକ ସ୍ତରର ହେଉ ନ ଥିବାରୁ ଭାରତୀୟମାନେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରୁନାହାନ୍ତି। ଭାରତରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନରେ ଯେଉଁମାନେ ନୋବେଲ ପାଇଛନ୍ତି ସେମାନେ ପ୍ରାୟତଃ ବିଦେଶରେ ଗବେଷଣା କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି। ଗବେଷଣାକୁ ବ୍ୟବସାୟରେ ପରିଣତ କରିଦିଆଯିବା ଯୋଗୁ ହୁଏତ ଭାରତରେ ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଶିକ୍ଷା ଓ ବାସ୍ତବ ଅନୁଧ୍ୟାନରେ ଠକେଇ ହେଉଛି ବୋଲି ହୃଦ୍‌ବୋଧ ହେଲାଣି। ଅତଏବ ଏବେଠାରୁ ଗବେଷଣାର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦିଆ ନ ଗଲେ ଅନେକ ବିଦ୍ୟାର୍ଥୀ ଅନୁଧ୍ୟାନ କରି ପାଉଥିବା ଡିଗ୍ରୀ କେବଳ ରଦ୍ଦି କାଗଜ ହୋଇ ରହୁଥିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri