Posted inUncategorized

ନିମ୍ନମାନର ହଷ୍ଟେଲ ନିର୍ମାଣ କରି ସରକାରୀ ଅର୍ଥ ତୋସରପାତ

ସୋନପୁର,୨୯ା୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲାରେ ୪ଟି ନିମ୍ନମାନର ଅନୁସୂଚିତ ଜାତି(ଏସ୍‌ସି) ଛାତ୍ରୀନିବାସ ନିର୍ମାଣ କରି ସରକାରୀ ଟଙ୍କା ତୋସରପାତ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରୁଥିଲା। ଏହି ଘଟଣାରେ ପ୍ରଥମ ଶ୍ରେଣୀ ଠିକାଦାର ବିଜୟ କୁମାର ଅଗ୍ରଓ୍ବାଲ ଓ ତାଙ୍କ ପାଓ୍ବାର ଅଫ୍‌ ଆଟର୍ନି ହୋଲ୍ଡର ଦୀପକ କୁମାର ଅଗ୍ରଓ୍ବାଲ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୋମବାର ଉଭୟଙ୍କୁ ରାଉରକେଲାରୁ ଗିରଫ ପରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା କେନ୍ଦ୍ର ସରକାରଙ୍କ ପିଏସ୍‌ୟୁ ମେସର୍ସ ହିନ୍ଦୁସ୍ତାନ ଷ୍ଟିଲ ଓ୍ବାର୍କ୍ସ କନ୍‌ଷ୍ଟ୍ରକଶନ ଲିଃ(ଏଚଏସ୍‌ସିଏଲ) ନାମକ ଠିକାସଂସ୍ଥାକୁ ୨୦୧୭-୧୮ରେ କେବିକେ ଜିଲା ପାଇଁ ସ୍ବତନ୍ତ୍ର ରିଭାଇଜ୍‌ଡ ଲଙ୍ଗ ଟର୍ମ ଆକ୍ସନ ପ୍ଲାନ(ଆରଏଲଟିଏପି) ଯୋଜନାରେ ଛାତ୍ରୀନିବାସ ନିର୍ମାଣ ପାଇଁ ରାଜ୍ୟ ସରକାର ଦାୟିତ୍ୱ ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏଚଏସସିଏଲ ସହିତ ଚୁକ୍ତିନାମା କରିଥିଲେ। ଏହି କ୍ରମରେ ଏଚଏସସିଏଲଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ସୁବର୍ଣ୍ଣପୁର ଜିଲାର ମୁକୁନ୍ଦପୁର, ଅସୁରମୁଣ୍ଡା, ବଡଭଇଁରୋ ଓ କୁଞ୍ଜାପାଲି ଆଶ୍ରମ ସ୍କୁଲରେ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ୨୦୧୯-୨୦ ମସିହାରେ ସମ୍ପୂର୍ଣ୍ଣ କରିଥିଲେ। ଗତ ଜୁଲାଇ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ମୁକୁନ୍ଦପୁର ଆଶ୍ରମ ସ୍କୁଲ ପରିଦର୍ଶନ କରିବା ସମୟରେ ଛାତ୍ରୀନିବାସର ନିମ୍ନମାନର କାମ ତାଙ୍କ ଦୃଷ୍ଟିକୁ ଆସିଥିଲା। ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୫-ଟି ସଚିବ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲାପାଳ ରାୟ ଗତ ଜୁଲାଇ ୫ ତାରିଖ ଦିନ ଜିଲା କାର୍ଯ୍ୟାଳୟ (ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା୫।୭।୨୦୧୩ରିଖରେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କୁ ପତ୍ର ଲେଖିଥିଲେ। ଏ ନେଇ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍‌ ଏଚଏସସିଏଲ ସାଇଟ୍‌ ଇଞ୍ଜିନିୟରଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲାର ୪ଟି ଛାତ୍ରୀ ନିବାସ ଅନୁଧ୍ୟାନ କରିଥିଲେ।
କୋଠା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଓ ଛାତ ସ୍ଲାବ୍‌ ମୋଟେଇ କମ ଥିବା ନଜରକୁ ଆସିଥିଲା। କୋଠାର ବାହାର, ଭିତର କାନ୍ଥ ଓ ଫ୍ଲୋରିଂରେ ଅନେକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କାମ ଓ ସାନିଟାରି କାମରେ ଚୁକ୍ତିନାମା ଅନୁଯାୟୀ ଭଲ କମ୍ପାନୀର ସାମଗ୍ରୀ ବ୍ୟବହାର ହୋଇ ନ ଥିଲା। ଏପରି କି ଠିକାସଂସ୍ଥା ରୟାଲଟି ବାବଦ ଅର୍ଥ ଜମା କରି ନ ଥିଲା। ବୈଷୟିକ ଟିମ୍‌ର ପ୍ରାରମ୍ଭିକ ମୂଲ୍ୟାୟନ ଅନୁଯାୟୀ ଛାତ୍ରୀନିବାସ ନିର୍ମାଣରେ ସରକାରଙ୍କ ପ୍ରାୟ ୩୪ ଲକ୍ଷ ୧୪ ହଜାର ୪୯୫ ଟଙ୍କା ତୋସରପାତ ହୋଇଥିବା ଜଣାପଡିଛି। ଏହି ଦୁର୍ନୀତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅଧିକାରୀ ଏବଂ ଦାୟିତ୍ୱରେ ଥିବା ବିଭାଗୀୟ ଇଞ୍ଜିନିୟରଙ୍କର ସମ୍ପୃକ୍ତି ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ଏ ଦିଗରେ ତଦନ୍ତ ଜାରି ରଖିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri