ପୁଣି ଯୁଦ୍ଧ, ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚାଇନା, ଜେନେରାଲଙ୍କ ଅଡ଼ିଓ ଲିକ୍‌…

ବେଜିଂ, ୨୩।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ପୁଣି ନୂଆ ଯୁଦ୍ଧ ହେବାକୁ ଯାଉଛି। ଚାଇନା ଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବାକୁ ଯାଉଛି।  ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବା ନେଇ ଏକ ଅଡ଼ିଓ ଲିକ ହୋଇଛି। ଏହା ଚାଇନାର ଜଣେ ସାମରିକ ଜେନେରାଲଙ୍କର ବୋଲି କୁୂହାଯାଉଛି। ଏହି ଅଡିଓ କ୍ଲିପକୁ ଚାଇନାରେ ଜନ୍ମିତ ମାନବ ଅଧିକାର କର୍ମୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ୫୭ ମିନିଟର ଅଡିଓ କ୍ଲିପ୍‌ରେ ଚାଇନାର ଜଣେ ବରିଷ୍ଠ ସାମରିକ ଜେନେରାଲ ତାଇୱାନରେ ଯୁଦ୍ଧ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି। ଏଥିରେ ଚାଇନାର ସର୍ବୋଚ୍ଚ ଯୁଦ୍ଧ ଜେନେରାଲ ତାଇୱାନରେ କିପରି ଯୁଦ୍ଧ କରିବେ ଏବଂ ଏହାକୁ କିପରି ଆଗକୁ ନିଆଯିବ ସେନେଇ ଆଲୋଚନା କରିଛନ୍ତି। ଏଥିରେ ଚାଇନା ସାମରିକ ପିପୁଲ୍ସ ଲିବରେଶନ ଆର୍ମି ଗ୍ରାଉଣ୍ଡ ଆଟାକ ଯୋଜନା ବିଷୟରେ ଉଲ୍ଲେଖ କରିଛି। ସାଇବର ଆକ୍ରମଣ ଏବଂ ମହାକାଶରେ ଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି।

ଏହା ବ୍ୟତୀତ କାର୍ଯ୍ୟକର୍ତ୍ତା ଜେନିଫର ଜେଙ୍ଗ ମଧ୍ୟ ଏକ ଟୁଇଟରେ ଦାବି କରିଛନ୍ତି ଯେ ପ୍ରଥମ ଥର ପାଇଁ ଚାଇନାର ଜେନେରାଲଙ୍କ ଗୁପ୍ତ ବୈଠକ ଲିକ ହୋଇଛି। ଏଥିପାଇଁ ଜଣେ ଲ୍ୟୁଟନାଟ୍‌ ଜେନେରାଲ ଏବଂ ତିନିଜଣ ପ୍ରମୁଖ ଜେନେରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ଅନେକ ଅଧିକାରୀଙ୍କୁ ଜେଲକୁ ପଠାଯାଇଛି। ଏହି ଅଡିଓ କ୍ଲିପ୍‌ ହେଉଛି ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଦ୍ରୋହର ସବୁଠାରୁ ବଡ ପ୍ରମାଣ। ଦାବି ହେଉଛି ଯେ ଏହି ବୈଠକ ୧୪ ମେ’ରେ ହୋଇଥିଲା। ଏହାର ଅଡିଓ ପ୍ରଥମେ ଲ୍ୟୁଡ ମିଡିଆ ଦ୍ୱାରା ଲିକ ହୋଇଥିଲା । ଲ୍ୟୁଡ ମିଡିଆ କହିଛି ଯେ ତାଇୱାନ ସମ୍ବନ୍ଧରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉଦ୍ଦେଶ୍ୟ ପ୍ରକାଶ କରିବାକୁ ଚାହୁଁଥିବା ସିପିସିର ଜଣେ ବରିଷ୍ଠ ଅଧିକାରୀ ଏହି ଅଡିଓ ଲିକ କରିଛନ୍ତି। ଅଡିଓରେ ଚାଲିଥିବା ବାର୍ତ୍ତାଳାପକୁ ଆଧାର କରି ଅନୁମାନ କରାଯାଇଛି ଯେ ରାଜନୈତିକ ନେତୃତ୍ୱ ବ୍ୟତୀତ ଦଳର ସଚିବ, ଡେପୁଟି ସେକ୍ରେଟାରୀ, ଗଭର୍ନର ଏବଂ ଗୁଆଙ୍ଗଡଙ୍ଗର ଉପାଧ୍ୟକ୍ଷ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।

ଅଡିଓ କ୍ଲିପ ସାଧାରଣ ସ୍ଥିତିକୁ ଯୁଦ୍ଧ ସ୍ଥିତିକୁ ରୂପାନ୍ତର କରିବାରେ ଲାଗିଛି। ସାମରିକ ଯୋଜନା ଏବଂ ସେନାର ନିୟୋଜନ ଉପରେ ଆଲୋଚନା ଏଥିରେ ରହିଛି। ତାଇୱାନ ବାହିନୀକୁ ଚ୍ୟାଲେଞ୍ଜ କରିବା ଏବଂ ଆବଶ୍ୟକ ହେଲେ ଯୁଦ୍ଧ କରିବା ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯାଇଛି।ଗୁଆଙ୍ଗଡୋଙ୍ଗ ପ୍ରାଦେଶିକ ପାର୍ଟି କମିଟିର ଷ୍ଟାଣ୍ଡିଂ କମିଟିର ବୈଠକରେ ନ୍ୟାଶନାଲ ଡିଫେନ୍ସ ମୋବାଲାଇଜେଶନ କମାଣ୍ଡ ସିଷ୍ଟମ ଗଠନ, ଯୁଦ୍ଧ ପ୍ରଣାଳୀ ଏବଂ ମନିଟରିଂ ସିଷ୍ଟମ ଲାଗୁ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri