Posted inଜାତୀୟ

‘ମସ୍‌ଜିଦ୍‌ ଭଙ୍ଗା ମ୍ୟାଜିକ୍‌ ଥିଲା କି’

ହାଇଦ୍ରାବାଦ,୧ା୧୦: ବାବ୍ରି ମସ୍‌ଜିଦ ଧ୍ୱଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସ୍‌ଜିଦ ଭଙ୍ଗା ଘଟଣା ଯୋଜନାବଦ୍ଧ ନ ଥିଲା, ଆକସ୍ମିକ ଥିଲା ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ପାର୍ଟି ମୁଖ୍ୟ ଅସାଦୁଦ୍ଦିନ ଓୱାଇସି ଗଭୀର କ୍ଷୋଭ ପ୍ରକାଶ କରି ଭାରତୀୟ ନ୍ୟାୟପାଳିକାର କଳାଦିନ ବୋଲି କହିଛନ୍ତି। ‘କୋର୍ଟଙ୍କ ରାୟ କେବଳ ହିନ୍ଦୁତ୍ୱ ବିଚାରକୁ ସନ୍ତୁଷ୍ଟ କରିବ, ଭାରତୀୟ ମୁସଲମାନ ନ୍ୟାୟ ପାଇନାହାନ୍ତି। ମୁଁ ଜଣେ ଭାରତୀୟ ମୁସଲମାନ ଭାବରେ ଆଜି ନିଜକୁ ଅପମାନିତ ଏବଂ ଅସହାୟ ମନେ କରୁଛି। ଠିକ୍‌ ଯେପରି ୧୯୯୨ରେ, ଯେତେବେଳେ ମୁଁ ଯୁବକ ଥିଲି ବୋଲି ଓଓ୍ବାଇସି କହିଛନ୍ତି। ଓଓ୍ବାଇସି କହିଛନ୍ତି ଯେ, ‘ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବା ଆଇନର ଗୁରୁତର ଉଲ୍ଲଂଘନ ବୋଲି ସୁପ୍ରିମ୍‌କୋର୍ଟ ଗତବର୍ଷ ନଭେମ୍ବର ୯ରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ କରି କହିଥିଲେ। ହେଲେ ସୁପ୍ରିମ୍‌କୋର୍ଟଙ୍କ ଉକ୍ତ ରାୟକୁ ବିରୁଦ୍ଧାଚରଣ କରୁଛି ସିବିଆଇ କୋର୍ଟଙ୍କ ଏହି ରାୟ। ସେ ରାୟ ଉପରେ ପ୍ରଶ୍ନ ପଚାରିଛନ୍ତି ଯେ, ମସ୍‌ଜିଦ୍‌ ଭଙ୍ଗାଯିବା, ମୂର୍ତ୍ତି ରଖାଯିବା ଏବଂ ମସ୍‌ଜିଦ ତାଲା ଖୋଲାଯିବା ମ୍ୟାଜ୍‌ ଥିଲା କି? ଲାଲକୃଷ୍ଣ ଆଡ଼ଭାନୀ ସମଗ୍ର ଦେଶରେ ରଥଯାତ୍ରା କରିଥିଲେ। ଫଳରେ ସବୁ ସ୍ଥାନରେ ହିଂସା ହୋଇଥିଲା। ଉମା ଭାରତୀ ସ୍ଲୋଗାନ ଦେଇଥିଲେ ଯେ, ଆଉ ଏକ ଧକ୍କା ଦିଅ ବାବ୍ରି ମସ୍‌ଜିଦ ଭାଙ୍ଗି ଦିଅ। ଯେତେବେଳେ ବାବ୍ରି ମସ୍‌ଜିଦ ଭଙ୍ଗାଯାଉଥିଲା ସେତେବେଳେ ମିଠା ବଣ୍ଟାଯାଉଥିଲା। ଆଡ଼ଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନେ ଖୁସି ମନାଉଥିଲେ। ଏହି ସବୁ କ’ଣ ସତ୍ୟ ନୁହେଁ କି ବୋଲି ଓଓ୍ବାଇସି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବାବ୍ରି ମସ୍‌ଜିଦ୍‌ ଭାଙ୍ଗିଥିବା ନେଇ ଯେଉଁ ଅଭିଯୁକ୍ତ ଭଗବାନ ଗୋୟଲ କୋର୍ଟ ବାହାରେ ସ୍ବୀକାର କରିଛନ୍ତି ତାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ଏକ ଶାୟରୀ ପୋଷ୍ଟ କରିଛନ୍ତି ଯେ, ‘ଓ୍ବହି କାତିଲ୍‌ ଓ୍ବହି ମୁନ୍‌ସିଫ୍‌ ଅଦାଲତ ଉସ୍‌ କି ଓ୍ବ ଶାହିଦ୍‌, ବହୁତ ସେ ଫୈସଲେଁା ମୈ ଅବ୍‌ ତରଫ-ଦାରୀ ଭି ହୋତି ହେ’।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri