ପଣ୍ୟାଗାର କାର୍ଯ୍ୟକ୍ଷମ ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଶ୍ରମିକ

ବରଗଡ଼ ଅଫିସ,୯।୨: ବରଗଡ଼ ସହର ଉପକଣ୍ଠ କେନ୍ଦପାଲିସ୍ଥିତ ପଣ୍ୟାଗାର ଗତବର୍ଷ ଜୁନ ମାସରୁ ବନ୍ଦ ରହିଛି। ଫଳରେ ଏହି ପଣ୍ୟାଗାରରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିବା ଶ୍ରମିକ (ହେମାଲି)ମାନେ ବେରୋଜଗାରକ୍ଷମ ହୋଇ ପଡିଛନ୍ତି। ଏ ନେଇ ସେମାନେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଏବଂ ଜିଲା ପ୍ରଶାସନକୁ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସମ୍ପୃକ୍ତ ପଣ୍ୟାଗାର ନିଗମ ଉପରେ ନିର୍ଭର କରୁଥିବା ଶ୍ରମିକମାନେ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଧାରଣା ବସିଛନ୍ତି। ଉକ୍ତ ପଣ୍ୟାଗାରକୁ କାର୍ଯ୍ୟକ୍ଷମ କରିବା ସହିତ ସେମାନଙ୍କୁ କାମ ଯୋଗାଇ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି।