କୂଅରୁ ବାହାରୁଛି ଉଷୁମ ପାଣି

ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇବାସହ ପରୀକ୍ଷା କରିବାକୁ ସମ୍ପୃକ୍ତ କୂଅ ନିକଟରେ ଗୁରୁବାର ପ୍ରବଳ ଭିଡ ହୋଇଥିଲା। ପୌରାଞ୍ଚଳ ୩ ନମ୍ବର ୱାର୍ଡ ବଣିଆସାହିରେ ଥିବା ପୁରୁଣା ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ଥିବା କୂଅରୁ ଉଷୁମ ପାଣି ବାହାରିଥିବା ଦେଖିବାକୁ ମିଳିଥିଲା। ବନିଆସାହିରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ଭୋଗ ପ୍ରସ୍ତୁତି ପାଇଁ ପୂର୍ବାହ୍ନରେ ସମ୍ପୃକ୍ତ ପୁରୁଣା ହୋମିଓପ୍ୟାଥିକ ଡାକ୍ତରଖାନାକୁ ଖୋଲାଯିବା ସହ ରୋଷେଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଉକ୍ତ କୂଅରୁ ପାଣି ଆଣିବା ବେଳେ ସେଥିରୁ ଉଷୁମ ପାଣି ବାହାରିଥିଲା। ରୋଷେଇ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଏକଥା ପୂଜା କମିଟି ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ବିଶ୍ୱାସ ନ ହେବାରୁ ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ଲୋକ ସମ୍ପୃକ୍ତ କୂଅରୁ ବାରମ୍ବାର ପାଣି ଆଣି ପରୀକ୍ଷା କରିଥିବା ବେଳେ ପ୍ରତ୍ୟେକ ଥର ସେଥିରୁ ଉଷୁମ ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏହା ପଛରେ କଣ କାରଣ ଥାଇପାରେ ସେଥିନେଇ ସାଧାରଣରେ ବେଶ ଉତ୍ସୁକତା ପ୍ରକାଶ ପାଇଥିଲା । ଏକଥା ପ୍ରଚାରିତ ହେବାପରେ ସତ୍ୟାସତ୍ୟ ଜାଣିବା ପାଇଁ ଉକ୍ତ କୂଅ ନିକଟରେ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେବା ସହ ଦୈବୀ ଶକ୍ତି ପ୍ରଭାବରେ ଏଭଳି ଅସ୍ବାଭାବିକ ଭାବେ କୂଅରୁ ଉଷୁମ ପାଣି ବାହାରୁଥିବା ବିଶ୍ୱାସ କରାଯାଇଥିଲା। ତେବେ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ ବଣାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଜେନାମଣି ସାହୁଙ୍କ ମତାମତ ଲୋଡିବାରୁ , ହୁଏ ତ ଉକ୍ତ କୂଅର ଶ୍ରୋତରେ କୌଣସି ଉଷ୍ମ ପ୍ରସବଣର ଶ୍ରୋତ ମିଶିଯିବାରୁ ଏଭଳି ହୋଇଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri