କମ୍ପ୍ୟୁଟରରେ କାମ କରୁଥିଲେ…

ବର୍ତ୍ତମାନ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ବିଶେଷ କରି ଯୁବପିଢି ଅଧିକାଂଶ ସମୟ କମ୍ପ୍ୟୁଟର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପଢିବା ଲାଗି ହେଉ ଅବା ଅଫିସ୍‌ କାମ ପାଇଁ କମ୍ପ୍ୟୁଟର ଆଗରେ ଦୀର୍ଘ ସମୟ ବସିବା ଦ୍ୱାରା ବିଭିନ୍ନ ପ୍ରକାରର
ଶାରୀରିକ ସମସ୍ୟା ଦେଖାଦେଉଛି।
ଯାହାକୁ ଦୂର କରିବା ଲାଗି
କେତୋଟି ଉପଚାର
ଆପଣାଇଲେ ଉପକୃତ
ହୋଇପାରିବେ…
ସର୍ବପ୍ରଥମେ ନିଜର ବସିବା ଶୈଳୀକୁ ଠିକ୍‌ କରନ୍ତୁ। ଏକ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସନ୍ତୁ ଯେପରି ବେକ, ପିଠି, ଅଣ୍ଟା ସିଧା ରହିବ। କାରଣ କମ୍ପ୍ୟୁଟରରେ କାମ କରିବା ବେଳେ ଭୁଲ୍‌ ବସିବା ଶୈଳୀ ମଧ୍ୟ କେତେକାଂଶରେ ସ୍ପଣ୍ଡିଲାଇଟିସ୍‌ ପାଇଁ ଦାୟୀ।
କାମ କରିବା ବେଳେ ଯଦି ବେକ, ଅଣ୍ଟା, ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ଆରମ୍ଭ ହୁଏ, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି କିଛି ସମୟ ପାଇଁ ନିଜ ଜାଗାରୁ ଉଠି ଚଲାବୁଲା କରନ୍ତୁ।
ଯଦି ଅଧିକ ଯନ୍ତ୍ରଣା ହେଉଥାଏ, ତେବେ ଉକ୍ତ ସ୍ଥାନରେ ଆଇସ୍‌ ପ୍ୟାକ୍‌ ଲଗାନ୍ତୁ। ନଚେତ୍‌ ଆପଣ ହିଟିଂ ପ୍ୟାଡ୍‌ରେ ବି ସେକି ପାରିବେ।
ଯେହେତୁ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ବେକ ଅଧିକ ପ୍ରଭାବିତ ହୋଇଥାଏ, ତେଣୁ ଏଥିରୁ ଉପଶମ ପାଇବା ଲାଗି ବିଭିନ୍ନ ପ୍ରକାର ନେକ୍‌ ଷ୍ଟ୍ରେଚ୍‌ ଏକ୍ସରସାଇଜ୍‌ କରନ୍ତୁ।
ମେରୁଦଣ୍ଡରେ ଥିବା ଷ୍ଟିଫ୍‌ନେସ୍‌ କମ୍‌ କରିବା ଲାଗି ପ୍ରତିଦିନ ଶାଲଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧନୁରାସନ, ଶବାସନ ଇତ୍ୟାଦି ଭଳି ଯୋଗ କରନ୍ତୁ। ମନେରଖନ୍ତୁ, ଯୋଗ ଟ୍ରେନର, ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଯୋଗ କିମ୍ବା ବ୍ୟାୟାମ କରିବା ନିରାପଦ।