Posted inଜାତୀୟ

ରାଜ୍ୟ ସଭାରେ ଧନ୍‌କର-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ, ୦୩।୦୭: ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ଧନ୍‌କର କ୍ଷୁବ୍ଧ ହୋଇ ଖାର୍ଗେଙ୍କ ସ୍ଥାନରେ କଂଗ୍ରେସ ନେତା ଜୟରାମ ରମେଶ ବିରୋଧୀ ଦଳ ନେତା ହେବା ଉଚିତ ବୋଲି କହିଥିଲେ। ଅନ୍ୟପକ୍ଷରେ ଗୃହର ଅଧ୍ୟକ୍ଷ ଜାତି ପ୍ରଥାକୁ ନେଇ ଏଭଳି ମନ୍ତବ୍ୟ ଦେଉଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଥିଲେ।
ପ୍ରଥମେ କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀଙ୍କୁ ଯାଞ୍ଚ ହୋଇ ନ ଥିବା ତଥ୍ୟ ଉପସ୍ଥାପନ ନ କରିବାକୁ ଧନ୍‌କର କହିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହା ପ୍ରମାଣୀକୃତ ହେବା ଆବଶ୍ୟକ ବୋଲି ଜୟରାମ କହିଥିଲେ। ଏହି ସମୟରେ ଧନ୍‌କର କହିଥିଲେ, ମୁଁ ଭାବୁଛି ଖାର୍ଗେଙ୍କ ସ୍ଥାନରେ ଜୟରାମ ବିରୋଧୀ ଦଳ ନେତା ହେବା ଆବଶ୍ୟକ। ସେ ବୁଦ୍ଧିମାନ୍‌ ଓ ଦକ୍ଷ। ସେ ବିରୋଧୀ ଦଳ ନେତା କାର୍ଯ୍ୟ କରୁଛନ୍ତି। ଖାର୍ଗେ ଏହାର ପ୍ରତିବାଦ କରି କହିଥିଲେ, ଜାତି ପ୍ରଥାକୁ ପ୍ରସଙ୍ଗ ଭିତରକୁ ଆଣନ୍ତୁ ନାହିଁ। ସଂସଦୀୟ ଗଣତନ୍ତ୍ର ଇତିହାସରେ ଏବଂ ରାଜ୍ୟ ସଭା ପ୍ରୋସିଡିଂରେ କେବେ ଏଭଳି ଅଧ୍ୟକ୍ଷଙ୍କୁ ଏଭଳି ଅସମ୍ମାନିତ କରାଯାଇ ନ ଥିଲା ବୋଲି ଖାର୍ଗେଙ୍କୁ ଲକ୍ଷ୍ୟ କରି ଧନ୍‌କର କହିଥିଲେ। ଖାର୍ଗେ କହିଥିଲେ ସେ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଦେଶବାସୀଙ୍କ ପାଇଁ ବିରୋଧୀ ଦଳ ନେତା ପଦରେ ବସିଛନ୍ତି। ପରେ ତିଓ୍ବାରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri