ଓ୍ବାର୍ଡମେମ୍ବରଙ୍କ ସ୍ବାମୀଙ୍କୁ ଗାଁଦାଣ୍ଡରେ ହତ୍ୟା

ଢେଙ୍କାନାଳ ଅଫିସ, ୯।୧: ଢେଙ୍କାନାଳ ସଦର ଥାନା ନମିଚିରା ଗ୍ରାମ ମଣ୍ଡପରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। କଙ୍କଡ଼ାହାଡ଼ ପଞ୍ଚାୟତ ୪ନଂ. ୱାର୍ଡସଭ୍ୟ ଲିଲି ବେହେରାଙ୍କ ସ୍ବାମୀ ବିଜୟ ବେହେରା ଓରଫ୍‌ ବିଜୁ (୪୭)ଙ୍କୁ ଦୁର୍ବୃତ୍ତମାନେ ଗାଁଦାଣ୍ଡରେ ନିର୍ମମ ଭାବେ ହତ୍ୟା କରିଛନ୍ତି।
ପରିବାର ଲୋକଙ୍କ କହିବା କଥା, ବିଜୟ ସନ୍ଧ୍ୟାରେ ବିଲରୁ ଫେରି ଗ୍ରାମ ମଣ୍ଡପରେ ବସିଥିଲେ। ଏହି ସମୟରେ ତାଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଘଟଣା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ପାଇ ସଦର ଏସ୍‌ଡିପିଓ ବିକାଶ ବେଉରା, ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ଏସ୍‌ଡିପିଓ କୁହନ୍ତି, ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ା ଗ୍ରାମରେ ପୋଲିସ ମୁତୟନ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି। ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୂର୍ବ ଶତ୍ରୁତା କିମ୍ବା ଅନ୍ୟ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri