Posted inଜାତୀୟ

ଓ୍ବାସିମ୍‌ ରିଜଭି ଇସଲାମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କଲେ…

ନୂଆଦିଲ୍ଲୀ,୬।୧୨: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଛାଡି ସୋମବାର ହିନ୍ଦୁଧର୍ମରେ ଦୀକ୍ଷିତ ହୋଇଛନ୍ତି। କୁରାନର ଆୟତଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୱାସିମ ରିଜଭି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ସେ ୱାସିମ ରିଜଭିରୁ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ନାମ ଗ୍ରହଣ କରିଛନ୍ତି। ଗାଜିଆବାଦରେ ଥିବା ଦଶନା ଦେବୀ ମନ୍ଦିର, ଶିବ ଶକ୍ତି ଧାମର ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ତାଙ୍କୁ ସନାତନ ଧର୍ମ ଗ୍ରହଣ କରାଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ୱାସିମ ରିଜଭି ଯେତେବେଳେ କୁରାନର ପଦଗୁଡିକ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ। କେତେକ ସଂଖ୍ୟାଲଘୁ ସଂଗଠନ ତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। ୱାସିମ ରିଜଭିଙ୍କ ପୁସ୍ତକକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା। ବହୁ ହିନ୍ଦୁ ଧର୍ମର ନେତା ୱାସିମ ରିଜଭି ହିନ୍ଦୁ ହେବାକୁ ସ୍ବାଗତ କରିଛନ୍ତି।

କିଛି ଦିନ ପୂର୍ବରୁ ୱାସିମ ରିଜଭି ତାଙ୍କ ଇଚ୍ଛା ପତ୍ରରେ ଲେଖିଥିଲେ ଯେ ମୃତ୍ୟୁ ପରେ ତାଙ୍କୁ କବର ଦେବା ପରିବର୍ତ୍ତେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯିବା ଉଚିତ। ତେବେ ମୁସଲମାନ ସମ୍ପ୍ରଦାୟ କହିଛି ଯେ ଏହି ପ୍ରସଙ୍ଗରେ ଇସଲାମ ଏବଂ ଶିଆ ସମ୍ପ୍ରଦାୟର ସହିତ କୌଣସି ସମ୍ପର୍କ ନାହିଁ।

କିଛି ଦିନ ପୂର୍ବରୁ ୱାସିମ ରିଜଭି ଏକ ଭିଡିଓ ଜାରି କରି କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ମୌଳବାଦୀମାନେ ତାଙ୍କ ଜୀବନ ନେବାକୁ ଚାହୁଁଛନ୍ତି। ସେ କୁରାନର ୨୬ ଆୟତ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ସେଥିପାଇଁ ଏହା କରାଯାଉଛି ବୋଲି ସେ କହିଥିଲେ। ସେ ଇଛା ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ପରେ ତାଙ୍କର ଶେଷ ରୀତିନୀତିରେ ସମୟରେ ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ମୁଖାଗ୍ନି ଦେବେ।

ୱାସିମ ରିଜଭି ଦୀର୍ଘ ଦିନ ଧରି ମୌଳବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ମୌଳବାଦୀଙ୍କ ବିରୋଧରେ ସେ ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri