Posted inଜାତୀୟ

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାରୁ ଭାରତରେ ପାକିସ୍ତାନ ବିରୋଧରେ କ୍ଷୋଭ ବୃଦ୍ଧି ପାଇଛି। ଏହାର ପ୍ରତିକ୍ରିୟା ସ୍ବରୂପ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବନ୍ଦ କରିଛନ୍ତି। ଏହାକୁ ପାକିସ୍ତାନ ଯୁଦ୍ଧର କାରଣ ବୋଲି ଅଭିହିତ କରି ଆନ୍ତର୍ଜାତୀୟ ସ୍ତରରେ ମାମଲା ଉଠାଇବାକୁ ଧମକ ଦେଇଛି। ଏପରି ପରିସ୍ଥିତିରେ ସାରା ବିଶ୍ୱର ନଜର ଏବେ ଉଭୟ ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

ଏହି ପ୍ରସଙ୍ଗରେ କୃତ୍ରିମ ବୁଦ୍ଧିମତ୍ତା (AI) ଟୁଲ୍ସ ଯେପରି ଚାଟଜିପିଟି (ChatGPT) ଓ ଚାଇନାର ଡିପସିକ (DeepSeek) ଠାରୁ ପଚରା ଯାଇଥିବା ପ୍ରଶ୍ନରେ ମିଳିଥିବା ଉତ୍ତର ଆଲୋଚନାର ବିଷୟ ହୋଇଛି। ଚାଟଜିପିଟି କହିଛି, ବର୍ତ୍ତମାନର ଉତ୍ତେଜନା ଗମ୍ଭୀର ହେଲେ ମଧ୍ୟ ପୂର୍ଣ୍ଣାଙ୍ଗ ଯୁଦ୍ଧର ସମ୍ଭାବନା କମ। ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଓ ଉଭୟ ଦେଶର ପୂର୍ବ ଅନୁଭବକୁ ଦେଖିଲେ କୂଟନୈତିକ ସମାଧାନକୁ ଅଧିକ ପ୍ରାଧାନ୍ୟ ମିଳିବ ବୋଲି ଆଶା କରାଯାଉଛି। ସେହିପରି ଡିପସିକ ମଧ୍ୟ ସମାନ ମତ ଦେଇ କହିଛି, ପୂର୍ଣ୍ଣାଙ୍ଗ ଯୁଦ୍ଧର ଆଶଙ୍କା ବର୍ତ୍ତମାନ ନାହିଁ, କିନ୍ତୁ ସୀମାରେ ଉତ୍ତେଜନା ଓ ସାମରିକ ପ୍ରତିକ୍ରିୟା ଜାରି ରହିପାରେ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯୁଦ୍ଧର ସମ୍ଭାବନା ସମ୍ପୂର୍ଣ୍ଣ ଖଣ୍ଡନ କରାଯାଉ ନାହିଁ। ପୂର୍ବତନ ଭାରତୀୟ କୂଟନୀତିଜ୍ଞ କେ.ପି. ଫାବିଆନ କହିଛନ୍ତି, ପରିସ୍ଥିତି ଗମ୍ଭୀର ଓ ଯୁଦ୍ଧର ସମ୍ଭାବନା ରହିଛି, କିନ୍ତୁ ଭାରତ ନିଜ ପକ୍ଷରୁ ଯୁଦ୍ଧ ଆରମ୍ଭ କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓାଜା ଆସିଫ କହିଛନ୍ତି, ଯଦି ଭାରତ ପୂର୍ଣ୍ଣାଙ୍ଗ ଆକ୍ରମଣ କରେ, ତେବେ ଆମେ ମଧ୍ୟ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ। ଏହା ବ୍ୟତୀତ, ପାକିସ୍ତାନୀ ବିଶେଷଜ୍ଞମାନେ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇଛନ୍ତି, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି।

ସୈନ୍ୟ ଶକ୍ତି ଦୃଷ୍ଟିରୁ ଭାରତ ପାକିସ୍ତାନ ଅପେକ୍ଷା ଅନେକ ଆଗରେ ରହିଛି। ଗ୍ଲୋବାଲ ଫାୟାରପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିବାବେଳେ ପାକିସ୍ତାନ ୧୨ତମ ସ୍ଥାନରେ ରହିଛି। ଭାରତରେ ୧୪.୫୫ ଲକ୍ଷ ସକ୍ରିୟ ସୈନିକ, ୨,୨୨୯ ବିମାନ, ଓ ୧୫୦ ଯୁଦ୍ଧପୋତ ଥିବାବେଳେ ପାକିସ୍ତାନରେ ୬.୫୪ ଲକ୍ଷ ସୈନିକ ଓ ୧,୩୯୯ ବିମାନ ରହିଛି। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଭାରତର ଜିଡିପି ପାକିସ୍ତାନ ଅପେକ୍ଷା ୧୦ ଗୁଣ ଅଧିକ, ଯାହା ଦୀର୍ଘ ଯୁଦ୍ଧରେ ପାକିସ୍ତାନ ପାଇଁ ଅସୁବିଧା ସୃଷ୍ଟି କରିପାରେ।

ତେବେ, ୧୯୯୩ରେ ସିଆଇଏ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଭାରତର ସାମରିକ ଶକ୍ତି ସହ ମୁକାବିଲା କରିବାରେ ଅସମର୍ଥ ହେଲେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ। ଏହା ସମଗ୍ର ଦକ୍ଷିଣ ଏସିଆ ପାଇଁ ବିପଦଜନକ ହୋଇପାରେ। ଅନ୍ୟପକ୍ଷେ, ଅନ୍ତର୍ଜାତୀୟ ସମୁଦାୟ ଯେପରି ଆମେରିକା, ରୁଷିଆ, ଓ ସାଉଦି ଆରବ ପରି ଦେଶମାନେ ଏହି ଘଟଣାରେ ଭାରତ ପ୍ରତି ସମବେଦନା ଜଣାଇଛନ୍ତି, ଯାହା ଭାରତକୁ କୂଟନୈତିକ ସ୍ତରରେ ଶକ୍ତିଶାଳୀ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ବୟାନ ଓ ଭାରତୀୟ ସେନାର ଯୁଦ୍ଧାଭ୍ୟାସ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ତାଙ୍କ ବିହାର ରାଲିରେ ଦିଆଯାଇଥିବା ଆତଙ୍କବାଦୀଙ୍କୁ କଳ୍ପନାତୀତ ଶାସ୍ତି ବୟାନ ପାକିସ୍ତାନର ଅନେକ ସହରକୁ ହାଇ ଆଲର୍ଟରେ ରଖିଛି। କିନ୍ତୁ, AI ଓ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଉଭୟ ଦେଶ କୂଟନୈତିକ ମାର୍ଗ ଅବଲମ୍ବନ କରିବା ସମ୍ଭାବନା ଅଧିକ। ଏହି ପରିସ୍ଥିତି କେଉଁ ଦିଗରେ ଗତି କରୁଛି, ତାହା ଉଭୟ ଦେଶର ନେତୃତ୍ୱ ଓ ଅନ୍ତର୍ଜାତୀୟ ଚାପ ଉପରେ ର୍ନିଭର କରୁଛି। ତେବେ, ସାଧାରଣ ଜନତାଙ୍କ ମଧ୍ୟରେ ଶାନ୍ତି ଓ ସ୍ଥିରତାର ଆହ୍ବାନ ଜୋର ଧରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri