Posted inଖେଳ

ଶେଷ ୨ ଟେଷ୍ଟରୁ ଓ୍ବାର୍ନର ବାଦ୍‌

ନୂଆଦିଲ୍ଲୀ, ୨୨।୨: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କହୁଣି ହାଡ଼ ଫାଟିଥିବାରୁ ସେ ସ୍ବଦେଶ ଯାଇ ସିଡ୍‌ନୀରେ ଚିକିତ୍ସିତ ହେବେ। ତେବେ ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ବେଳକୁ ସେ ମାର୍ଚ୍ଚ ଶେଷ ଭାଗରେ ଭାରତ ଆସି ଦଳ ସହ ଯୋଗଦେବା ସମ୍ଭାବନା ରହିଛି। ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ ଅବସରରେ ସେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବୋଲିଂରେ ବାମ କହୁଣିରେ ଆଘାତ ପାଇଥିଲେ। ଖେଳ ଜାରି ରଖିଥିଲେ ହେଁ ଏହାର ୨ ଓଭର ପରେ ବଲ୍‌ ତାଙ୍କ ହେଲମେଟରେ ବାଜିଥିଲା। କନ୍‌କସନ ଲକ୍ଷଣ ପ୍ରକାଶ ପାଇବାରୁ ସେ ଟେଷ୍ଟ ମ୍ୟାଚରୁ ଓହରି ଯାଇଥିଲେ। ମୁଣ୍ଡରେ ଆଘାତ ଗୁରୁତର ନ ଥିଲେ ହେଁ କହୁଣିରେ ଆହତ ସମସ୍ୟା ବଢ଼ିବାରେ ଲାଗିଥିଲା। ତେବେ ସେ ଶେଷ ୨ ଟେଷ୍ଟ ଖେଳିପାରିବେ ବୋଲି ଆଶା କରାଯାଉଥିଲା। ମାତ୍ର ଯନ୍ତ୍ରଣା ସ୍ଥାନରେ ଅଧିକ ପରୀକ୍ଷା ନିରୀକ୍ଷା ପରେ ପୂରା ସିରିଜରୁ ଓହରି ଯାଇଥିବା ସମ୍ପର୍କରେ ଆନୁଷ୍ଠାନିକଭାବେ ଘୋଷଣା କରାଯାଇଥିଲା। ସେ ଏବେ ସ୍ବଦେଶ ଫେରି ପରିବାର ସହିତ ରହିବେ। ତାଙ୍କ ସ୍ଥାନ ପୂରଣ ପାଇଁ ଅଷ୍ଟ୍ରେଲିଆ କୌଣସି ବ୍ୟାକ୍‌ଅପ୍‌ ବ୍ୟାଟରଙ୍କୁ ଡାକିବା ସମ୍ଭାବନା କମ୍‌। କାରଣ ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଓ୍ବାର୍ନରଙ୍କ ସ୍ଥାନରେ ଟ୍ରାଭିସ ହେଡ୍‌ ଇନିଂସ ଓପନ କରି ୪୩ ରନର ପ୍ରଭାବୀ ଇନିଂସ ଖେଳିଥିଲେ। ତେଣୁ ଶେଷ ୨ ଟେଷ୍ଟରେ ସେ ସେହି ଦାୟିତ୍ୱ ତୁଲାଇ ପାରନ୍ତି। ହେଡ୍‌ଙ୍କର ଇନିଂସ ଓପନ କରିବାରେ ବିଶେଷ ଅଭିଜ୍ଞତା ନାହିଁ। ସେ ୨୦୧୮ରେ କାଉଣ୍ଟି କ୍ରିକେଟ ଖେଳିବା ଅବସରରେ ମାତ୍ର ୨ ଥର ଓ୍ବର୍ସେଷ୍ଟରଶାୟାର ପକ୍ଷରୁ ଓପନର ଦାୟିତ୍ୱ ତୁଲାଇଥିଲେ।
ଅଷ୍ଟ୍ରେଲିଆ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କ କହିବା ଅନୁସାରେ ହେଡ୍‌ ଇନିଂସ ଓପନ କରିବା ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମଧାନ ନୁହେଁ, ତେବେ ଉପମହାଦେଶ ପରିବେଶରେ ସେ ଏହି ଦାୟିତ୍ୱ ତୁଲାଇ ପାରିବେ। ଇନ୍ଦୋରରେ ଖେଳିବା ପାଇଁ କାମେରନ ଗ୍ରୀନ୍‌ ଫିଟ୍‌ ଘୋଷିତ ହୋଇଛନ୍ତି। ଆହତ ସମସ୍ୟା ଯୋଗୁ ଜୋଶ୍‌ ହାଜେଲଉଡ୍‌ ସ୍ବଦେଶ ଫେରି ଯାଇଥିଲେ ହେଁ ମିଚେଲ ଷ୍ଟାର୍କ ପରବର୍ତ୍ତୀ ଟେଷ୍ଟ ପାଇଁ ଫିଟ୍‌ ହୋଇଛନ୍ତି। ସେହିପରି ନିଜର ପ୍ରଥମ ସନ୍ତାନ ଜନ୍ମ ସମୟରେ ପରିବାର ସହ ରହିବା ପାଇଁ ସ୍ବଦେଶ ଫେରିଥିବା ମିଚେଲ ସ୍ବେପସନ ପରବର୍ତ୍ତୀ ୨ ଟେଷ୍ଟ ପାଇଁ ଉପଲବ୍ଧ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri